
14 ଡିସେମ୍ବରରେ Bikram Bai Rajput ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। 3 ଡିସେମ୍ବର 2006ରେ ରାହୁଲ ଗାନ୍ଧୀ ସୁକନ୍ୟା ଦେବି ନାମକ ଏକ ଝିଅ ସହ ଦୁଷ୍କର୍ମ କରିଥିବାର ଦାବି ପୋଷ୍ଟରେ କରାଯାଇଛି। ଏହା ସହିତ ଲେଖା ଯାଇଛି ଯେ, ପୁଲିସ ଥାନାରେ ଏହି ସମ୍ପର୍କରେ ମାମଲା ରୁଜୁ କରିବାରୁ ସୁକନ୍ୟା ଦେବିଙ୍କର ମା ଏବଂ ବାପାଙ୍କୁ ଅପହରଣ କରିଦିଆ ଯାଇଛି। ତାଙ୍କ ମାଁ ଏବଂ ବାପା ଆଜି ମଧ୍ୟ ନିଖୋଜ ଅଛନ୍ତି। ଏହା ଛଡ଼ା ରାହୁଲ ଗାନ୍ଧିଙ୍କୁ କୋର୍ଟରେ ଉପସ୍ଥିତ କରିବାରୁ କୋର୍ଟ ରାହୁଲ ଗାନ୍ଧିଙ୍କୁ ନିର୍ଦୋଷ ସାବ୍ୟସ୍ତ କରିବା ସହିତ ମାମଲା ରୁଜୁ କରିଥିବା ବ୍ୟକ୍ତି ଉପରେ 50 ଲକ୍ଷ୍ୟ ଟଙ୍କାର ଜୁରିମାନା ଦେବେକୁ ନିର୍ଦେଷ ଦିଆ ଯାଇଥିଲା। ତେଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କଣ ରହୁଲ ଗାନ୍ଧି ପ୍ରକୃତରେ ସୁକନ୍ୟା ଦେବି ନାମକ ଏକ ଝିଅକୁ ବଲାତ୍କାର କରିଥିଲେ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲେ ଏହି ସମ୍ପର୍କରେ ସର୍ଚ କରିଲୁ। ସର୍ଚରେ ଆମକୁ India Toaday ନ୍ୟୁଜ ପେଜରେ ଏହାର ଖବର 18 ଡିସେମ୍ବର 2012ରେ ପ୍ରକାଶିତ ହୋଇଥିବାର ମିଳିଲା। ଅନୁଚ୍ଛେଦ ଅନୁସାରେ ରାହୁଲ ଗାନ୍ଧିଙ୍କ ଉପରେ 2006ରେ ଅମେଠି ଗେସ୍ଟ ହାଉସରେ ସୁକନ୍ୟା ଦେବି ନାମକ ଏକ ଝିଅର ବଳାତ୍କାର ଆରୋପକୁ ସୁପ୍ରିମ କୋର୍ଟ ଖଣ୍ଡନ କରିଥିଲା। ରାହୁଲ ଗାନ୍ଧିଙ୍କ ବିରୋଧରେ ଲାଗିଥିବା ଦୁଷ୍କର୍ମ ଅଭିଜୋଗର କୌଣସି ପ୍ରମାଣ ମିଳି ନଥିଲା। ଏହା ସହିତ 3 ଡିସେମ୍ବରରେ 2006 ଦିନ କୌଣସି ବଳାତ୍କାର ହୋଇଥିଲା ତାହାର ମଧ୍ୟ କୌଣସି ପ୍ରମାଣ ମିଳି ନାହିଁ। ସୁପ୍ରିମ କୋର୍ଟ ରାହୁଲ ଗାନ୍ଧିଙ୍କୁ ନିର୍ଦୋଶରେ ଖଲାସ କରିବା ସହ ରାହୁଲ ଗାନ୍ଧିଙ୍କ ଉପରେ ମିଛ ଆରୋପ ଲଗାଇବା ଅପରାଧରେ ସମାଜବାଦୀ ପାର୍ଟିର ପୂର୍ବ ବିଧାୟକ କିଶୋର ସମରୀତେଙ୍କ ଉପରେ ମାମଲା ରୁଜୁ କରିବା ସହ 50 ହଜାର ଟଙ୍କାର ଜରିମାନା ଲଗା ଯାଇଥିଲା। ଅଧିକ ସୂଚନା ପାଇଁ ତେଳେ ଦିଆଯାଇଥିବା ଲିଙ୍କରେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-India Toaday । Archive
ଏହା ଛଡ଼ା ସୁପ୍ରିମ କୋର୍ଟ 2012ରେ ଏହି ମାମଲାରେ କରିଥିବା ଫୈସଲାକୁ ଏଠାରେ ପଢ଼ନ୍ତୁ। ଏହା ପରେ ଆମକୁ India Todays ଅନ୍ୟ ଏକ ପୋଷ୍ଟ ମିଳିଲା ଯେଉଁଥିରେ ରାହୁଲ ଗାନ୍ଧି ଏକ ଆଫିଡେବିଟ ଫାଇଲ କରିଥିଲେ ଯ, ତାଙ୍କ ଉପରେ ଲଗା ଯାଇଥାବ ଦୁଷ୍କର୍ମର ଆରୋପ ସମ୍ପୁର୍ଣ୍ଣ ମିଥ୍ୟା ଅଟେ।
ଶେଷକଥା-
ଆମ ଅନୁଚ୍ଛେଦରୁ ପାଇଲୁ ଯେ, ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିବା ଦାବି ମିଥ୍ୟା ଅଟେ। 2012ରେ ସୁପ୍ରିମ କୋର୍ଟ ରାହୁଲ ଗାନ୍ଧିଙ୍କ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଥିଲା। ରାହୁଲ ଗାନ୍ଧିଙ୍କ ଉପରେ ଏକ ମିଥ୍ୟା ମାମଲାରେ ଆରୋପ ଲଗା ଯାଇଥିଲା।

Title:କ’ଣ ରାହୁଲ ଗାନ୍ଧି 2006ରେ ସୁକନ୍ୟା ନାମକ ଝିଅ ସହ ଦୁଷ୍କର୍ମ କରିଥିଲେ? ପୋଷ୍ଟର ସତ୍ୟତା ଜାଣନ୍ତୁ।
Fact Check By: Saritadevi SamalResult: False