
କିଛି ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ଧରିଥିବାର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପୋଲିସ ଆରଏସଏସ କାର୍ଯ୍ୟକର୍ତ୍ତା ମାନଙ୍କୁ ଧରିବା ସହିତ ତାଙ୍କ ଉପରେ ଲାଠିରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହି ଫୋଟୋ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇବା ଜଣା ପଡୁଛି।
ଦାବି କରା ଯାଉଛି ଯେ ଚେନ୍ନାଇରେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଆରଏସଏସ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗହଣା ଲୁଟ କରୁଥିବା ସମୟରେ ପୋଲିସ ତାଙ୍କୁ ଧରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏବିପି ନ୍ୟୁଜ୍ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନ୍ୟୁଜ୍ ପ୍ରସାରିତ କରି ନାହିଁ।
ନିମ୍ନରେ ଆପଣ ମାନେ ଏହି ପୋଷ୍ଟ ଦେଖି ପାରିବେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୮ ଡିସେମ୍ବର ୨୦୧୫ ମସିହାରେ ଏବିପି ନ୍ୟୁଜର ଏକ ଟୁଇଟ ମିଳିଲା। ଟୁଇଟରେ ଲେଖା ଯାଇଛି ଯେ, “ଏବିପି ନ୍ୟୁଜ୍ କୁ ଉଦ୍ଧୃତ କରି, ଏପରି ଭିତ୍ତିହୀନ ଏବଂ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଯାହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏବିପି ନ୍ୟୁଜ୍ ଆପଣଙ୍କୁ ସୂଚିତ କରାଉଛି ଯେ ସଂସ୍ଥା ଦ୍ଵାରା ଏପରି କୌଣସି ଖବର ଟିଭି, ୱେବସାଇଟ କିମ୍ବା ସୋସିଆଲ ମିଡିଆରେ ପ୍ରକାଶିତ କରା ଯାଇ ନାହିଁ। ଏହି ଫୋଟୋ ଉତ୍ତରପ୍ରଦେଶର ଅଟେ ଏବଂ ଅନେକ ବର୍ଷ ପୁରୁଣା ଅଟେ।”
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଘଟଣା ନେଇ ଏବିପି ନ୍ୟୁଜ୍ କୌଣସି ସମ୍ବାଦ ପ୍ରକାଶିତ କରି ନାହିଁ ଏବଂ ଏହି ଘଟଣା ଚେନ୍ନାଇର ନୁହେଁ ବରଂ ଉତ୍ତରପ୍ରଦେଶର ଅଟେ।
ତେବେ ଅସଲି ଘଟଣାଟି କ’ଣ?
ଏହା ଜାଣିବା ପାଇଁ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଜାଗରଣ ପତ୍ରିକା ୱେବସାଇଟରେ ସମାନ ଫୋଟୋ ୨୦୧୨ ମସିହାରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ଘଟଣାଟି ଉତ୍ତରପ୍ରଦେଶର ଆଗ୍ରା ସହରରେ ଘଟିଥିଲା। ଆଗ୍ରାର ତେଢି ବଗିୟା ଅଞ୍ଚଳରେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ସାଇକଲ୍ କୁ ଗୋଟିଏ କାର ଧକ୍କା ମାରିଥିଲା। ଏହାର ବିରୋଧ କରିଥିବାରୁ କାରରେ ଥିବା ଲୋକେ ତାଙ୍କୁ ରାସ୍ତାରେ ଗୋଡାଇ-ଗୋଡାଇ ମାରିଥିଲେ। ପୁରା ଘଟଣାର ବିରୋଧ କରିବାକୁ ଆସିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ ମଧ୍ୟ ଆକ୍ରମଣ କରିଥିଲା ଏବଂ ୬ ଜଣଙ୍କୁ ଗିରଫ ମଧ୍ୟ କରିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏବିପି ନ୍ୟୁଜ୍ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ରିପୋର୍ଟ କରି ନାହିଁ। ଉତ୍ତରପ୍ରଦେଶରେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ଗୋଟିଏ କାର ସହିତ ଦୁର୍ଘଟଣା ମାମଲାକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି।

Title:କ’ଣ RSS କାର୍ଯ୍ୟକର୍ତ୍ତା ଲୋକଙ୍କ ଗହଣା ଚୋରୀ କରିଥିବାରୁ ଚେନ୍ନାଇ ପୋଲିସ ତାଙ୍କୁ ଧରି ଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
