
ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ Sameekhya Champati ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଓଡିଆ ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବ ଖବରକୁ ପୋଷ୍ଟ କରିଛନ୍ତି। ଖବର କାଗଜରେ ପ୍ରକାଶିତ ଯାଇଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟଙ୍କ ଅନୁମତି ଲୋଡିଲା । ଏହା ସହିତ ଖବର କାଗଜରେ ଲେଖା ଯାଇଛି ଯେ,ମାରାତ୍ମକ କରୋନା ଭାଇରସକୁ ଅଧିକ ବ୍ୟାପିବାକୁ ନ ଦେବା ପାଇଁ ଚୀନ୍ ତାର ସର୍ବଜ ଅଦାଲତ ସୁପ୍ରିମ ପିପୁଲସ୍ କୋର୍ଟଙ୍କ ଅନୁମତି ଲୋଡ଼ିଛି। ଚୀନରେ ରୋଗୀଙ୍କୁ ଚିକିତ୍ସିତ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ଏହି ଭାଇରସ ଦ୍ୱାରା ଅଧିକ ମାତ୍ରୀରେ ସଂକ୍ରମିତ ହେବା ଫଳରେ ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍କଟ ସୃଷ୍ଟି ହୋଇଛି। ତେଣୁ ଏହି ରୋଗକୁ ଅଧିକ ବ୍ୟାପିବାକୁ ନ ଦେବା ପାଇଁ ଚୀନ୍ ଏହି ଗଣହତ୍ୟା ନିମନ୍ତେ ନିଷ୍ପତ୍ତି ନେବା କଥା ଖବର କାଗଜରେ ଲେଖା ଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ କରୋନା ଭାଇରସକୁ ରୋକିବା ପାଇଁ ଚୀନ୍ ସରକାର 20 ହଜାର ରୋଗିଙ୍କୁ ହତ୍ୟା କରିବା ପାଇଁ କୋର୍ଟଠାରୁ ଅନୁମତି ମାଗିଛି। ଖବରର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନରେ ଆରମ୍ଭରେ ଆମେ ଗୁଗୁଲରେ ଚାଇନା କରୋନା ଭାଇରସର 20 ହଜାର ରୋଗୀଙ୍କୁ ମାରିବା ପାଇଁ କୋର୍ଚରୁ ଅନୁମତି ମାଗିଥିବା କଥା ସର୍ଚ କରିଲୁ। ସର୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। ଏଥିମଧ୍ୟରେ Ajtak ନ୍ୟୁଜ ପେଜର ଏକ ନ୍ୟୁଜ ମିଳିଲା। ଜାହାକି 10 ଫେବୃଆରିରେ ପ୍ରକାଶିତ କରାଯାଇଛି। ପେଜର ଅନୁଚ୍ଛେଦରେ ସ୍ପଷ୍ଟ କରାଯାଇଛି ଯେ, ଚାଇନା ସରକାର 20 ହଜାର କରୋନା ରୋଗୀଙ୍କ ହତ୍ୟା କରିବା ପାଇଁ କୋର୍ଚଠାରୁ ଅନୁମତି ମାଗିବା ଦାବି ମିଥ୍ୟା ଅଟେ। ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଚାଇନା ଏହି ଦାବିକୁ ଖଣ୍ଡନ କରିଛି। ଅଧିକ ସୂଚନା ପାଇଁ ଲିଙ୍କରେ ଦେଖନ୍ତୁ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Ajtak । Archive
ଆମେ ଚାଇନାର ଏକ ନ୍ୟୁଜ ପେଜ City News ପାଇଲୁ ଯେଉଁଥିରେ ଏହି ଭାଇରାଲ ନ୍ୟୁଜ ପ୍ରଥମେ ପୋଷ୍ଟ କରାଯାଇଥଲେ। ପୋଷ୍ଟରେ ଚାଇନାର ଜଣେ ଲୋକାଲ ସାମ୍ବାଦିକ ଏହି ନ୍ୟୁଜ ପ୍ରକାଶିତ କରିଥିବାର ଦେଖା ଯାଉଛି। ପୋଷ୍ଟରେ ଲେଖା ଯାଇଛି ଯେ, ଚାଇନା ସରକାର କରୋନା ଭାଇରସରେ ପିଡ଼ିତ ରୋଗିଙ୍କୁ ହତ୍ୟା କରିବା ପାଇଁ କୋର୍ଟଠାରୁ ଅନୁମତି ମାଗୁଛି। ତଳେ ଲିଙ୍କ ଦିଆ ଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ-City News । Archive
ଆମେ ଆମର ଅନ୍ୟ ଏକ ଅନୁସନ୍ଧାରୁ ପାଇଲୁ ଯେ City News ଫେକ ନ୍ୟୁଜ ଭାଇରାଲ କରିବାରେ କେତେ ରେକର୍ଡ କରିଛି। ଏହି ନ୍ୟୁଜ ପେଜ ଆଗରୁ ମଧ୍ୟ ଅନେକ ଭୁଲ ନ୍ୟୁଜ ସୋସିାଲ ମିଡିଆରେ ଭାଇରାଲ କରିସାରିଛି। ଚାଇନାର gov.sg ଫ୍ୟାକ୍ଟଚେକ ପେଜ City New ପେଜର ଏକ ନ୍ୟୁଜକୁ 20 ଜାନୁଆରିରେ ଭୁଲ ବୋଲି ପ୍ରମାଣିତ କରିଥିଲା। ଏହି ନ୍ୟୁଜ ପେଜରୁ ଅନେକ ନ୍ୟୁଜ ଭୁଲ ବୋଲି ପ୍ରମାଣିତ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-gov.sg । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଦାବି ମିଥ୍ୟା ଅଟେ। ଚାଇନା ସରକାର 20 ହଜାର କରୋନା ଭାଇରସ ପିଡ଼ିତ ରୋଗୀଙ୍କୁ ହତ୍ୟା କରିବାର ଅନୁମତି କୋର୍ଟରୁ ଲୋଡ଼ି ନାହିଁ। ଯେଉଁ ଚାଇନା ନ୍ୟୁଜ ପେଜରୁ ଏହି ଗୁଜବ ଭାଇରାଲ ହୋଇଥିଲା ତାହା ଭୁଲ ନ୍ୟୁଜ ଭାଇରାଲ କରିବାରେ ପ୍ରଥମ ଅଟେ। ହିନ୍ଦି ନ୍ୟୁଜ Ajtak ପେଜ ଅନୁସାରେ ଚାଇନା ସରକାର ଭାଇରାଲ ଗୁଜବକୁ ଖଣ୍ଡନ କରିଛି।

Title:କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False