
ବିଗତ କିଛି ଦିନ ପୂର୍ବରୁ RJD ପାର୍ଟି ଅଧ୍ୟକ୍ଷ ଲାଲୁଆ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପାଟଣାର ଗୋଟିଏ ରେଲିରେ ଭାଷଣ ଦେଇଥିଲେ। ତାଙ୍କ ଭାଷଣରେ ସେ କହିଥିଲେ ଯେ ମୋଦୀଙ୍କ କୌଣସି ପରିବାର ନାହିଁ ଏବଂ ସେ ଜଣେ ପ୍ରକୃତ ହିନ୍ଦୁ ନୁହଁନ୍ତି। ଏହାର ଉତ୍ତଟରେ ପ୍ରଧାନମନ୍ତି ମୋଦୀ କହିଥିଲେ ଯେ ଭାରତର ୧୪୦ କୋଟି ଲୋକ ତାଙ୍କ ପରିବାର ଅଟନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କ ନାମରେ ଏକ ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଦେଖିବାକୁ ମିଳିଛି ଯେ ଯଶୋଦାବେନ୍ କହିଛନ୍ତି ଯେ ସେ ଜଣେ ବେକାର ମଣିଷଙ୍କ ପତ୍ନୀ ଅଟନ୍ତି। ଦାବି କରା ଯାଇଛି ଯେ ଏହା ଯଶୋଦାବେନଙ୍କର ପ୍ରକୃତ ଟୁଇଟର ଏକାଉଣ୍ଟ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଯଶୋଦାବେନଙ୍କର ପ୍ରକୃତ ଟୁଇଟର ଏକାଉଣ୍ଟ ନୁହେଁ। ଏହା ଏକ ନକଲି ଏକାଉଣ୍ଟ ଅଟେ ଯାହା ଯଶୋଦାବେନଙ୍କର ନାମରେ ସୃଷ୍ଟି କରା ଯାଇଛି।

ଆମ ଅନୁଦସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଏହି ଟୁଇଟର ଏକାଉଣ୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପତ୍ନୀ ଯଶୋଦାବେନଙ୍କର ପ୍ରକୃତ ଟୁଇଟର ଏକାଉଣ୍ଟ? ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ପୋଷ୍ଟରେ ସେହି ଟୁଇଟର ଏକାଉଣ୍ଟର ୟୁଜର ନେମ୍ ଉଲ୍ଲେଖ ହୋଇଛି।
ଏହା ପରେ ଆମେ @Jasodabenhere ୟୁଜର ନେମ୍ କୁ ଟୁଇଟରରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହା ଯଶୋଦାବେନଙ୍କର ନାମରେ ଏକ ନକଲି ଟୁଇଟର ଏକାଉଣ୍ଟ ଅଟେ। ଏହି ଏକାଉଣ୍ଟରୁ ମାତ୍ର ୭ ଟି ଟୁଇଟ ହେଇଛି, ଏହା ୨୦୨୩ ମାସରେ ସୃଷ୍ଟି ହୋଇଛି ଏବଂ ଏହି ଏକାଉଣ୍ଟରୁ କାହାରୀକୁ ଫୋଲଲୋ ହେଇନଥିବା ଦେଖି ବିଶ୍ଵାସ କରିବା ଅସମ୍ଭବ ଯେ ଏହା ଯଶୋଦାବେନଙ୍କର ପ୍ରକୃତ ଟୁଇଟର ଏକାଉଣ୍ଟ।
ନିମ୍ନରେ ଆପଣ ମାନେ ସେହି ଟୁଇଟର ଏକାଉଣ୍ଟର ସ୍କ୍ରିନଶଟ୍ ଦେଖି ପାରିବେ।

ଟୁଇଟରରେ ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଯଶୋଦାବେନଙ୍କ ନାମରେ ଏପରି ଅନେକ ନକଲି ଟୁଇଟର ଏକାଉଣ୍ଟ ସୃଷ୍ଟି କରା ଯାଇଛି।
ଆମ ଅନୁସନ୍ଧାନକୁ ଦୃଢ କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଯଶୋଦାବେନଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ କହିଛନ୍ତି, “ତାଙ୍କର କୌଣସି ଅଫିସିଆଲ ଟୁଇଟର ଏକାଉଣ୍ଟ ନାହିଁ। ସୋସିଆଲ ମିଡିଆରେ ତାଙ୍କ ନାମରେ ଏପରି ମିଥ୍ୟା ପ୍ରଚାରକୁ ଲୋକମାନେ ବିଶ୍ଵାସ କରିବା ଉଚିତ୍ ନୁହେଁ।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯଶୋଦାବେନଙ୍କର ଏକାଉଣ୍ଟ ନକଲି ଅଟେ। ଯଶୋଦାବେନ୍ ନିଜେ କହିଛନ୍ତି ଯେ ତାଙ୍କର କୌଣସି ଟୁଇଟର ଏକାଉଣ୍ଟ ନାହିଁ।

Title:କ’ଣ ଯଶୋଦାବେନ୍ ମୋଦୀଙ୍କ ବିରୁଦ୍ଧରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
