
କୃଷ୍ଣ ଭଗବାନଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଭଗବାନ କୃଷ୍ଣ ଏବଂ ଗୋପୀମାନଙ୍କୁ ଆପତ୍ତିଜନକ ଚିତ୍ରଣ କରାଯାଇଛି। ଦାବି କରାଯାଉଛି ଯେ , ଏହି ଚିତ୍ର ବର୍ତ୍ତମାନ ଗୁଆହାଟୀର ରବୀନ୍ଦ୍ର ଭବନରେ ପ୍ରଦର୍ଶିତ ହୋଇଛି। ଏବଂ ଏହି ଚିତ୍ର ଆକ୍ରାମ ହୁସେନ୍ଙ୍କ ଦ୍ୱରା ବନାଯାଇଛି। ବିବାଦୀୟ ଚଳଚ୍ଚିତ୍ର ଆକ୍ରାମ ହୁସେନ୍ଙ୍କ ଚିତ୍ରକାରଙ୍କୁ ଗିରଫ କରିବାକୁ ଅନେକ ଲୋକ ଦାବି କରିଛନ୍ତି।
ଏହି ଫଟୋ 18 ଅଗଷ୍ଟ 2020 ରେ ଦୁର୍ଗା ମାଧବ ନାମକ ଏକ ଫେସବୁକ ୟୁଜର ଏହି ଦାବି ସହ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଚରେ ଦାବି କରାଯାଇଛି ଯେ, ବିକିନି ପିନ୍ଧା ଗୋପୀଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରିତ ଫୋଟ କୁ ରବୀନ୍ଦ୍ର ଭବନ, ଗୌହାଟୀ ଆର୍ଟ ଗ୍ୟାଲେରୀ ରେ ରଖାଯାଇଥିଲା. ଫୋଟୋର ଚିତ୍ରକର ଅକରମ ହୁସେନ ଅଟନ୍ତି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଗୋଟିଏ ମଦ ବାର ରେ ବିକିନି ପିନ୍ଧା ଗୋପୀଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରିତ ଫୋଟ କୁ ରବୀନ୍ଦ୍ର ଭବନ, ଗୌହାଟୀ ଆର୍ଟ ଗ୍ୟାଲେରୀ ରେ ରଖାଯାଇଥିଲା.! ଚିତ୍ରକର: ଅକରମ ହୁସେନ କେବେ ନିଜ ଆରାଧ୍ୟ ମହମ୍ମଦ ଉପରେ ବି ଏମିତିକା ଚିତ୍ର ପ୍ରଦର୍ଶିତ କରି ନିଜର ମରଦ ପଣିଆ ଦେଖାଇଥିଲେ ଆମେ ଜଣିଥାନ୍ତୁ ତୁ କେତେ ଧର୍ମ ନିରପେକ୍ଷ ଲୋକ.! ଲଜ୍ୟା ସେମାନଙ୍କୁ ଲାଗିବା କଥା ଯେଉଁମାନେ ଏଭଳି ଧର୍ମ ଭୀରୁଙ୍କ ଧର୍ମ ଜାଣି ପାରୁନାହାଁନ୍ତି.! ଅତ୍ୟନ୍ତ ନିନ୍ଦନୀୟ, ବିକୃତ ମାନସିକତା କାପୁରୁଷ ଙ୍କୁ ଯେଉଁମାନେ ଢାଲ ହୋଇ ରହୁଛନ୍ତି, ସେମାନେ ବି ଏଥିରେ ସମଭାବରେ ଦାୟୀ ନୁହନ୍ତି କି.??
ଆମ ଅନୁସନ୍ଧାନ ପୂର୍ବପୁ ପୋଷ୍ଟକୁ 26 ସେୟାର ଏବଂ 140 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଚିତ୍ରକର ଅକରମ ହୁସେନଙ୍କ ବନାଇଥିବା ବିକିନି ପିନ୍ଧା ଗୋପୀଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କ ଫୋଟ କୁ ବର୍ତ୍ତମାନ ରବୀନ୍ଦ୍ର ଭବନ, ଗୌହାଟୀ ଆର୍ଟ ଗ୍ୟାଲେରୀ ରେ ରଖାଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢନ୍ତୁ।
ଅନୁସନ୍ଧାନ-
ପ୍ରଥମେ ଆମେ ଭାଇରାଲ ଫୋଟୋକୁ ଗୁଗୁଲେ ପାକଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 15 ଏପ୍ରିଲ 2015ରେ Scoopwhoop ପେଜରେ ପ୍ରକାଶିତ ହୋଇଥିବା ଖବରେ ଭାଇରାଲ ଫୋଟୋ ପାଇଲୁ। ଖବର ଅନୁସାରେ ଚିତ୍ରରେ ଭଗବାନ କୃଷ୍ଣ ଏବଂ ଗୋପୀମାନଙ୍କୁ ଚିତ୍ରଣ କରିବା ପାଇଁ ଚିତ୍ରକାର ଆକ୍ରାମ ହୁସେନଙ୍କ ବିରୋଧରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏଥିରୁ ଆମେ ଜାଣିବାକୁ ପାଇଲୁ ଯେ ଘଟଣାଟି ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Scoopwhoop । Archive
14 ଏପ୍ରିଲ 2014ରେ Indianexpress ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଆକ୍ରାମ ହୁସେନଙ୍କ ଉପରେ ପିଟିସନ ଦାଖଲ ପରେ କଳାକାର ଜଣକ କ୍ଷମା ମାଗିଥିଲେ ଏବଂ ଚିତ୍ର ହଟାଇ ଦିଆଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କୁ ପୋଲିସ ଗିରଫ କରିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Indianexpress । Archive
ଏହି ମାମଲାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ଆମେ ଗୁଆହାଟୀ ପୋଲିସ କମିଶ୍ନର ମୁନ୍ନା ପ୍ରସାଦ ଗୁପ୍ତାଙ୍କ ସହିତ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଥିଲେ ଯେ ଚିତ୍ରଟି ପ୍ରକୃତରେ ପୁରୁଣା ଏବଂ ସେହି ସମୟରେ ଫଟୋଗ୍ରାଫ୍ ହଟାଇ ଦିଆଯାଇଥିଲା ଏବଂ ଚିତ୍ରର ଚିତ୍ରକାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା |
ଗୁଆହାଟୀ ପୋଲିସ ଏହାକୁ ନେଇ ଟ୍ୱିଟର ମଧ୍ୟ କରିଛନ୍ତି ଯେ, ଘଟଣା ପୁରୁଣା ଏବଂ ଅପରାଧୀଙ୍କୁ ଗିରଫ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଅଲୁ ଯେ, ଫଟୋଗ୍ରାଫ୍ କିମ୍ବା ଘଟଣା (2015)ପୁରୁଣା ଏବଂ ସେହି ସମୟରେ ପେଣ୍ଟିଂ ଜବତ କରାଯାଇଥିଲା ଏବଂ ଚିତ୍ରକାରଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାକୁ ବର୍ତ୍ତମାନର ଦାବିରେ ଭାଇରାଲ କରାଯାଉଛି ।

Title:ଭଗବାନ କୃଷ୍ଣଙ୍କ 5ବର୍ଷ ପୁରୁଣା ବିବାଦୀୟ ଚିତ୍ରର ଚିତ୍ରକର ଗିରଫ ହୋଇ ସାରିଛନ୍ତି।
Fact Check By: Saritadevi SamalResult: False