
ଭାରତ ଚାଇନା ମଧ୍ୟରେ ହଇଥିବା ହିଂସକ ବିବାଦ ପରେ ଦେଶରେ ଚୀନକୁ ଏବଂ ଚୀନର ସମସ୍ତ ଜିନିସକୁ ବିରୋଧ କରିବାରେ ପ୍ରୟାସ ଚାଲିଛି। ଏଧି ମଧ୍ୟରେ କେଉଁ ଦେଶ ଭାରତ ସପକ୍ଷରେ ଅଛି ଏବଂ କେଉଁ ଦେଶ ଭାରତ ବିପକ୍ଷରେ ସେ ନେଇ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗି ରହିଛି। ମେ ମାସଠାରୁ ଭାରତ ଏବଂ ଚୀନ୍ ବର୍ଡରେ ବିବାଦ ଲାଗି ରହିଛି। ସେବେଠାରୁ ଏହା ଉପରେ ଚର୍ଚ୍ଚା ଲାଗି ରହିଛି। ଏଥି ମଧ୍ୟ ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, ଚାଇନା ବିରୋଧରେ ଇସ୍ରାଇଲ, ରୁଷ, ଆମେରିକା, ଜାପାନ ଭଳି ଦେଶ ଭାରତକୁ ସମର୍ଥନ କରିଛନ୍ତି। ତେଳେ ପୋଷ୍ଟ ଦେଖନ୍ତୁ।

ସେହିପରି 31 ମେ ରେ Facebook ପେଜରେ ଇଂରାଜିରେ ଏହି ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଯେ, ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଆମ ସହ ଲଢ଼ିବାକୁ ହେବ- ଇସ୍ରାଇଲ, ଆମେ ସବୁବେଳେ ଭାରତ ସହ ଅଛୁ – ରୁଷ, ଭାରତ ଆମର ବନ୍ଧୁ ଆମେ ସବୁବେଳେ ଭାରତ ସହ ଅଛୁ- ଆମେରିକା, ଯଦି ଭାରତକୁ ଆକ୍ରମଣ କରେ ତେବେ ଚୀନ୍ ଧ୍ୱଂସ ପାଇଯିବ ପୃଥୀବିରୁ – ଜାପାନ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଚାଇନା ବିରୋଧରେ ଇସ୍ରାଇଲ, ରୁଷ,ଆମେରିକା,ଜାପାନ୍ ଭାରତକୁ ସମର୍ଥନ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ସମସ୍ତ ଦେଶର ମତ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ କିଛି ଲିଙ୍କ ମିଳିଲା।
ରିଷ-
1 ଜୁନରେ ରୁଷର ବିଦେଶ ମନ୍ତ୍ରୀ ରୋମନ ବବୁଷ୍କୀ ଇଣ୍ଡିଆ ଟୁଡେ ନ୍ୟୁଜ ଚ୍ୟାନେଲ ସହ କଥା ହୋଇ କହିଛନ୍ତି ଯେ, ଚାଇନା ବର୍ଡରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗରୁ ଦୁଇ ଦେଶ ମଧ୍ୟରେ ହୋଟଲାଇନ, ଦୁଇ ଦେଶକୁ ନେଇ ଚର୍ଚ୍ଚା, ଏବଂ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଆମକୁ ବିଶ୍ୱାସ ଅଛି ଯେ,ଭାରତ ଏବଂ ଚୀନ୍ ଦୁଇ ଦେଶ ମିଶି ଏହି ହିଂସକ ପରିସ୍ଥିତିର ସମାଧାନ କରିବେ। ଏଥିରୁ ସ୍ପଷ୍ଟ ହୋଉଛି ଯେ, ରୁଷ କୌଣସି ଦେଶର ପକ୍ଷ ନ ନେଇ ନିଜ ନିଜ ମଧ୍ୟରେ ସମାଧାନ କରିବା ପାଇଁ ମତ ପ୍ରକାଶ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଇସ୍ରାଏଲ୍-
