
ଧାମନଗର ଇଉପିଏନିର୍ବାଚନ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ନିର୍ବାଚନ ନେଇ ବିଭିନ୍ନ ଗଣମାଧ୍ୟମ ଦ୍ଵାରା କରା ଯାଇଥିବା ଏକ ସର୍ବେକ୍ଷଣର ଫୋଟୋ ଦେଖିବାକୁ ମିଳିଛି।
ଭାଇରାଲ ଫୋଟୋରେ ଦାବି କରା ଯାଇଛି ଯେ ଏହି ସର୍ବେକ୍ଷଣ ଓଟିଭି, କନକ ନ୍ୟୁଜ୍ ନ୍ୟୁଜ୍ ୧୮ ଓଡ଼ିଶା, ଅର୍ଗସ ଏବଂ ନନ୍ଦିଘୋଷ ଚ୍ୟାନାଲ ଦ୍ଵାରା କରା ଯାଇଛି। ଏହି ସର୍ବେକ୍ଷଣର ଫଳାଫଳରେ ବିଜେଡ଼ି ଦଳ ନିର୍ବାଚନରେ ଅଗ୍ରଣୀ ସ୍ଥାନ ହାସଲ କରିଥିବା ବେଳେ ବିଜେପି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଦ୍ଵିତୀୟ, ତୃତୀୟ ଏବଂ ଶେଷ ସ୍ଥାନରେ ଅଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା ପଡିଛି ଯେ ଏପରି କୌଣସି ସର୍ବେକ୍ଷଣ ହୋଇ ନାହିଁ।
ନିମ୍ନରେ ଆପଣ ମାନେ ଭାଇରାଲ ପୋଷ୍ଟ ଦେଖି ପାରିବେ।

ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୩ ନଭେମ୍ବରରେ କନକ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଯେଉଁଥିରେ ଭାଇରାଲ ଦାବିକୁ ମିଥ୍ୟା ବୋଲି କୁହା ଯାଇଛି। କନକ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଧାମନଗର ଉପନିର୍ବାଚନ ନେଇ ସୋସିଆଲ ମିଡିଆରେ ଏକ ମିଥ୍ୟା ସର୍ବେକ୍ଷଣ ଘୁରି ବୁଲୁଛି ଯେଉଁଥିରେ ଦର୍ଶାଯାଇଛି ଯେ ବିଜେଡ଼ି ଧାମନଗରରେ ଜିଟିଛି।
ଭିଡିଓରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ କନକ ନ୍ୟୁଜ୍ ପକ୍ଷରୁ ଏପାର କୌଣସି ସର୍ଭେ କରା ଯାଇ ନାହିଁ। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ତଥ୍ୟ ଏକ ମିଥ୍ୟା ପ୍ରଚାର ବୋଲି କୁହା ଯାଇଛି।
ଓଟିଭି ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମ ନାମରେ ଭାଇରାଲ ହେଉଥିବା ଧାମନଗର ଉପନିର୍ବାଚନ ସର୍ବେକ୍ଷଣ ମିଥ୍ୟା ଅଟେ। କିଛି ବିଜେଡ଼ି ସମର୍ଥକ ମାନେ ଏହି ମିଥ୍ୟା ସର୍ବେକ୍ଷଣକୁ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟ ମାଧ୍ୟମରେ ଭାଇରାଲ କରୁଛନ୍ତି। ଭିଡିଓରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଓଟିଭି ପକ୍ଷରୁ ଏପରି କୌଣସି ସର୍ଭେ କରା ଯାଇ ନାହିଁ।
ଏହା ପରେ ଆମେ ଅର୍ଗସ ନ୍ୟୁଜ୍ ସାମ୍ବାଦିକ ଭକ୍ତ ବାଟଚଳ ରଥଙ୍କ ସହିତ ଯୋଗାଯୋଗ କରିଲୁ। ସେ ମଧ୍ୟ ଆମକୁ କହିଛନ୍ତି ଯେ, “ଏହା ଏକ ମିଥ୍ୟା ସର୍ବେକ୍ଷଣ ବୋଲି ଜଣା ପଡ଼ୁଛି। ଅର୍ଗସ ନ୍ୟୁଜ୍ ଏପରି ସର୍ବେକ୍ଷଣ କରି ନାହିଁ କିମ୍ବା କୌଣସି ସର୍ଭେର ରିପୋର୍ଟ ଜାରି କରି ନାହିଁ।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଧାମନଗର ଉପନିର୍ବାଚନ ନେଇ ଭାଇରାଲ ସର୍ବେକ୍ଷଣର ରିପୋର୍ଟ ମିଥ୍ୟା ଅଟେ। ବିଭିନ୍ନ ଗଣମାଧ୍ୟମ ଦ୍ଵାରା ଏହି ସର୍ଭେ କରା ଯାଇଥିବା ମିଥ୍ୟା ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି।

Title:ସୋସିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମ ଦ୍ଵାରା ଧାମନଗର ନିର୍ବାଚନ ନେଇ କରା ଯାଇଥିବା ଏକ ସର୍ବେକ୍ଷଣର ସତ୍ୟତା କ’ଣ?
Fact Check By: Siddharth SahuResult: False
