କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଅଶଶନତା ଲୋକସଭା ନିରବାଦଚନ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ସ୍ଥାନରେ ଆମେ ରାଜନୈତିକ ଦଳ ରେଲି ଏବଂ ଜନଦାଧାରଣଙ୍କୁ ସଭାରେ ଆମ୍ବୋଧିତ କରୁଥିବା ସୂଚନା ପାଇଛୁ। 

ଏହା ମଧ୍ୟରେ ସୋସିଆଲ ମିଡିଆରେ ନିର୍ବାଚନ ତାରିଖ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହାର ନିର୍ବାଚନ ତାରିଖ ଘୋଷଣା କରିଛି। ଦାବି କରା ଯାଉଛି ଯେ ୧୨ ମାର୍ଚ୍ଚରେ ନିର୍ବାଚନ ବିଜ୍ଞପ୍ତି ଜାରି କରା ଯିବ। ୨୮ ମାର୍ଚରେ ନାମାଙ୍କନ ହେବ ଏବଂ ୧୯ ଏପ୍ରିଲରେ ନିର୍ବାଚନ ତାରିଖ ସ୍ଥିର କରା ଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନିର୍ବାଚନ ଆୟୋଗ ଦ୍ଵାରା ନିର୍ବାଚନର ତାରିଖ ସ୍ଥିର କରିଥିବା କୌଣସି ନୋଟିସ ଜାରି କରା ଯାଇ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୪ ଫେବ୍ରୁଆରିରେ ଭାରତ ନିର୍ବାଚନ ଆୟୋଗର ଏକ ଟୁଇଟ ମିଳିଲା। ଏହି ଟୁଇଟ ଦ୍ଵାରା ନିର୍ବାଚନ ଆୟୋଗ ସୂଚିତ କରିଛି ଯେ ଆସନ୍ତା ନିର୍ବାଚନ ତାରିଖ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମିଥ୍ୟା ବିଜ୍ଞପ୍ତି ଭାଇରାଲ ହେଉଛି। ନିର୍ବାଚନ ଆୟୋଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ତାଙ୍କ ଦ୍ଵାରା ନିର୍ବାଚନର ତାରିଖ ସ୍ଥିର କରା ଯାଇ ନାହିଁ। ତାରିଖ ନିଶ୍ଚିତ ହେବା ପରେ ଗଣମାଧ୍ୟମ ଦ୍ଵାରା ସୂଚିତ କରା ଯିବ। 

ଅନ୍ୟ ଏକ ପୋଷ୍ଟରେ ନିର୍ବାଚନ ଆୟୋଗ ଦ୍ଵାରା ଏକ ନୋଟିସ ଜାରି କରା ଯାଇଛି ଯେଉଁଥିରେ କୁହା ଯାଇଛି ଯେ ଯେଉଁ ତାରିଖ ଉଲ୍ଲେଖ କରା ଯାଇଛି ତାହା ନିର୍ବାଚନର ପ୍ରକୃତ ତାରିଖ ନୁହେଁ। ଏହି ତାରିଖ କେବଳ ECI ର ଅଧିକାରୀଙ୍କର କାର୍ଯ୍ୟକଳାପ ଯୋଜନା କରିବା ଉଦ୍ଦେଶ୍ୟରେ ପ୍ରକାଶିତ କରା ଯାଇଥିଲା। ଲୋକସଭା ନିର୍ଭାଚନର ପ୍ରକୃତ ତାରିଖ ଠିକ୍ ସମୟରେ ପ୍ରକାଶିତ କରା ଯିବ। 

ଅଧିକ ସୂଚନା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ନିର୍ବାଚନ ଆୟୋଗଙ୍କ ସହ ଯୋଗାଯୋଗ କରିଥିଲା ଯେଉଁଠାରେ ନିର୍ବାଚନ କମିଶନରଙ୍କ ବ୍ୟକ୍ତିଗତ ସହାୟକ ସହିତ ଆମେ କଥା ହୋଇଥିଲୁ। ସେ ଦାବିକୁ ଖଣ୍ଡନ କରି ସୂଚନା ଦେଲେ ଯେ ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରକାରର ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ କିମ୍ବା ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟରେ ଦେଖାଯାଇଥିବା ତାରିଖ ଭାରତର ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶ କରାଯାଇ ନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିର୍ବାଚନ ଆୟୋଗ ଆସନ୍ତା ଲୋକସଭା ନିର୍ବାଚନ ପାଇଁ କୌଣସି ତାରିଖର ଘୋଷଣା କରି ନାହିଁ।

Avatar

Title:କ’ଣ ଭାରତ ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନର ତାରିଖ ସ୍ଥିର କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *