ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

Coronavirus False Medical

କୋରୋନା ଭାଇରସ କୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଘାରି ରହିଛି। କୋରୋନା ଭାଇରସରେ ଲୋକୋଙ୍କ ମୃତ୍ୟୁ ମଧ୍ୟ ହେଉଛି। ଥଣ୍ଡା, ଖାସ କିମ୍ବା ଜ୍ୱର ଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି। ସୋସିଆଲ ମିଡ଼ିଆରେ ସଚେତନତା ସହ କୋରୋନାକୁ ନେଇ ମୃତ୍ୟୁ ସଂଖ୍ୟା ଏବଂ କୋରୋନାରେ ପିଡ଼ିତଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳୁଛି। ଏଥି ମଧ୍ୟରେ 17 ମାର୍ଚରେ Yashobanta Nayak ନାମକ ଜେଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଅନୁଗୁଳ  ଜିଲ୍ଲା ବଅଁରପାଲ ବ୍ଲକ ନୁଆହତା ଗାଁର ଏକ ଯୁବକ କୋରୋନା ଭାଇରସରେ ପିଡ଼ିତ ଥିଲା। ଯୁବକର 15 ମାର୍ଚରେ ମୃତ୍ୟୁ ହୋଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ଏହାପରେ ଆମକୁ ଏହି ନ୍ୟୁଜ ହ୍ୱାଟ୍ସପରେ ମଧ୍ୟ ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ, ଚେନ୍ନାଇରେ ରହୁଥିବା ସପକ କୁମାର ବେହେରା (23) ପିତା ପ୍ରତାପ କୁମାର ବେହେରା ତାଙ୍କର ସମସ୍ତ ଡକୋମେଣ୍ଟରୁ ଜଣା ପଡିଛି ଯେ,ସେ ଓଡ଼ିଶାର ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମରେ ତାଙ୍କ ଘର ସେ ଏକ ଘୋରଇ କମ୍ପାନୀରେ ଅଗ୍ନିସମବାହିନୀ ଦମକଳ ବିଭାଗରେ କାର୍ଯ୍ୟ କରନ୍ତି। କିନ୍ତୁ ଗତ  15 ମାର୍ଚ 2020 ରବିବାର ଦିନ ତାଙ୍କୁ କାଶ, ଛିଙ୍କ, ବାନ୍ତି, ଝାଡା ଏବଂ ଶ୍ୱାସକ୍ରିୟା ରେ କଷ୍ଟ ଅବସ୍ତା ସାଂଘାତିକ ହୋଇ ଯିବାରୁ ତାଙ୍କର ମୂଖ୍ୟ ଅଧିକାରି ତାଙ୍କୁ ତୁରନ୍ତ ଟେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସମସ୍ତ ରକ୍ତ ପରିକ୍ଷା କରିବା ପରେ ଜଣାପଡ଼ିଲା ଯେ,ସେ କରୋନା ଭାଇରସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏନେଇ ତାଙ୍କ ଅବସ୍ତା ସାଂଘାତିକ ହୋଇଥିବାରୁ ତାଙ୍କୁ ଦିଲ୍ଲିର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। କିନ୍ତୁ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଳେ ପୋଷ୍ଟ ଦେଖନ୍ତୁ।

