
ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନ ବିଷୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ କଳା କପଡ଼ାର ଏକ ବ୍ୟାନର ଦେଖାଯାଉଛି। ଯେଉଁଥିରେ ଲେଖା ଅଛି, “ନା ମୋଦୀ, ନା ଯୋଗୀ , ନା ଜୟ ଶ୍ରୀ ରାମ, ଦେଶରେ ରାଜ କରିବେ ମଜଦୁର-କିସାନ ” । ପୋଷ୍ଟରେ ଲେଖାଯାଇଥିବା ଦାବି ଅନୁସାରେ ଫଟୋଟି ବର୍ତ୍ତମାନ ଚାଲୁଥିବା କୃଷକ ବିଲ୍ ବିରୋଧରେ ହୋଉଥିବା ଆନ୍ଦୋଳନ ଅଟେ। ଆମ ଅନୁସନ୍ଧାନରୁ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
3 ଡିସେମ୍ବରରେ Susanta Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କୃଷକମାନେ ଚାହୁଁଛନ୍ତି କଣ ଜାଣିହେଉନି। କୃଷକମାନେ ଜୟ ଶ୍ରୀ ରାମକୁ ବିରୋଧ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦିଜୀ ,ଯୋଗିଜୀଙ୍କି ବିରୋଧ କର ଚଳିବ କିନ୍ତୁ ଜୟ ଶ୍ରୀ ରାମ କୁ ବିରୋଧ କଣ ପାଇଁ କରା ଯାଉଛି କିଛି ବୁଝି ହୋଉନି ଧାରା 370,35A ଉଠିଲେ ଚାଷରେ କଣ ଉନ୍ନତି ହେବ କିଛି ବୁଝି ହୋଉନି ,ବାସ୍ତବରେ ଏହା ଚାଷୀ ଆନ୍ଦୋଳନ ନା ଚାଷୀ ଆନ୍ଦୋଳନ ନାରେ , ଧାରା 370,35A ଓ ଜୟଶ୍ରୀ ରାମ କୁ ବିରୋଧ କିଛି ବୁଝି ହୋଉନି। ଆମ ଅନୁସନ୍ଧାନ ପୂ୍ର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
Khiroda Chandra Nayak ନାମକ ଜଣେ ଫେସବୁକ ୟୁଜର ମଧ୍ୟ ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ 2 ଡିସେମ୍ବରରେ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସରକାର ବିରୋଧି ହେଲେ ବୁଝିହେଲା କିନ୍ତୁ ଚାଷିମାନେ ରାମ ବିରୋଧି ହେଲେ କିଛି ବୁଝି ହେଲାନି। ଏହି ସ୍ଲୋଗାନ ଲେଖା ଥିବା ବ୍ୟାନରରେ ସବୁ କିଛି ଠିକ ଥିଲା ପରି ଲାଗୁଥାଇପାରେ ସମସ୍ତଙ୍କୁ । କୃଷକ ଶ୍ରମିକ ମାନଙ୍କର ହୀତ ଦୃଷ୍ଟିରୁ ଠିକ ମଧ୍ୟ। କିନ୍ତୁ ଏହି ନେତାର ବିରୋଧ ବ୍ୟାନରେ ଉଲ୍ଲେଖ ଥିବା “ନା ଜୟ ଶ୍ରୀ ରାମ ” ଲେଖାର ମହତ୍ୱ କଣ ଥାଇପାରେ। ଚାଷିମୁଲିଆ ର ହକ ର ଲଢେଇ ରେ ଭଗବାନ ଶ୍ରୀରାମଙ୍କ ନାମର ବ୍ୟବହାର କରାଯିବା ପଛରେ କେଉଁ ପ୍ରକାର ମହତ୍ତ ଉଦେଶ୍ୟ ଥାଇପାରେ । କି ପ୍ରକାରର ମାନସିକତା ଥାଇ ପାରେ ଏହି ଲେଖା ଏବଂ ଲେଖକର ମନରେ। ରାଜନୈତିକ ଦଳର ନେତାଙ୍କୁ ବିରୋଧ କରିବା ର ଆଢୁଆଳରେ ହିନ୍ଦୁ ଆସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରାଯାଉନାହିଁ ତ ? ସମୟ ପୁର୍ବରୁ ସଚେତନତା ନିହାତି ଦରକାର ।।।