
ନିକଟରେ ଫିଫା ବିଶ୍ଵ କପରେ ସାଉଦି ଆରବିଆ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଏହା ପରେ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି ଯେ ସାଉଦି ଯୁବରାଜ ଦଳର ସମସ୍ତ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ସ୍ୱରୂପ ଦେବେ ବୋଲି ଦାବି କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ, “ବିଶ୍ବକପ ଫୁଟବଲରେ ଆର୍ଜେଣ୍ଟିନାକୁ ହରାଇବା ପରେ ସାଉଦି ଆରବ ଯୁବରାଜ ମହମ୍ମଦ ବିନ ସଲମାନ ଫୁଟବଲ ଦଳର ଖେଳାଳିମାନଙ୍କୁ ରୋଲ୍ସ ରଏସ ଫାଣ୍ଟମ ଲକଜୁରୀ କାର ଉପହାରରେ ଦେବେ।”

Facebook | Archive | Website | Archive
ସମାନ ଖବର ପ୍ରତିଦିନ ଟିଭି, ନ୍ୟୁଜ୍ ଅଡ୍ଡା ଓଡ଼ିଶା ଏବଂ ନିରପେକ୍ଷ ଫେସବୁକ ପେଜରେ ମଧ୍ୟ ପ୍ରସାରିତ ହୋଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଆର୍ଜେଣ୍ଟିନାକୁ ପରାସ୍ତ କରିବା ପରେ ସାଉଦି ଫୁଟବଲ ଦଳର ସାମ୍ବାଦିକ ସମ୍ମିଳନୀ ବ୍ୟତୀତ ଆରବ ନ୍ୟୁଜ୍ ଏହି ଖବର ଦେଇଛି। ସାମ୍ବାଦିକ ସମ୍ମିଳନୀରେ ସାଉଦି ଫୁଟବଲ ଖେଳାଳି ସାଲେହ ଅଲଶେରି ଏବଂ ଦଳର ପ୍ରଶିକ୍ଷକ ହର୍ଭେ ରେନାଡ ଅଂଶଗ୍ରହଣ କରିଥିଲେ। ସେତେବେଳେ ସାମ୍ବାଦିକ ସାଲେହ ଅଲଶେରୀଙ୍କୁ ପଚାରିଥିଲେ ଯେ ସାଉଦି ରାଜକୁମାର ଏକ ରୋଲ୍ସ ରୋଏସ୍ କାର ଉପହାର ଦେଉଛନ୍ତି କି ନାହିଁ ଏବଂ ଯଦି ସେ ତେବେ ସେ କେଉଁ ରଙ୍ଗ ବାଛିବେ? କିନ୍ତୁ ଅଲଶେରୀ ଉତ୍ତର ଦେଇଛନ୍ତି ଯେ ଏହା ମିଥ୍ୟା ପ୍ରଚାର। ଅଲଶେରୀ କହିଛନ୍ତି ଯେ ସେମାନେ ଦେଶ ପାଇଁ ଖେଳନ୍ତି ଏବଂ ଜିତିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଗୋଲ୍ ସାଉଦି ଆରବିଆ ନାମକ ଏକ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏକ ଭିଡିଓ ପାଇଲୁ ଯେଉଁଥିରେ ଜଣେ ସାମ୍ବାଦିକ ସାଉଦି ଖେଳାଳି ସାଲେହ ଅଲ୍-ଶେହେରିଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆର୍ଜେଣ୍ଟିନାକୁ ପରାସ୍ତ କରିବା ପରେ ସେ ଉପହାରରେ କେଉଁ ରଙ୍ଗ କାର ବାଚିଛନ୍ତି? ଏହାର ଉତ୍ତରରେ ସାଲେହ କହିଛନ୍ତି ଯେ ଏହା ଏକ ମିଥ୍ୟା ପ୍ରଚାର ଅଟେ। ଏପରି କୌଣସି ଉପହାରର ଘୋଷଣା କରା ଯାଇ ନାହିଁ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସାଉଦି ଯୁବରାଜଙ୍କ ଦ୍ଵାରା ଖେଳାଳି ମାନଙ୍କୁ କାର ଉପହାରରେ ଦିଆ ଯାଇଥିବା ଦାବି ମିଥ୍ୟା ଅଟେ। ଏପରି କୌଣସି ଘୋଷଣା କରା ଯାଇ ନାହିଁ।

Title:କ’ଣ ସାଉଦି ଆରବିଆ ଫିଫା ବିଶ୍ଵ କପରେ ଆର୍ଜେଣ୍ଟିନାକୁ ପରାସ୍ତ କରିଲା ପରେ ତାଙ୍କ ଯୁବରାଜ ପ୍ରତ୍ଯେକ ଖେଳାଳିଙ୍କୁ ରୋଲ୍ସ ରଏସ୍ କାର ଉପହାର ଦେବେ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
