
ସାହିନବାଗରେ ଏନଆରସି ଏବଂ ସିଏକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇଛି। ବିରୋଧ ପ୍ରଦର୍ଶନରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରେ ସୁଫରା ଜରଗର ନାମକ ଜଣେ ମହିଳାଙ୍କୁ ବୋରୋଧ ପ୍ରଦର୍ଶନରୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏକ ଖବର ଏବେ ଭାଇରାଲ ହେଉଛି। ସୋସିଆଲ ମିଡ଼ିଆରେ ଦାବି କରାଯାଉଛି ଯେ, ସଫୁରା ଜାରଗର ବିନା ବିବାହରେ ଦୁଇମାସ ହେଲା ପ୍ରେଗନେଣ୍ଟ ଅଛନ୍ତି।
4 ମଇରେ ବିଜେପି କୋଣାର୍କ ପୁରି ନାମକ ଏକ ପେଜରେ ଏହି ଦାବିରେ ମିହିଳାଙ୍କ ଫୋଟୋ ପୋଷ୍ଟ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ସାହିନବାଗ ରେ ପ୍ରତିଦିନ ଆସି ଭଡକାଉ ଭାଷଣ ମାରୁଥିବା, ଦିଲ୍ଲୀ ରେ ହେଉଥିବା ଦଙ୍ଗା ରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରେ ସାମିଲ ଥିବା ମାଡ଼ାମ ଜଣକ ହେଲେ ସଫୁରା ଜରଗର, ଯାହାକୁ ପୋଲିସ ତିହାଡ଼ ଜେଲ ପଠାଇ ଦେଇଥିଲା ,ସେ ଏବେ ବାହା ନହୋଇ ଦୁଇ ମାସର ପେଗନେଣ୍ଟ ହୋଇଛନ୍ତି, ସୂତ୍ରରୁ ଜଣାପଡିଛି ଯେ ସାହିନବାଗ ରେ ଥିଲlସମୟରେ ଏମିତି ଘଟଣା ଘଟିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ସଫୁରା ଜରଗର ନାମକ ମହିଳା ବିନା ବିବାହରେ ଦୁଇମାସ ଦେଲା ତିହାଡ଼ ଜେଲରେ ପ୍ରଗନେଣ୍ଟ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଏହି ଖବରକୁ ନେଇ ସୋସିଆଲ ମିଡ଼ିଆରେ ସର୍ଚ କରିଲୁ। ସର୍ଚରେ ଆମକୁ ଏକ Facebook ଆକାଉଣ୍ଟ ପାଇଲୁ। ଯେଉଁଥିରେ ହ୍ରିସିକେଶ ଶର୍ମା ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ସଫୁରାଙ୍କ ବିବାହ ଫୋଟୋ ପୋଷ୍ଟ କରିଛନ୍ତି। ଏହା ସହ ସେ ସୋସିଆଲ ମିଡ଼ିଆରେ ସଫୁରାଙ୍କ ପ୍ରେଗନେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଅନେକ ଝିଅଙ୍କ ଉପରେ ଏପରି ଚାନ୍ଞ୍ଚଲ୍ୟକର ମତ ଦେଇ ଦେଶର ଝିଅଙ୍କୁ ଖରାପ ରୂପରେ ଦେଖା ଯାଉଛି। ଏହା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ସଫୁରାଙ୍କ ବିବାହ ହୋଇ ସାରିଛି ଏବଂ ତାଙ୍କର ଏହି ବିବାହ ଫୋଟୋରେ ସେ ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛନ୍ତି। ତେଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ପରେ 4 ମଇରେ The print ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସଫୁରାଙ୍କ ସ୍ୱାମି ସୋଫରାଙ୍କ ପ୍ରେଗନେଣ୍ଟକୁ ନେଇ ଦ ପ୍ରିଣ୍ଟକୁ କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ଲୋକ ଜାହା କୁଛନ୍ତି ତାଙ୍କୁ ମୁଁ କୌଣସି ଉତ୍ତର ଦେବା ପାଇଁ ଚାହୁଁନି। ଏହା ଲୋକମାନଙ୍କର ଖରାପ ମାନସିକ ରୂପ ଦର୍ଶାଉଛି। ଏହା ଛଡ଼ା ସୋଫରାଙ୍କ ସ୍ୱାମି ଦ ପ୍ରିଣ୍ଟକୁ ତାଙ୍କ ନାମ ପ୍ରକାଶିତ ନକରିବା ପାଇଁ ଅନୁରୋଧ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- The print । Archive
news24 ଖବର ଅନୁସାରେ 11ଏପ୍ରଲରେ ସୁଫରା ଜୋରଗରଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ହେବା ସମୟରେ ସଫୁରା ପୋଲିସକୁ ସ୍ପଷ୍ଟ କରିଥିଲେ ଯେ, ସେ ତିନି ମାସ ହେଲା ପ୍ରେଗନେଣ୍ଟ ଥିଲେ। ଏହା ଛଡ଼ା ପୋଲିସ କର୍ମି ସୋଫରାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- news24 । Archive
ଏହା ଛଡ଼ା 6 ମଇରେ ଦିଲ୍ଲୀ ମହିଳା ଆୟୋଗ Twitter କରି କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ସଫୁରାଙ୍କ ଗର୍ଭବତିକୁ ନେଇ ହେଉଥିବା ଲଜ୍ଜାଜନକ ଅପମାନିତ କରାଯାଉଛି। ଏ ନେଇ ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ସେଲକୁ ନୋଟିସ ଜାରି କରିଛନ୍ତି। ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ କହିଛନ୍ତି ଯେ ସଫୁରା ଦୋଷୀ ନା ନାହିଁ ତାହା କୋର୍ଟ ସ୍ଥିର କରିବେ। ତାଙ୍କ ଚରିତ୍ରକୁ ଉଲ୍ଲଂଘନ କରିବାର କାହାର ଅଧିକାର ନାହିଁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ସଫୁରା ଜରଗର ବିନା ବିବାହରେ ପ୍ରେଗନେଣ୍ଟ ହେବା ନେଇ କରାଯାଉଥିବା ଦାବି ମିଥ୍ୟା ଅଟେ। ସୁଫରା ଜରଗର ବିବାହିତା ଅଟନ୍ତି। ଏହା ସହ ପୋଲିସ ତାଙ୍କୁ ଜେବେ ଗିରଫ କରିଥିଲା ସେ ପୋଲିସ କୁ ସୂଚନା ଦେଇଥିଲେ ଯେ, ସେ ତିନି ମାସରୁ ପ୍ରେଗନେଣ୍ଟ ଅଛନ୍ତି।

Title:ସଫୁରା ଜାରଗର ଅବିବାହିତ ହୋଇ ଗର୍ଭଧାରଣ କରିଥିବା ଦାବି ମିଥ୍ୟା ଅଟେ।
Fact Check By: Saritadevi SamalResult: False