
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ପ୍ୟାରିସରେ ଆତଙ୍କବାଦ ସହିତ ଜଡ଼ିତ ଘଟଣା ଉପରେ ନିଜ ମନ୍ତବ୍ୟ ଦେବା ପରେ ସୋସିଆଲ ମିଡିଆରେ ବିରୋଧ ରୂପରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ମଧ୍ୟରେ ଗୋଟିଏ ଭିଡିଓ ଦେଖିବା କୁ ମିଳିଛି ଯେଉଁଥିରେ ଶହ ଶହ ବିକ୍ଷୋଭକାରୀ ରାସ୍ତାରେ ଯାଉଥିବା ଦର୍ଶାଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ପ୍ୟାରିସରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।
ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଆଉସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଭିଡିଓକୁ ଇନଭିଡ ଗୁଗୁଲ କ୍ରୋମ୍ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୫ ନୋଭେମ୍ବର ୨୦୧୭ ମସିହାରେ ଏପି ଆର୍କାଇଭ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇ ଅଛି ଯେ ମସଜିଦ ଅବାଭ ସହିତ ଦେଶବ୍ୟାପୀ ସମସ୍ଯାକୁ ପ୍ରତିଫଳିତ କରୁଥିବା ବିବାଦର ଶୁକରୁବର ଦିନ ପ୍ୟାରିସ ଉପକଣ୍ଠର ବାସିନ୍ଦା ମାନେ ରାସ୍ତାରେ ନମାଜ ପଢିବାକୁ ବାରଣ କରିବାକୁ ଚେଷ୍ଟା କରିଥିଲା ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ୟାରିସ ମେୟର ରେମି ମୁଜାୟୁ ଏହି ବିରୋଧର ନେତୃତ୍ଵ କରି ସେହି ସ୍ଥାନକୁ ଯାଇଥିଲେ ଯେଉଁଠି ମୁସଲମାନ ମାନେ ଅନେକ ମାସ ଧରି ନମାଜ ପାଢୀ ଆସୁଥିଲେ।
ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ୧୦ ନୋଭେମ୍ବର ୨୦୧୭ ମସିହାରେ ୨୦ ମିନିଟ୍ ପ୍ୟାରିସ ପତ୍ରିକାରେ ଏହି ଘଟଣାର ଉଲ୍ଲେଖ କରା ଯାଇଅଛି। ଏହି ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ଫ୍ରାନ୍ସର ରାଜନେତା ମାନେ ପ୍ୟାରିସ ଉପକଣ୍ଠରେ ରାସ୍ତାରେ ଯାଇ ମୁସଲମାନ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ଏପରି ରାସ୍ତାର ନମାଜ ପଢିବା ଏକ ଗ୍ରହଣୀୟ ବ୍ୟବହାର ବୋଲି କହିଥିଲେ।

ଭିଡିଓରେ ଲୋକେ ଧରିଥିବା ବ୍ୟାନାର ଆଉ ବିବିସି ନ୍ୟୁଜ ଦ୍ଵାରା ପ୍ରକାଶିତ ଗୋଟିଏ ଫୋଟୋରେ ଲୋକେ ସମାନ ବ୍ୟାନର ଧରିଥିବା ଦେଖିବାକୁ ମିଳିଛି

ଶେଷକଥା:
ଆମ ଅନୁସନ୍ଧାରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୭ ମସିହାର ଅଟେ ଏବଂ ଏହି ଭିଡିଓର ବର୍ତମାନ ଫ୍ରାନ୍ସରେ ମହମ୍ମଦଙ୍କର ବିବାଦୀୟ ଚିତ୍ରାଙ୍କନ କରା ଯାଇଥିବାରୁ ଜେନ ଶିଇକ୍ଷକଙ୍କ ହତ୍ୟା ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପ୍ୟାରିସରେ ରାସ୍ତା ଅବର୍ଦ୍ଧ କରି ନମାଜ ପଢୁ ଥିବା ସମୟରେ ଫ୍ରାନ୍ସ ନିବାସୀ ତାଙ୍କ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିବା ଭିଡିଓ ବର୍ତମାନ ସମୟର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False