ତେବେ ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ସତରେ ଚେନ୍ନାଇରେ କାମ କରୁଥିବା ଅନଗୁଳର ଏକ ଯୁବକ କୋରୋନା ଭାଇରସରେ ମୃତ୍ୟୁ ହୋଇଛି କି? ସତ୍ୟତା ଜାଣବି ପାଇଁ ଆଣ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ହେଉଥିବା ନ୍ୟୁଜକୁ ସର୍ଚ କରିଲୁ। ସର୍ଚରେ ଆମେ ପ୍ରଥମେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ପୋଲିସ ଥାନାରେ ଏ ସମ୍ପର୍କରେ ପଚାରିଲୁ। କିନ୍ତୁ କୌଣସି ସୂଚନା ମିଳିଲା ନାହିଁ। ଏହା ପରେ ଅନୁଗୁଳ ଜିଲ୍ଲାର ଜଣେ ସାମ୍ବାଦିକ ଅମିତ ମୋଦି ସହ ଏହି ସମ୍ପର୍କରେ ଆଲୋଚନା କରିଲୁ। ଆଲୋଚନାରେ ସେ ଆମକୁ ସୂଚନା ଦେଲେ ଯେ, 16 ମାର୍ଚରେ ଅନୁଗୁଳ ଜିଲାପାଳ କୋରୋନା ଭାଇରସକୁ ନେଇ ଏକ ସାମ୍ବାଦିକ ସମ୍ମିଳନି କରିଥିଲେ। ଆୟୋଜିତ ସମ୍ମିଳନିରେ ଜିଲାପାଳ ଅନୁଗୁଳ ଯୁବକର କୋରୋନାରେ ମୃତ୍ୟୁ ହୋଇଥାବା ଦାବିରେ ଭାଇରାଲ ହେଉଥିବା ଖବରରୁ ମିଥ୍ୟା ବୋଲି କହିଛନ୍ତି। ଏହା ପରେ ଧରିତ୍ରୀ ନ୍ୟୁଜ ପେଜରେ  କୋରୋନାକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନିର ଏକ ନ୍ୟୁଜ ପାଇଲୁ। 16 ମାର୍ଚରେ ଧରିତ୍ରୀ ନ୍ୟୁଜ ପେପରରେ ଏହି ଭାଇରାଲ ନ୍ୟୁଜ ସମ୍ପର୍କରେ ପ୍ରକାଶିତ କରାଯାଇଛି। ନ୍ୟୁଜରେ ଅନୁଗୁଳ ଯୁବକର କୋରୋନାରେ ମୃତ୍ୟୁ ହୋଇଥିବା ଖବର ଗୁଜବ ବୋଲି ସ୍ପଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ଭାଇରାଲ ଘଟଣା ବିଷୟରେ ବଅଁରପାଳ ଥାନା ଅଧିକାରି ସୁନିଲ କୁମାର କହିଛନ୍ତି ଯେ, ଏପର କୌଣସି ଘଟଣା ତାଙ୍କ ନଜରରେ ଆସି ନାହିଁ। ଏହା ସହ ଲେଖା ଯାଇଛି ଯେ, ଅନୁଗୁଳ ଜିଲାପାଳ ମନୋଜ କୁମାର ମହାନ୍ତି ଅନୁଗୁଳ ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବରକୁ ଗୁଜବ ବୋଲି କହିଛନ୍ତି। ଏହା ସହ ଏପରି କୌଣସି ଘଟଣା ନହୋଇଥିବାର ପ୍ରକାଶ କରିଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-ଧରିତ୍ରୀArchive

ଏହା ପରେ ଆମେ ଏ ସମ୍ପର୍କରେ ସ୍ପଷ୍ଟ ହୋବା ପାଇଁ ଅନୁଗୁଳ ଜିଲାପାଳ ମୋନଜ କୁମାର ମହାନ୍ତିଙ୍କ ସହ ସମ୍ପର୍କ  କରିଲୁ। ତାଙ୍କ ସହ କଥା ହେବାରୁ ସେ ସୂଚନା ଦେଲେ ଯେ, ଅନୁଗୁଳ ଜିଲ୍ଲାରେ ଏପରି କୌଣସି ଘଟଣା ଘଟି ନାହିଁ। ଏହା ଛଡ଼ା ନୂଆହତା ଗାଁରେ ସାପକ କୁମାର ବେହେରା ନାମକ କୌଣସି ଯୁବକ କିମ୍ବା ଏପରି କୌଣସି ପରିବାର ନାହାନ୍ତି। ଭାଇରାଲ ଖବର ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏହା ସହ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି ଯେ, ଜିଲ୍ଲାରେ କୋରୋନାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସହ ଜିଲ୍ଲାରେ 144 ଲାଗୁ ମଧ୍ୟ କରାଯାଇଛି।

ଏହା ପରେ ଆମକୁ 18 ମାର୍ଚରେ ସୂଚନା ମିଲିଳା ଯେ, ମିଛ ଖବର ଭାଇରାଲ କରିଥିବା ଯୁବକକୁ ପୋଲିସ ଗିରଫ କରିଛି। ଖବର ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ(ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୁଳ ଜିଲ୍ଲା ନୁଆଁହତା ଗାଁରେ ଜଣେ ଯୁବକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଲେଖିଥିଲେ। l ତେବେ ଏହାକୁ ନେଇ ଉତ୍ତର  କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇ ଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୋଲିସ ଜୟ କ୍ରିଷ୍ଣା ସାହୁକୁ ତାଙ୍କ ଘରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Media india newsArchive

ଏଠା ଛଡ଼ା ଆମେ କହି ଦଉଛୁ ଯେ, 17 ମାର୍ଚ ପର୍ଯ୍ୟନ୍ତ ଭାରତରେ କୋରୋନା ଭାଇରସରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ଓଡ଼ିଶାରୁ କେହି କୋରୋନା ପିଡ଼ିତ ନାହାନ୍ତି।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅନୁଗୁଳ ଜିଲ୍ଲା ର ଏକ ଯୁବକର ଚେନ୍ନାଇରେ କୋରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଅନୁଗୁଳ ଜିଲାପାଳ ମନୋଜ କୁମାର ମହାନ୍ତି ସୋସିଆଲ ମଡ଼ିଆରେ କରାଯାଉଥିବା ଏହି ଦାବିକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଜିଲ୍ଲାରେ ଏପରି କୌଣସି ଘଟଣା ହୋଇ ନାହିଁ।

Avatar

Title:ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *