
କୋରୋନା ଭାଇରସ୍ ପାଇଁ ଦେଶର ଅର୍ଥନିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡ଼ିଆରେ ରତନ ଟାଟାଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ରତନ ଟାଟା ଦେଶେର କୋରୋନା ଭାଇରସ କାରଣରୁ ଭାରତ ଅର୍ଥନୀତିକୁ ନେଇ ତାଙ୍କ ମତ ପ୍ରକାଶ କରିଥିବାର ଦାବି କରାଯାଉଛି। Arun kumar Mishra ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ରତନ ଟାଟା କହିଛନ୍ତି ଯେ, ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ଭୀରତର ଅର୍ଥନୀତି କୋରୋନା ଭାଇରସ ପାଇଁ ବିଗିଡ଼ିବାରେ ଲାଗିଛି କିନ୍ତୁ ଆମ ଦେଶରେ ଦ୍ୱିତିୟ ବିଶ୍ୱ ଯୁଦ୍ଧ , ଏରୋଡାଇନାମିକ୍ସର ନିୟମ ପରେ ମଧ୍ୟ ଭାରତର 1983 କ୍ରିକେଟ୍ ବିଶ୍ୱକପ୍ ବିଜୟ, ୱିଲମା ରୁଦ୍ରଲ୍ଫ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ ଏବଂ ଅରୁଣିମା ସିହ୍ନା ଏଭରେଷ୍ଟ ଉପରକୁ ଚଢ଼ିଥିଲେ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ର କୌଣସି ବିକଳ୍ପ ନାହିଁ। ଆମେ ଜିତିବା କୋରୋନା ହାରିବ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କଣ ରତନ ଟାଟା କୋରୋନା ପରେ ଭାରତ ଅର୍ଥନୀତିକୁ ନେଇ କୌଣସି ମତ ରଖିଛନ୍ତି କି। ସତ୍ୟତା ଜାଣିବା ପାଇଁ ଆମ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ Ratan tata talk about Indian economy after coronavirus ଲେଖି ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ 11 ଏପ୍ରିଲରେ NDTVରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ଯେଉଁଥିରେ ରତନ ଟାଟା ଭାରତ ଅର୍ଥନୀତିକୁ ନେଇ କୌଣଟି ମତ ଦେଇଥିବାର ଦାବିକୁ ଖଣ୍ଡନ କରିଛନ୍ତି। ଖବର ଅନୁସାରେ ରତନ ଟାଟା ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ହେଉଥିବା ପୋଷ୍ଟ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ଏପକି କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- NDTV । Archive
ଏହା ପରେ ଆମକୁ ରତନ ଟାଟାଙ୍କର Twitter ଆକାଉଣ୍ଟର ଲିଙ୍କ ମିଳିଲା। ଶିଳ୍ପପତି ରତନ ଟାଟା ନିଜ ଆକାଉଣ୍ଟରେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ମୋ ନାମରେ “ଅର୍ଥନୀତିର ବିପୁଳ ପତନ” କୁ କରୋନାଭାଇରସ୍ କିମ୍ବା COVID-19 ମହାମାରୀ ସହିତ ଯୋଡିଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଥିବା ଦାବି ମିଥ୍ୟା ଅଟେ। ଏହି ପୋଷ୍ଟଟି ମୋତେ କୁହାଯାଇ ନାହିଁ କିମ୍ବା ମୋ ଦ୍ୱାରା ଲେଖାଯାଇ ନାହିଁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ହ୍ୱାଟସ୍ ଆପ୍ ଏବଂ ସୋସିଆଲ୍ ପ୍ଲାଟଫର୍ମରେ ପ୍ରସାରିତ ମିଡିଆ ଯାଞ୍ଚ କରିବାକୁ ମୁଁ ଅନୁରୋଧ କରୁଛି। ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍ ବାର୍ତ୍ତାରେ ସେ ଲେଖିଛନ୍ତି: ନକଲି ଖବର ଆମ ସମସ୍ତଙ୍କ ପାଇଁ କ୍ଷତିକାରକ ଏବଂ ଏହାକୁ ସର୍ବଦା ଯାଞ୍ଚ କରାଯିବା ଆବଶ୍ୟକ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏଥିରୁ ସ୍ପଷ୍ଟ ହେଉଛି ଯେ, ରତନ ଟାଟାଙ୍କ ଦ୍ୱାରା କୋରୋନା ଭାଇରସ ପରେ ଭାରତର ଅର୍ଥନୀତିକୁ ନେଇ କୌଣସି ମତ ପ୍ରକାଶ କରିଥିବା ପୋଷ୍ଟ ମିଥ୍ୟା ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ରତନ ଟାଟାଙ୍କ ନାମରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ରତନ ଟାଟା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟ କରିଛନ୍ତି ଯେ, କୋରୋନା ଭାଇରସ କାରଣରୁ ଭାରତର ଅର୍ଥନୀତି ପତଲକୁ ନେଇ ସେ କୌଣସି ମତ ଦେଇ ନାହାନ୍ତି।

Title:କ’ଣ ରତନ ଟାଟା କୋରୋନା ଭାଇରସ୍ ପାଇଁ ଭାରତ ଅର୍ଥନୀତିର ବିପୁଳ ପତନକୁ ନେଇ କୌଣସି ମତ ଦେଇଛନ୍ତି କି?
Fact Check By: Saritadevi SamalResult: False