
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୌଣସି ନା କୌଣସି କାରଣ ରୁ ସୋସିଆଲ ମିଡିଆରେ ଚର୍ଚା ରେ ରୁହି ଆସିଛନ୍ତି। କାଲୀ ୨୫ ଜୁନ ୨୦୨୦ ରେ ଫେସବୁକର ଓଡିଶା ୱୀଥ ବିଜେପି ନାମକ ପେଜରେ ଜଣେ ଫେସବୁକ ୟୁଜର ଏ.ବି.ପି. ନ୍ୟୁଜ ର ଗୋଟିଏ ସମ୍ବାଦ ପୋସ୍ତ କରିଛନ୍ତି ଯେଉଁ ତିରେ ଲେଖା ଯାଇ ଅଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ଜଣେ ମୁସଲମାନ ଅଟନ୍ତି। ଏହି ପୋଷ୍ଟ ରେ ମନ୍ତବ୍ୟ ଦେଇ କିଛି ଲୋକ ଅସଭ୍ୟ ଭାଷା ରେ ରାହୁଲ ଗାନ୍ଧୀଙ୍କୁ ଗାଳି କରିଛନ୍ତି। ଫେକଟ କୃସେଣ୍ଡୋ ଓଡ଼ିଆ ଟିମ ଏହି ପୋଷ୍ଟ ବିଷୟରେ ଅନୁସନ୍ଧାନ କରି ଏହା କୁ ମିଥ୍ୟା ବୋଲି ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଏହି ବିଷୟ ନେଇ ଟୁଇଟର ରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହା କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏ.ବି.ପି. ନ୍ୟୁଜ ଦ୍ଵାରା ନିଜ ଟୁଇଟର ହେଣ୍ଡେଲ ରେ ଗୋଟିଏ ଟୁଇଟ ପାଇଲୁ। ୧୨ ନଭେମ୍ବର ୨୦୧୮ ମସିହାରେ ଏ.ବି.ପି. ଟୁଇଟ କରି କହିଥିଲା ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରାହୁଲ ଗାନ୍ଧୀଙ୍କ ବିଷୟରେ ସମ୍ବାଦ ଏ.ବି.ପି. ନ୍ୟୁଜ ଦ୍ଵାରା ପ୍ରସାରିତ ହେଇ ନାହିଁ ଏବଂ ରାହୁଲ ଗାନ୍ଧୀଙ୍କ ବିଷୟରେ ଭାଇରାଲ ହେଉ ଥିବା ସମ୍ବାଦରେ ଏ.ବି.ପି. ନ୍ୟୁଜ ନେଟୱାର୍କର କୌଣସି ସମ୍ବନ୍ଧ ନାହିଁ। ଆମ ନ୍ୟୁଜ ଛେନାଲର ଟେମ୍ପଲେଟର ଦୁର୍ବ୍ୟବହାର କରା ଯାଇଅଛି।
ଏହା ପରେ ଆମେ ଗୁଗୁଲରେ ଯାଇ ମଧ୍ୟ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ବିଷୟରେ ସ୍କ୍ରୋଲ ନାମକ ପତ୍ରିକା ରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ୧୨ ନଭେମ୍ବର ୨୦୧୮ ମସିହାରେ ପ୍ରକାଶିତ ହେଇ ଥିବା ଏହି ଅନୁଛେଦରେ ଲେଖା ଯାଇଅଛି ଯେ ଏ.ବି.ପି. ନ୍ୟୁଜ ସୋମବାର ଦିନ ଏହି କଥା ସ୍ପଷ୍ଟ କରିଛି ଯେ ସେମାନଙ୍କର ନ୍ୟୁଜ ଟେମ୍ପଲେଟ ଦୁର୍ବ୍ୟବହାର କରି ରାହୁଲ ଗାନ୍ଧୀଙ୍କ ନାମରେ ସୋସିଆଲ ମିଡିଆରେ ତାଙ୍କ ଏବଂ ତାଙ୍କ ପୂର୍ବଜଙ୍କ ମୁସଲମାନ ହେବା ଗୁଜବ ଭାଇରାଲ କରା ଯାଉଅଛି। ଏ.ବି.ପି କହିଛି ଯେ ଏହି ଗୁଜବ ତାଙ୍କ ଛେନାଲ ପ୍ରସାରିତ କରି ନାହିଁ ଏବଂ ଏହି ଭାଇରାଲ ପୋଷ୍ଟ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ମୁସଲମାନ ହେବା ପୋଷ୍ଟ ବାଡେ ଆହୁରି ଏପରି ପୋଷ୍ଟ କରା ଯାଇଅଛି ଯେଉଁଥିରେ ଲେଖା ଯାଇଅଛି ଯେ ରାହୁଲ ଗାନ୍ଧୀ କହିଛନ୍ତି, “ଆମକୁ କାଶ୍ମୀର ପାକିସ୍ତାନ କୁ ଦେଇ ଦେବା କଥା“ “ଆମେ ସରକାର ଗଢିଲେ ପାକିସ୍ତାନ କୁ ବିନା ସୁଧରେ ୫୦୦୦ କୋଟି ଟଙ୍କା ଦାନ ଦେଇ ଦେବୁ ୫୦ ବର୍ଷ ତକ” “ମୁ ମଧ୍ୟ ଭୋଟ୍ ପାଇବା ପାଇଁ ହିନ୍ଦୁ ହେବା ନାଟକ କରିଥିଲି।“
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ ରେ କୌଣସି ସତ୍ୟତା ନାହିଁ। ଏ.ବି.ପି ନ୍ୟୁଜ ନିଜେ ସ୍ପଷ୍ଟ କରି କହିଛି ଯେ ତାଙ୍କର ଟେମ୍ପଲେଟ ଦୁର୍ବ୍ୟବହାର କରି ଏହି ଗୁଜବ ସୃଷ୍ଟି କରା ଯାଇଅଛି। ଏ.ବି.ପି ନ୍ୟୁଜ ଏହି ସମ୍ବାଦ ପ୍ରସାରିତ କରି ନାହିଁ ଏବଂ ଏହି ପୋଷ୍ଟ ସହିତ କୌଣସି ସମ୍ବନ୍ଧ ନାହିଁ।
Title:କ’ଣ ଏ.ବି.ପି. ନ୍ୟୁଜ ଏହା ପ୍ରସାରିତ କରିଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବଜ ମୁସଲମାନ ଥିଲେ ଓ ସେ ନିଜେ ମଧ୍ୟ ମୁସଲମାନ ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

