
ସୋସିଆଲ ମିଡିଆରେ ଏକ ମହିଳାର ଫୋଟୋ ଭାଇରାଲ ହେଉଛି। ଭାଇରାଲ ଫୋରେ ଥିବା ମହିଳା ପୁଣେର ଡାକ୍ତର ମେଘା ବ୍ୟାସ ଅଟନ୍ତି ଏବଂ ତାଙ୍କର କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। 24 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, କରୋନା ରୋଗୀଙ୍କ ସେବା କରିବା ସମୟରେ ଡାକ୍ତର ମେଘା ବ୍ୟାସ କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ପୋଷ୍ଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 48 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 108 କମେଣ୍ଟ ଏବଂ 635 ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଭାଇରାଲ ଫୋଟୋରେଥିବା ଡାକ୍ତର ମେଘା ବ୍ୟାସଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ସୋସିଆଲ ମିଡିଆରେ ବିଭିନ୍ନ କୀ ଶବ୍ଦର ଅନୁସନ୍ଧାନରୁ ଜଣାପଡିଛି ଯେ ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଭାଇରାଲ ଫୋଟୋରେଥିବା ମହିଳାଙ୍କ ନାମରେ ଅନେକ ପୋଷ୍ଟ କରାଯାଇଛି। ଅନୁସନ୍ଧାନ ବେଳେ ଜାଣିବାକୁ ମିଳିଥିଲା ଯେ ମେଘା ବ୍ୟାସଙ୍କ କୋରୋନା ସଂକ୍ରମଣରେ ଦେହାନ୍ତରମିଥ୍ୟା ଦାବି କରାଯାଉଛି। ଆମକୁ Facebook ପେଜରେ ମହିଳାଙ୍କ ସମ୍ପର୍କିୟଙ୍କ ଏକ ପୋଷ୍ଟ ମିଳିଲା। ସୋସିଆଲ ମିଡିଆରେ ଥିବା ତଥ୍ୟକୁ ଆଧାର କରି ଫ୍ୟାକ୍ଟ କ୍ରେସେଣ୍ଡୋ ପରେ ମେଘାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟଗୁଡିକ ମିଥ୍ୟା ବୋଲି ସେ କହିଛନ୍ତି। କରୋନା କାରଣରୁ ମେଘାଙ୍କର ମୃତ୍ୟୁ ହୋଇନାହିଁ। ଏହା ସହ ତାଙ୍କ ସମ୍ପର୍କିୟ ସ୍ପଷ୍ଟ କରିଛନ୍ତି ଯେ,ସେ ଜଣେ ଡାକ୍ତର ନଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ମେଗାଙ୍କ ସ୍ୱାମୀ ଡାକ୍ତର ଶ୍ରୀକାନ୍ତ ଶର୍ମାଙ୍କ ସହ ଯୋଗାଯୋଗ କରିଥିଲେ। ମେଘା 22 ଏପ୍ରିଲରେ ଦେହାନ୍ତ ହୋଇଛି ବୋଲି ସେ କହିଛନ୍ତି। ସେ ପୁଣେର ଜାହାଙ୍ଗୀର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲେ।। ସେ ଜାହାଙ୍ଗୀର ହସ୍ପିଟାଲରୁ ଫ୍ୟାକ୍ଟ କ୍ରେସେଣ୍ଡୋକୁ ଏକ ଚିଠି ପଠାଇଥିଲେ। ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ମେଘା କୋରୋନା ରୋଗରେ ପିଡ଼ିତ ନଥିଲେ। ମେଘାଙ୍କ ମୃତ୍ୟୁର କାରଣ ନିମୋନିଆ ବୋଲି ସ୍ପଷ୍ଟ କରିଛନ୍ତି। ତଳେ ରିପୋର୍ଟର ଦେଖନ୍ତୁ।

ଏହା ପରେ ମେଘାଙ୍କ ସ୍ୱାମିଙ୍କୁ ସୋସିଆଲ ମିଡିଆରେ ଦାବି ବିଷୟରେ ପଚରାଯିବାରୁ ସେ କହିଛନ୍ତି ମୁଁ ପୁଣେର ଜଣେ ଡାକ୍ତର ଅଟେ ମୋ ପତ୍ନୀ ଜଣେ ଗୃହିଣୀ ଥିଲେ। ସୋସିଆଲ ମିଡିଆରେ ତାଙ୍କ ଦେହାନ୍ତ ବିଷୟରେ ଅନେକ ମିଥ୍ୟା ଦାବି କରାଯାଉଛି। ଏଥିପାଇଁ ଆମ ପରିବାରକୁ ବହୁତ କଷ୍ଟ ସହିବାକୁ ପଡୁଛି। ମେଘା ବିଷୟରେ ମିଥ୍ୟା ପୋଷ୍ଟ ନକରିବାକୁ ଶର୍ମା ପରିବାର ନିବେଦନ କରିଛନ୍ତି। ଯେଉଁମାନେ ମେଘା ବିଷୟରେ ମିଥ୍ୟା ପୋଷ୍ଟ ସେୟାର କରୁଛନ୍ତି ସେମାନଙ୍କ ବିରୋଧରେ ସେ ସାଇବର ପୋଲିସ ନିକଟରେ ଅଭିଯୋଗ କରୁଛନ୍ତି। ଶ୍ରୀକାନ୍ତ କହିଛନ୍ତି ଯେ, ମୋ ପତ୍ନୀଙ୍କ ଫଟୋକୁ ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେ ପୋଲିସ ନିକଟରେ ଅଭିଯୋଗ କରିବୁ।
ଶେଷକଥା-
ଆମ ଅନୁସନ୍ଧାରୁ ପାଇଲୁ ଯେ, ଭାଇରାଲ୍ ଫଟୋରେ ମହିଳାଙ୍କ ପ୍ରକୃତ ନାମ ହେଉଛି ମେଗା ଶ୍ରୀକାନ୍ତ ଶର୍ମା (ବୟସ 33) ଅଟେ ଏବଂ ସେ ଡାକ୍ତର ନଥିଲେ କିମ୍ବା ତାଙ୍କର କରୋନାରେ ମୃତ୍ୟୁ ହୋଇ ନାହିଁ । ସେ ଜଣେ ଗୃହିଣୀ ଥିଲେ। ସୋସିଆଲ ମିଡିଆରେ ତାଙ୍କ ବିଷୟରେ ମିଥ୍ୟା ପୋଷ୍ଟ ଭାଇରାଲ କରାଯାଇଛି।

Title:ମେଘା ଶର୍ମା ନାମକ ଗୃହିଣିଙ୍କ ମୃତ୍ୟୁକୁ ଡା. ମେଘା ବ୍ୟାସ କୋରୋନା ରୋଗରେ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False