
ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ପୋଷ୍ଟରେ ଦିବା କରାଯାଇଛି , ଜାବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେଙ୍କୁ ଟାଟା ଗୃପ କମ୍ପାନିରେ ଚାରିରି ନ ଦେବା ପାଇଁ ଫୈସଲା କରାଯାଇଛି। JNU ବିଶ୍ୱବିଦ୍ୟାଳୟର ଛାତ୍ରମାନେ CAA ବିରୋଧରେ ବିରୋଧ ପ୍ରଦର୍ଶନ ଏବଂ ଅନ୍ୟାନ୍ୟ ପ୍ରଦର୍ଶନ ଲଗାତାର ଚାଲିଛି। ଏଥିମଧ୍ୟରେ 24 ଫେବୃଆରିରେ Sameekhya champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଟା ଗୃପ ଅଫ କମ୍ପାନିର ପୂର୍ବ ପ୍ରମୁଖ ରତନ ଟାଟାଙ୍କ ନାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେୟକା ଯାଇଛି ଯେ, ରତନ ଟାଟା JNU ଛାତ୍ରଙ୍କୁ ଚାକିରି ନ ଦେବାର ଘୋଷଣା କରିଛି। ତାଙ୍କର କହିବାର ଅଛି ଯେ, ଯେ ଦେଶ ପାଇଁ ବିଶ୍ୱସ୍ତ ହୋଇନାହିଁ ସେ ଆମ କମ୍ପାନି ପାଇଁ କଣ ବିଶ୍ୱସ୍ତ ହେବ। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମେ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ ପୋଷ୍ଟ ସହ ଜଡ଼ିତ କିଛି ଶବ୍ଦ ଟାଇପ କରି ସର୍ଚ କରିଲୁ। ଏହାର ପରିଣାମରେ ଆମକୁ PTI ଦ୍ୱାରା ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। 15 ଫେବୃଆରି 2016ରେ PTI ଖବର ଅନୁସାରେ ରତନ ଟାଟା ଭାଇରାଲ ପୋଷ୍ଟର ଦାବିକୁ ଖାରଜ କରିଥିଲା।
ଏଠାରେ ଲିଙ୍କ ଦେଖନ୍ତୁ-Economictimes । Archive
ଏହା ଛଡ଼ା ଆମକୁ ଟାଟା ଗୃପର ଓଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହାକୁ ନେଇ ସୂଚନା ମଧ୍ୟ ମିଳିଲା। ଜଣେ ଟ୍ୱିଟର ଆକାଉଣ୍ଟ ୟୁଜର ଏହାକୁ ନେଇ ପ୍ରଶ୍ନ କରିବାରୁ ଏହାର ପ୍ରତିକ୍ରିୟାରେ ଟାଟା କମ୍ପାନିର ଅଫିସିଆଲ୍ ଆକାଉଣ୍ଟରେ ଲେଖା ଯାଇଥିଲା ଯେ, ରତନ ଟାଟା ତରଫରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ।ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ରତନ ଟାଟା JNU ଛାତ୍ରଙ୍କୁ ଚାକିରି ନଦେବା ଦାବି ମିଥ୍ୟା ଅଟେ। ଏପରି କୌଣସି ଘଷଣା ଟାଟା କମ୍ପାନି ତରଫରୁ କରାଯାଇ ନାହିଁ। ସୋସିାଲ ମିଡିଆର ଭାଇରାଲ ପୋଷ୍ଟ ଲୋକଙ୍କୁ ଭ୍ରମିତ କରୁଛି।

Title:ରତନ ଟାଟା ଦ୍ୱାରା TATA କମ୍ପାନିରେ JNU ଛାତ୍ରଙ୍କୁ ଚାକିରି ନଦେବା ଘଷଣା ମିଥ୍ୟା ଅଟେ।
Fact Check By: Saritadevi SamalResult: False