
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଖୁବ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ନଟରାଜ ପେନ୍ସିଲ୍ କମ୍ପାନୀ ଲୋକଙ୍କୁ ଘରେ ବସି ରୋଜଗାର କରିବାର ସୁଯୋଗ ଦେଉଛି। ଏହା ଦ୍ଵାରା ଜଣେ ବ୍ୟକ୍ତି ମାସକୁ ୩୦,୦୦୦ ଟଙ୍କା ରୋଜଗାର କରି ପାରିବ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମ୍କିଥ୍ୟା ବୋଲି ଜାଣିବାକୁ ପାଇଛି। ନଟରାଜ କମ୍ପାନୀ ସ୍ପଷ୍ଟ କରିଛି ଯେ ତାଙ୍କ ପକ୍ଷରୁ ଏପରି ଘରେ ବସି ରୋଜଗାର କରିବାର ସୁଯୋଗ ନେଇ କୌଣସି ବିଜ୍ଞାପନ ଜାରି କରା ଯାଇ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ପୋଷ୍ଟରେ ଦାବି କରା ଯାଉଛି ଯେ “ନଟରାଜ ପେନ୍ସିଲ୍ କମ୍ପାନୀ ଘରର ସୁଯୋଗରୁ କାମ ପ୍ରଦାନ କରେ, 1 ମାସର ଦରମା ହେଉଛି 30000। ଆଡଭାନ୍ସ 15000 ପେନ୍ସିଲ ପ୍ୟାକ୍ କରିବା ଉଚିତ, ଘର ଖୋଲା ସାମଗ୍ରୀ ବିତରଣ କରାଯାଇପାରିବ, ସାମଗ୍ରୀ ପାର୍ସଲ ବିତରଣ କରାଯାଇପାରିବ, ଅଶିକ୍ଷିତ ଲୋକମାନେ ଏହା କରିପାରିବେ, ଶିକ୍ଷିତ ଲୋକମାନେ ଏହା କରିପାରିବେ, ମହିଳାମାନେ ଏହା କରିପାରିବେ।“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଆମାଜନ୍ ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ହିନ୍ଦୁସ୍ତାନ ପେନ୍ସିଲ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ନଟରାଜ ଏବଂ ଅପସରା ପେନ୍ସିଲ୍ ଉତ୍ପାଦନ କରେ।
ଏହା ପରେ ଆମେ ହିନ୍ଦୁସ୍ତାନ ପେନ୍ସିଲ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୱେବସାଇଟରେ ସର୍ଚ୍ଚ କରିଲୁ। ୱେବସାଇଟର ପ୍ରଥମ ପେଜରେ ଏକ ଭିଡିଓ ପ୍ରସାଇଟ ହେଇଛି ଯେଉଁଥିରେ କୁହା ଯାଇଛି ଯେ ” ଯଦି ଆପଣ ମାନେ ନଟରାଜ ଏବଂ ଅପସରା ପେନ୍ସିଲ୍ ପ୍ୟାକିଙ୍ଗ ରୋଜଗାର ନେଇ କିଛି ଫେସବୁକ କିମ୍ବା ୱ୍ହାଟ୍ସ ଏପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ବିଜ୍ଞାପନ ସାମନାକୁ ଆସନ୍ତି ଯେଉଁଥିରେ ୩୦୦୦୦ ଟଙ୍କା ଦରମା ଏବଂ ୧୫୦୦୦ ଟଙ୍କା ଏଡଭାନ୍ସ ମିଳିବା ଦାବି କରା ଯାଇଛି, ତେବେ ଏହି ପୋଷ୍ଟ ଗୁଡ଼ିକ ଉପରେ ବିଶ୍ଵାସ କରନ୍ତୁ ନାହିଁ। ଏପରି ବିଜ୍ଞାପନ ଦେବା ଲୋକ ଫ୍ରଡ୍ ଅଟନ୍ତି ଏବଂ ତାଙ୍କ ଉଦ୍ଦେଶ୍ୟ ଲୋକଙ୍କ ବ୍ୟକ୍ତିଗତ ସୂଚନା ଯେପରିକି ଆଧାର ନମ୍ବର, ପ୍ୟାନକାର୍ଡ ନମ୍ବର ଇତିୟାଦୀ ଏକତ୍ର କରିବା। ସେମାନେ ଏହି ସୂଚନା ଏକତ୍ର କରିବା ପରେ ଆପଣଙ୍କର ବ୍ଯାଙ୍କ ଏକାଉଣ୍ଟ ଲୁଟ କରି ପାରନ୍ତି।”
ସମାନ ଭିଡିଓ ନଟରାଜ ପେନ୍ସିଲର ଫେସବୁକ ପେଜରେ ୨୬ ମଇ ମାସ ରେ ପୋଷ୍ଟ ହେଇଥବା ମଧ୍ୟ ମିଳିଲା। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
୧୮ ଜାନୁଆରୀରେ ନଟରାଜ ପେନ୍ସିଲ୍ ଫେସବୁକ ପେଜରେ ଏକ ନୋଟିସ୍ ପ୍ରକାଶିତ କରା ଯାଇଥିଲା। ଏହି ନୋଟିସ୍ ରେ ଜନସାଧାରଣ ଲୋକଙ୍କୁ ନଟରାଜ ପେନ୍ସିଲ୍ ନାମରେ ଭାଇରାଲ ହେଉଥିବା ଏକ ରୋଜଗାର ବିଜ୍ଞାପନରୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆ ଯାଇଛି।
ନୋଟିସ୍ ରେ ଲୋକଙ୍କୁ ସୂଚିତ କରା ଯାଇଛି ଯେ ଏହା ଏକ ମିଥ୍ୟା ବିଜ୍ଞାପନ ଅଟେ। ହିନ୍ଦୁସ୍ଥାନ ପେନ୍ସିଲ୍ ଘରରୁ ପେନ୍ସିଲ୍ ପ୍ୟାକିଙ୍ଗର କୌଣସି ଚାକିରି ପାଇଁ ବିଜ୍ଞାପନ ଦେଇ ନାହିଁ କିମ୍ବା କାହାରି କୁ ମଧ୍ୟ ଏପରି ବିଜ୍ଞାପନ ପୋଷ୍ଟ କରିବା ଅଧିକାର ଦେଇନାହିଁ। ଏହା ସହିତ ନୋଟିସରେ ଲୋକଙ୍କୁ ନିଜ ବ୍ୟକ୍ତିଗତ ସୂଚନା କିମ୍ବା ଅନ୍ୟାନ୍ୟ ନଥିପତ୍ର ଯେପରିକି ଆଧାର କାର୍ଡ, ପ୍ୟାଙ୍କାର୍ଡ, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଇତିୟାଦୀ ସେୟାର ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆ ଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରୋଜଗାର ବିଜ୍ଞାପନ ଫ୍ରଡ୍ ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ନଟରାଜ ପେନ୍ସିଲ୍ ନାମରେ ଭାଇରାଲ ହେଉଥିବା ରୋଜଗାର ସୁଯୋଗ ପୋଷ୍ଟ ମିଥ୍ୟା ଅଟେ। ନଟରାଜ ପେନ୍ସିଲ୍ ଏପରି କୌଣସି ରୋଜଗାର ବିଜ୍ଞାପନ ଜାରି କରି ନାହିଁ।

Title:କ’ଣ ନଟରାଜ ପେନ୍ସିଲ୍ କମ୍ପାନୀ ଘରର ସୁଯୋଗରୁ କାମ ପ୍ରଦାନ କରୁଛି? ଜାଣନ୍ତି ସତ୍ୟ।
Fact Check By: Siddharth SahuResult: False