ଏହା ପରେ ଆମେ ଚୀନ୍ ଏବଂ ଇସ୍ରାଇଲ ସମ୍ପର୍କ ବିଷରେ ଜାଣିବା ପାଇଁ ଚେଷ୍ଟା କରିଲୁ। ସର୍ଚ୍ଚରେ ଆମକୁ 30 ମେ ରେ Asia.nikkei ନାମକ ପଜରେ ପ୍ରକାଶିତ ହୋଇଥିବା ଏକ ଖବର ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାରତ ଚାଇନା ବିବାଦରେ ଇସ୍ରାଇଲ କାହାକୁ ମଧ୍ୟ ସମର୍ଥନ କରିବ ନାହିଁ। ଇସ୍ରାଏଲ୍ ଚାଇନା ସହ ତାର କୌଣସି ସମ୍ପର୍କ ଖରାପ କରିବ ନାହିଁ। କାରଣ 2004 ଠାରୁ 2018 ମଧ୍ୟରେ ଚାଇନା ପାଇଁ ଇସ୍ରାଏଲର ଅର୍ଥନିତି ସ୍ଥିତି ସୁଧୁରିବାରେ ଲାଗିଛି। ଏଣୁ ଚୀନ୍ ଏବଂ ଭାରତ ବିବାଦରେ ଇସ୍ରାଏଲ ଭାରତକୁ ସମର୍ଥନ କରୁଥିବା ନେଇ କୌଣସି ଖବର ସାମ୍ନାକୁ ଆସି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Asia.nikkei
ଆମେରିକା-
ଚୀନ୍ ଭାରତ ବିବାଦରେ ଆମେରିକା ଭାରତକୁ ସମର୍ଥନ କରୁଛି ସତ କିନ୍ତୁ ଭାରତ ଏବଂ ଚୀନ୍ ର ଯୁଦ୍ଧରେ କେତେ ସାହାର୍ଯ୍ୟ କରିବ ତାହା ସମୟ ଆସିଲେ ଜଣା ପଡ଼ିବା। 27 ମେ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ Twitter କରି କହିଥିଲେ ଯେ, ଭାରତ ଏବଂ ଚାଇନା ଶିମାରେଖା ବାବାଦରେ ଆମେରିକା ମଧ୍ୟସ୍ଥି କରିବା ପାଇଁ ପ୍ରସ୍ତୁତ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଆମେରିକା ଭାରତକୁ ପୁର୍ଣ୍ଣ ରୂପରେ ସମର୍ଥନ କରୁନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter
ଏହା ଛଡ଼ା ଜାପାନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବା ନେଇଁ କୌଣସି ଖବର ପ୍ରକାଶ କରି ନାହିଁ। କିନ୍ତୁ ଜାପାନ ଏବଂ ଚାଇନା ସିମାରେଖାରେ ମଧ୍ୟ ବିବାଦ ସୃଷ୍ଟି ହେବାରେ ଲାଗିଛି। ଏଥିରୁ ସ୍ପଷ୍ଟ ହେଲୁ ଯେ ଭାଇରାଲ ହେଉଥିବା ପୋଷ୍ଟ ଫେକ୍ ଅଟେ। ଇସ୍ରାଏଲ୍, ରୁଷ, ଜାପାନ ଏବଂ ଆମେରିକା ଚୀନ ବିରୋଧରେ ଭାରତ ସହ ଛିଡ଼ା ହେବା ନେଇ କୌଣସି ପୁଷ୍ଟି କରିନାହାନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ଚୀନ୍ ବିରୋଧରେ ଭାରତକୁ ଅନ୍ୟଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ଗତ କିଛି ଦିନରୁ ଭାରତ ଏବଂ ଚୀନ ମଧ୍ୟରେ ହେଉଥିବା ବିବାଦକୁ ନେଇ ସୋସିଆଲ ମିଡ଼ିଆରେ ଫେକ ନ୍ୟୁଜ ଭାଇରାଲ ହେବାରେ ଲାଗିଛି।

Title:ଚୀନ୍ ବିରୋଧରେ ଭାରତକୁ ଅନ୍ୟ ଦେଶ ସମର୍ଥନ କରିବା ନେଇ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।
Fact Check By: Saritadevi SamalResult: False