
କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର ଖବର ସାମ୍ନାକୁ ଆସୁଛି। 14 ମାର୍ଚରେ Bhagya Dhar Jitendra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଦାବି କରିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ 8 କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଏହା ସହ ଲେଖା ଯାଇଛି ଯେ, ଜିଲ୍ଲାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କଣ କେନ୍ଦ୍ରାପଡ଼ା ଜିଲ୍ଲାରେ 8 କୋରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ପୋଷ୍ଟରେ ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ କେନ୍ଦ୍ରାପଡ଼ାରେ କୋରୋନା ଭାଇରସକେ କୌଣସି ସନ୍ଦିଗ୍ଧ ଅଛନ୍ତି ନା ନାହିଁ ତାହା ଜାଣିବା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାରେ ସମ୍ପର୍କ କରିଲୁ। ସେଠାରୁ ସୂଚନା ମିଳିଲା ଯେ, ମାର୍ଚ 18 ଯାଏଁ କେନ୍ଦ୍ରାପଡ଼ାର କୌଣସି କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ କରାଯାଇ ନାହିଁ। ଏହା ପରେ ଆମକୁ ଓଡ଼ିଆ ସମ୍ବାଦର ଏକ ନ୍ୟୁଜ ମିଳିଲା ଯେଉଁଥିରେ ପ୍ରକାଶିତ କରାଯାଇଛି ଯେ, ସାମ୍ବାଦିକ ସମୋତ 4 ଜଣ କୋରୋନା ଗୁଜବରକାରୀ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାରେ କୋରୋନା ଭାଇରସକୁ ନେଇ ମିଛ ଗୁଜବ ଭାଇରାଲ କରିଥିବା 4 ଜଣକୁ ଗିରଫ କରାଯାଇଛି। ଖବର ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଘରୋଇ ଟିଭି ଚ୍ୟାନେଲ ସାମ୍ବାଦିକ ସମେତ ୪ ଜଣ ଯୁବକ କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅନ୍ତର୍ଗତ କଂସାର ଗାଁର ନିରଞ୍ଜନ ପରିଡ଼ା (୫୯), ମାଧପୁର ଗାଁର ଧ୍ରୁତିରଂଜନ ବାରିକ, ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଗାଁର ଶିବାଶିଷ ମହାନ୍ତି (୩୨) ଓ ମଡରପୁର ନିବାସୀ ପ୍ରଫୁଲ୍ଲ ଦାସ। ଏମାନଙ୍କ ମଧ୍ୟରେ ଜଣେ ଘରୋଇ ଟିଭି ଚ୍ୟାନେଲ ର ସାମ୍ବାଦିକ ଜଡିତ ଅଛନ୍ତି । ସେ ମଧ୍ୟ କେନ୍ଦ୍ରାପଡା ର ଜଣାଶୁଣା ଲୋକାଲ ୱେବ ଚ୍ୟାନେଲ ମଧ୍ୟ ଚଳାଉଛନ୍ତି । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ଓଡ଼ିଆ ସମ୍ବାଦ । Archive
ଏହା ପରେ ଆମକୁ ସମ୍ବାଦ ଖବର ପେଜରେ ଅନ୍ୟ ଏକ ନ୍ୟୁଜ ମିଳିଲା ଯେଉଁଥିରେ ମଧ୍ୟ ଏହା ସ୍ପଷ୍ଟ ଲେଖା ଯାଇଛି ଯେ କେନ୍ଦ୍ରାପଡ଼ାରେ କୌଣସି କୋରୋନା ଭାଇରସ ସନ୍ଦିଗ୍ଧ ସ୍ପଷ୍ଟ ହୋଇ ନାହାନ୍ତି। ଏହା ସହ ଯୋଉଁମାନେ କୋରୋନା ଭାଇରସକୁ ନେଇ ମିଛ ପ୍ରଚାର କରୁଥିଲେ ପୋଲିସ ତାଙ୍କୁ ଗିରଫ କରିଛି। କହିରଖୁଛୁ ଯେ, ପୂର୍ବରୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ କୋରୋନା କୁ ନେଇ ଗୁଜବ ଭାଇରାଲ କରୁଥିବାରୁ 2 ଜଣ ଗିରଫ କରାଯାଇଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-ସମ୍ବାଦ । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ ହେବା ଦାବି ମିଥ୍ୟା ଅଟେ। କୋନ୍ଦ୍ରାପଡ଼ାରେ କୋରୋନା ଭାଇରସକୁ ନେଇ ଗୁଜବ ଭାଇରାଲ କରୁଥିବା 4 ଜଣକୁ ପୋଲିସ ଗିରଫ କରିଛି। କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ଭାଇରସ ସନ୍ଦିଗ୍ଧ ଚିହ୍ନଟ ହେବା ଦାବି ଗୁଜବ ଅଟେ।

Title:କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।
Fact Check By: Saritadevi SamalResult: False