
ବର୍ତମାନ ସୁଧା ପାଖାପାଖି ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ୪୩ ଲକ୍ଷ ଲୋକେ କୋରୋନା ଆକ୍ରାନ୍ତ ହେଇ ସାରିଛନ୍ତି। ଏହି ରୋଗ କୁ ବ୍ୟାପୀବାରୁ ଅଟକାଇବା ପାଇଁ ଅନ୍ୟ ଅନ୍ୟ ଦେଶ ସହିତ ଭାରତ ମଧ୍ୟ ତାଲାବଞ୍ଜ୍ଦ ସ୍ଥିତିରେ ଅଛି। ୧୭ ମେ ରେ ସମାପ୍ତ ହେବାର ଥିଲା ତାଲାବନ୍ଦ। କିନ୍ତୁ ବର୍ତମାନ ଏହା କୁ ଘୁଞ୍ଚେଇ ୩୧ ମେ କରା ଯାଇଅଛି। ଏହି ସମୟରେ ଲକ୍ ଡାଉନ ପ୍ରକ୍ରିୟାକୁ ନେଇ ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଛନ୍ତି। ଏହି ବିଷୟ ନେଇ ବିଗତ କିଛି ଦିନରୁ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
୫ ମେ ୨୦୨୦ ରେ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନା ଭାଇରସ କୁ ରୋକିବା ପାଇଁ ଗୋଟିଏ ପ୍ରକ୍ରିୟା ବାହାର କରିଅଛି। ଏହି ପ୍ରକ୍ରିୟାରେ ପ୍ରଥମ ପଦାଙ୍କ ରେ ଗୋଟିଏ ଦିନ ପାଇଁ ତାଲାବନ୍ଦ କରା ଜୀବ। ଦ୍ଵିତୀୟ ପଦାଙ୍କରେ ୨୧ ଦିନ ତାଲାବନ୍ଦ ରହିବ। ଏହା ପରେ ୫ ଦିନ ପାଇଁ ତାଲାବନ୍ଦ ନିୟମ ଉଠା ହେଇଯିବ। ତୃତୀୟ ପଦାଙ୍କରେ ୨୮ ଦିନ ପାଇଁ ତାଲାବନ୍ଦ ଏହା ପରେ ପୁଣି ୫ ଦିନ ପାଇଁ ତାଲାବନ୍ଦ ପ୍ରକ୍ରିୟା ଲାଗୁ ହେବ ନାହିଁ। ଚତୁର୍ଥ ପଦାଙ୍କରେ ୧୫ ଦିନ ପାଇଁ ତାଲାବନ୍ଦ ଲାଗୁ କରା ଜୀବ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଭାରତ ସରକାର ଏହି ପ୍ରକ୍ରିୟା ଅନୁସରଣ କରୁଛି।
ଏହି ପୋଷ୍ଟ ଫେସବୁକରେ ମଧ୍ୟ ବହୁ ପରିମାଣରେ ଭାଇରାଲ ହେଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ’ରେ ଆମେ ଗୁଗୁଲ ରେ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ଖୋଜିଲୁ। ଗୁଗଳ ରେ ସର୍ଚ କରିଲା ପରେ ଆମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ୱେବ୍ସାଇଟରେ ଏହି ବିଷୟ ଜଡ଼ିତ ପ୍ରମାଣ ମିଳିଲା। ନିଜ ୱେବ୍ସାଇଟରେ WHO ଏହା ସ୍ପଷ୍ଟ କରି କହିଛି ଯେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଗୁଜବ ବା ଫେକ୍ ନ୍ୟୁଜ ଭାଇରାଲ ହେଉଛି ଯେ WHO ଭାରତରେ କୋରୋନା ଭାଇରସ ବ୍ୟାପୀବାରୁ ଅଟକାଇବା ପାଇଁ ଲକଡାଉନ ପ୍ରକ୍ରିୟାର ପାଳନ କରିବା ପାଇଁ ପରାମର୍ଶ ଦେଇଛି। WHO ଏହା ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ପ୍ରକ୍ରିୟାର ପରାମର୍ଶ ଦେଇ ନାହିଁ।

Title:କ’ଣ କୋରୋନା ଭାଇରସକୁ ରୋକିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ତାଲାବନ୍ଦ ପ୍ରକ୍ରିୟା ବାହାର କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False