
ଷ୍ଟ୍ରେଚରରେ ଆମ୍ବୁଲାନ୍ସରୁ ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇ କରୋନାଭାଇରସ୍ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଦାବି କରାଯାଇଛି। ଗା ମୂତ୍ର ପିଇବା ଦ୍ୱାରା କରୋନାଭାଇରସକୁ ରୋକାଯାଇପାରିବ ବୋଲି ସେ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
25 ମଇରେ Sujit kumar sarangi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଅତିରୁ ଇତି… ଗୋବର ବିଶାରଦ ପ୍ରଜ୍ଞା ଠାକୁର ଗୋବର ଏବଂ ଗୋମୂତ୍ରର ଓଭର-ଡୋଜ୍ ନେଇ ଡାକ୍ତର ଖାନାରେ ଭର୍ତି ,ଭଗବାନ ତୁମେ ହିଁ ବିଚାର କର.. ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ଗୁରୁତର ଅବସ୍ଥାରେ ଆଧୁନିକ ଚିକିତ୍ସା ପାଇଁ ଏୟାର ଆମ୍ଵୁଲାନ୍ସରେ ମୁମ୍ବାଇକୁ ଯିବାର ଫଟୋ । ସେମାନେ ଅନ୍ୟକୁ ତ ଗୋବର, ଗୋମୂତ୍ରର ମହାନତା କଥା କହିଥାନ୍ତି କିନ୍ତୁ ନିଜର ଦେହ ଖରାପ ହେଲେ ଦେଶ ବିଦେଶର ନାମୀ ଦାମୀ ହସପିଟାଲକୁ ଯାଇ ବିନା ଦ୍ଵିଧାରେ ଆଧୁନିକ ଚିକିତ୍ସା ବିଜ୍ଞାନ ଓ ଏଲୋପାଥିର ସହାୟତା ନେଇଥାନ୍ତି ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଗା ମୂତ୍ର ପିଇବା ଦ୍ୱାରା କରୋନାଭାଇରସକୁ ରୋକାଯାଇପାରିବ ବୋଲି ବିଜେପି ସାଂସଦ ପ୍ରୟାଗ ଠାକୁରଙ୍କୁ କୋରୋନା ରୋଗ କରାଣରୁ ହସ୍ପିଟାଲ ଯିବାକୁ ପଡ଼ିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। scoopwhoop ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯାହାକି 13 ମେ 2016ରେ ପ୍ରକାଶିତ କରାଯାଇଥିଲା। ଖବରରେ 2008 ମସିହାରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ସାଧବୀ ପ୍ରୟା ଠାକୁରଙ୍କ ବିବାଦୀୟ ମାମଲା ସମ୍ପର୍କରେ ଲେଖାଯାଇଛି। ତେବେ ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ ବୋଲି ସ୍ପଷ୍ଟ ହେଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-scoopwhoop । Archive
The Hindu ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 10 ଜାନୁଆରି 2013ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ମାଲେଗାଓଁ ବିସ୍ଫୋରଣ ଅଭିଯୋଗ ସାଧବୀ ପ୍ରଜ୍ଞା ଠାକୁର କର୍କଟ ରୋଗ ହୋଇଛି। ଏହି ପ୍ରତିଛବିରେ କ୍ୟାପସନ୍ ଦିଆଯାଇଛି, ” 9 ଜାନୁୟାରୀ 2013ରେ, 2008 ମାଲେଗାଓଁ ବିସ୍ଫୋରଣ ଅଭିଯୋଗ ସାଧବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭୋପାଳର ଜବାହରଲାଲ ନେହେରୁ କର୍କଟ ଡାକ୍ତରଖାନାକୁ ନିଆଯାଉଛି।” ଭାଇରାଲ ଫଟୋ 2013ର ଅଟେ। ଯେତେବେଳେ ପ୍ରଜ୍ଞା ଠାକୁର କର୍କଟ ରୋଗରେ ପିଡ଼ିତଥିଲେ। ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- The Hindu । Archive
ଏହା ଛଡ଼ା ଆମକୁ ତାଙ୍କ ଦେହ ଖରାବର ଅନ୍ୟ କୌଣସି ଖବର ବର୍ତ୍ତମାନ ସମୟରେ ମିଳିଲା ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ଶଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ପ୍ରଜ୍ଞା ଠାକୁର ଅଧିକ ଗୋ ମୂତ୍ର ପିବାରୁ ଦେହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଦାବିରେ ଭାଇରାଲ ଫଟୋ 2013 ମସିହାର ଅଟେ। ସେତେ ବେଳେ ସେ କର୍କଟ ରୋଗରେ ଚିକିତ୍ସା ପାଇଁ ଜବାହରଲାଲ ନେହେରୁ କର୍କଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Title:ବିଜେପି ସାଂସଦ ପ୍ରଜ୍ଞା ଠାକୁର ଗୋମୂତ୍ରର ଓଭର-ଡୋଜ୍ ନେଇ ଡାକ୍ତର ଖାନାରେ ଭର୍ତି ହେଲେ ?
Fact Check By: Saritadevi SamalResult: False