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଶ୍ରୀ ରାମ ବିରୋଧି କଳା କପଡ଼ା ଭାଇରାଲ ହେଉଥିବା ଫଟୋ ବର୍ତ୍ତମାନ ଚାଲିଥିବା ଚାଷୀ ଆନ୍ଦୋଳନର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। M.s.Hitesh Mohan ନାମକ ଏକ ଟ୍ୱିଟର ଆକାଉଣ୍ଟ ମିଳିଲା। ଭାଇରାଲ ଫଟୋ 2 ଡିସେମ୍ବର 2018ରେ ପୋଷ୍ଟ କରାଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ଭାଇରାଲ ଫଟୋ navjivanindia ପେଜରେ ମିଳିଲା। ଖବର ଅନୁସାରେ 2018 ରେ ଅଖିଲ ଭାରତୀୟ କିସାନ ସଂଗର ସମିତି (AIKSC) ଙ୍କ ନେତୃତ୍ୱରେ ସାରା ଦେଶରୁ କିସାନ ଆନ୍ଦୋଳନ ପାଇଁ ପହଞ୍ଚିଥିଲା। କୃଷକମାନେ ଫସଲର ମୂଲ୍ୟ ଏବଂ ଋଣ ଛାଡ ଦାବିରେ ଏକ ମୁକ୍ତି କୃଷକ ପଦଯାତ୍ରା ଆୟୋଜନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- navjivanindia । Archive
All India Kisan Mahasabha ନାମକ ଫେସବୁକ ପେଜରେ ମଧ୍ୟ ଭାଇରାଲ ଫଟୋ ପାଇଲୁ। ଯାହାକି 4 ଡିସେମ୍ବର 2018ରେ ପ୍ରକାଶିତ କରାଯାଇଥିଲା। ଫଟୋରେ AIKM ଲେଖାହୋଇଥିବାର ଦେଖାଯାଉଛି। ଅର୍ଥାତ୍ ଏହି ବ୍ୟାନର AIKM (All India Kisan Mahasabha) ନାମକ କମେଟିର ଅଟେ। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- AIKM । Archive
ପୋଷ୍ଟ କରାଯାଇଥିବା ଅନ୍ୟ ଫୋଟ ଅର୍ଥାତ୍ 370 ଏବଂ 35A ବ୍ୟାନର ଧରି କୃଷକମାନେ ପ୍ରଦର୍ଶନ କରୁଥିବା ଫଟୋ ବର୍ତ୍ତମାନର ବୋଲି ଦାବି କରାଯାଉଥିବା ଖବର ମିଥ୍ୟା ଅଟେ। କାଶ୍ମୀରରୁ ଧାରା 370 ଏବଂ 35A ପୁନଃ ସ୍ଥାପନ ଦାବିରେ ଭାଇରାଲ ଫଟୋର ବର୍ତ୍ତମାନ କୃଷକ ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ଏହି ଫଟୋର Link ଏଠାରେ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ହେଉଥିବା ଫଟୋ 2018 ରେ କିସାନ ମୁକ୍ତି ଆନ୍ଦୋଳନର ଅଟେ। ଫଟୋର ବର୍ତ୍ତମାନ କୃଷକ ବିଲ୍ ବିରୋଧରେ ଗତିବିଧି ସହିତ କୌଣସି ସମ୍ପର୍କ ନାହିଁ।

Title:2018ର କୃଷକ ମୁକ୍ତି ଆନ୍ଧୋଳନର ଫଟୋକୁ ବର୍ତ୍ତମାନର କୃଷକ ବିଲ୍ ଆନ୍ଦୋଳନ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: Misleading