
ଦିଲ୍ଲିରେ ବିଧାନ ସଭା ନିର୍ବାଚନ ପାଇଁ କେଜରିୱାଲର ଆମ ଆଦମି ପାର୍ଟି ବାଧାନ ସଭା ପାଇଁ ନିଜର ପାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କଜରିୱାଲ ପ୍ରକାଶିତ କରଥିବା ଲିସ୍ଟରେ ଅଧିକ ମୁସ୍ଲିମ ପାର୍ଥି ଥିବାର ଦାବି ଭାଇରାଲ ହେଉଛି। 12 ଜାନୁଆରି ରେ Arun Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ସାରଙ୍ଗିଲ ନିଜ ପୋଷ୍ଟରେ କେଜରିୱାଲ ପ୍ରକାଶ କରିଥିବା ପ୍ରଥମ 21 ଜଣ ବିଧାନସଭା ପାର୍ଥୀଙ୍କ ନାମର ଲିସ୍ଟ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ, ଲାଗୁଛି କଂଗ୍ରେସ ପରି କେଜରୀୱାଲର ମୁସଲମାନ ପ୍ରେମ ଅଧିକା। ଏହା ସହିତ ପୋଷ୍ଟ କରାଯାଇଥିବା ଲିଷ୍ଟରେ 21 ଜଣ ପାର୍ଥୀଙ୍କ ନାମ ଅଛି ଏବଂ ଅଧିକ ପାର୍ଥୀଙ୍କ ନାମ ମୁସ୍ଲିମ ଅଟେ। ତେବେ କଣ ସତରେ କେଜରିବାଲ ବାଧାନସଭାରେ ଅଧିର ମୁସ୍ଲିମ ପାର୍ଥୀ ଠିଆ କରାଇଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଗୁଗୁଲରେ aam aadmi party released name of 70 members for delhi assembly ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ କିଛି ୱେବସାଇଟର ଲିଙ୍କ୍ ମିଳିଲା। ଆମକୁ 14 ଜାନୁଆରିରେ India todayରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ପାଇଲୁ। ଯେଉଁଥିରେ କଜରିୱାଲ ପ୍ରକାଶିତ କରିଥିବା 70 ଜଣ ପାର୍ଥୀଙ୍କ ନାମର ଏକ ପ୍ରେସରିଲିଜ ପାଇଲୁ।

ଏଠାରେ ଲିଙ୍କ ଦେଖନ୍ତୁ-India today । Archive
ଅଧିକ ସୂଚନ ପାଇଁ ଦିଆ ଯାଇଥିବା ଲିଙ୍କରେ ଜାଇ ଅନୁଚ୍ଛେଦ ପଢନ୍ତୁ। ଅନୁଚ୍ଛେଦରେ ଶେଷରେ କେଜରିୱାଲ ଦିଲ୍ଲି ବିଧାନ ସଭା ନିର୍ବାଚନରେ ଠିଆ କରାଇଥିବା 70ଜଣ ପାର୍ଥୀଙ୍କର ନାମ ଏକ ପ୍ରେସରିଲିଜରେ ପ୍ରକାଶିତକରିଥିବର ଫୋଟୋ ପୋଷ୍ଟ କରିଛନ୍ତି। ଆମେ ଭାଇରାଲ ପୋଷ୍ଟରେଥିବା ପାର୍ଥିଙ୍କ ନାମ ଏବଂ ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ପାର୍ଥିଙ୍କ ନାମକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ଆମେ ପାଇଲୁ ଯେ ଭାଇରାଲ ପୋଷ୍ଟରେ ପ୍ରକାଶିତ ହୋଇଥିବା ପାର୍ଥିଙ୍କ ଇଣ୍ଡିଆ ଟୁଡେରେ ପ୍ରକାଶିତ ହୋଇଥିବା ପ୍ରାର୍ଥିଙ୍କ ନାମ ସମାନ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଭାଇରାଲ ପୋଷ୍ଟ ଭୁଲ ଅଟେ। ତେଳେ କେଜରିୱାଲ ପ୍ରକାଶିତ କରିଥିବା 70 ଜଣ ପାର୍ଥିଙ୍କ ପ୍ରକୃତ ନାମର ଲିଷ୍ଟ ଦେଖନ୍ତୁ।
ଆମେ ଭାଇରାଲ ପୋଷ୍ଟରେ କେଜରିୱାଲ ବିଧାନ ସଭା ନିର୍ବାଚନର ପ୍ରଥମ 21 ଜଣ ପାର୍ଥୀରେ ଅଧିକ ମୁସ୍ଲିମ ପାର୍ଥୀ ଥିବାର ଦାବିକୁ ସ୍ପଷ୍ଟ କରିବା ପାଇଁ ଆମକୁ ମିଳିଥିବା ପାର୍ଥୀଙ୍କ ଲିଷ୍ଟ ମଧ୍ୟରୁ ପ୍ରଥମ 21 ଜଣ ପାର୍ଥୀଙ୍କ ନାମ ଏବଂ ଭାଇରାଲ ହୋଇଥିବା ପ୍ରଥମ 21 ପାର୍ଥୀଙ୍କ ନାମକୁ ବିଶ୍ଲେଷଣ କରିଲୁ। ବିଶ୍ଲେଷଣରେ ଆମେ ପାଇଲୁ ଯେ, ଭାଇରାଲ ଲିଷ୍ଟରେ ଥିବା 21 ପାର୍ଥିଙ୍କ ନାମ ଆମକୁ ମିଳିଥିବା ପ୍ରକୃତ ପାର୍ଥୀଙ୍କ ଲିଷ୍ଟରେ ଥିବା 21 ପାର୍ଥୀଙ୍କ ନାମ ସମାନ ନୁହେଁ। ତଳେ ବିଶ୍ଲେଷଣ ଦେଖନ୍ତୁ।

ଏହା ଛଡ଼ା କେଜରିୱାଲ ପ୍ରକାଶିତ କରିଥିବା ଅନ୍ୟ ପାର୍ଥୀଙ୍କ ଲିଷ୍ଟ ତଳେ ଦେଖନ୍ତୁ।


ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ ଭାଇରାଲ ହେଉଥିବା କେଜରିୱାଲ ବିଧାନ ସଭା ନିର୍ବାଚନରେ ଠିଆ କରିଥାବା 21 ଜଣ ପାର୍ଥୀଙ୍କ ଲିଷ୍ଟ ଭୁଲ ଅଟେ। କେଜରିୱାଲ ପ୍ରକାଶିତ କରିଥିବା ପ୍ରକୃତ ପାର୍ଥୀ ଲିଷ୍ଟରେ ଥିବା ନାମ ଭାଇରାଲ ଲିଷ୍ଟରେଥିବା ନାମ ସମାନ ନୁହଁ। ଏଥି ସହିତ କେଜରିୱାଲ ବିଧାନ ସଭା ନିର୍ବାଚନରେ ଅଧିକ ମୁସ୍ଲିମ ପାର୍ଥୀ ଠିଆ କରାଇଥିବା ଦାବି ମଧ୍ୟ ମିଥ୍ୟା ଅଟେ।

Title:ଆମ ଆଦମି ପାର୍ଟିର ଭୁଲ ବିଧାନସଭା ନିର୍ବାଚନ ପାର୍ଥୀ ଲିସ୍ଟ ଭାଇରାଲ।
Fact Check By: Saritadevi SamalResult: False