
ଦେଶରେ କୋରୋନା ସଂକ୍ରମଣ ବେକାରି ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏବଂ ମଧ୍ୟ ସରକାରି ଚାକିରି ପାଇଁ ପିଲାମାନେ ଅପେକ୍ଷା କରି ରହିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ଏକ ପୋଷ୍ଟ ଭାଇରାଲ ହେଉଛି ଯେ, ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ଏହା ହ୍ୱାଟ୍ସଅପରେ ଏବଂ ଫେସବୁକରେ ସେୟାର ହେବାରେ ଲାଗିଛି। ଆମକୁ ହ୍ୱାଟ୍ସ ଅପରେ ଏହି ଭାଇରାଲ ପୋଷ୍ଟ ମିଳିଲା। ପେଜରେ ଲେଖା ଯାଇଛି ପଦବି ପାଇଁ ଫୋର୍ମ ପୁରଣ କରିବାର ଅନ୍ତିମ ତାରିଖ 10 ନଭେମ୍ବର 2020 ଅଛି। ତଳେ ପୋଷ୍ଟ ଦେଖନ୍ତୁ।

ତେବେ କଣ ଭାରତୀୟ ରେଳ ବିଭାଗ 5285 ପୋଷ୍ଟ କାଢ଼ିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧା କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ଆମକୁ oneindia ପେଜରେ ଭାଇରାଲ ଖବର ପାଇଲୁ। ଖବର ଅନୁସାରେ 5285 ପଦ ପାଇଁ ବାହାରିଥିବା ନିଯୁକ୍ତିକୁ ରେଳ ବିଭାଗ ଖଣ୍ଡନ କରିଛି। ଭାରତୀୟ ରେଳବାଇ ଏପରି କୌଣସି ବିଜ୍ଞାପନ ବାହାର କରି ନାହିଁ। ଏକ ଏଜେନ୍ସି ଖବରକାଗଜରେ ଏହି ବିଜ୍ଞାପନ କଢ଼ା ଯାଇଥିଲା ଯେଉଁଥିରେ ଆବେଦନକାରୀଙ୍କୁ 750 ଟଙ୍କା ଆବେଦନ ଶୁଳ୍କ ଦେବାକୁ କୁହାଯାଇଥିଲା। ରେଳ ବିଭାଗ ସ୍ପଷ୍ଟ ଭାବେ କହିଛି ଯେ ଭାରତୀୟ ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ଆବେଦନ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- oneindia । Archive
ଏହା ପରେ ଆମେ Ministry of railway ଟ୍ୱିଟର ଆକାଉଣ୍ଟ ଦେଖିଲୁ। ଯେଉଁଥିରେ ରେଳ ବିଭାଗ ସ୍ପଷ୍ଟ କରିଛି ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ରେଳ ମନ୍ତ୍ରଣାଳୟ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ସହିତ ଏହି ବିଜ୍ଞାପନକୁ ଟୁଇଟ୍ କରି ଏହାକୁ ନକଲି ବୋଲି କହିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Ministry of railway । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାରତୀୟ ରେଳ ବିଭାଗ ଦ୍ୱାରା 5285 ପଦବି କାଢ଼ିଥିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

Title: ଭାରତୀୟ ରେଳ ବିଭାଗ ଦ୍ୱରା 5285 ପଦ ପାଇଁ କୌଣସି ବିଜ୍ଞାପନ କଢ଼ାଯାଇ ନାହିଁ।
Fact Check By: Saritadevi SamalResult: False