କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଦୃଶ୍ୟକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ।

False International

ଆଫଗାନିସ୍ତାନରେ ତାଲିବାନ ହିଂସା ପରଠାରୁ ଏହାକୁ ନେଇ ଅନେକ ଖବର ଏବଂ ଫଟୋ, ଭିଡିଓ ଅଲଗା ଅଲଗା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କିଛି ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେଉଛି। ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିସ୍ଫୋରଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହୋଇଥିବାର ଦୃଶ୍ୟ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

27 ଅଗଷ୍ଟରେ Bhaarat Sinngh ନାମକ ଜଣେ ଫସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କାବୁଲପୋର୍ଟ ନିକଟରେ ଦୁଇଟି ବିସ୍ଫୋରଣରେ ପ୍ରାୟ 16 ଜଣଙ୍କର ମୃତ୍ୟୁ …ମୁଁ ଲୋକଙ୍କ ସୁରକ୍ଷା ଏବଂ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି # କାବୁଲ # ଆଫଗାନିସ୍ତାନ # ବ୍ଲାଷ୍ଟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ଭାଇରାଲ ଭିଡିଓ ବିସ୍ଫୋରଣର ଦୃଶ୍ୟ କାବୁଲ ଏୟାର ପୋର୍ଟର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।  ଭାଇରାଲ ଭିଡିଓ ଆମକୁ RT ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯାହାକି 27 ଅଗଷ୍ଟ 2021ରେ ପୋଷ୍ଟ କରାଯାଇଛି। ଭିଡିଓର ଶିର୍ଷକରେ ଲେଖାଯାଇଛି – Massive explosion in Kazakhstan as fire engulfs military warehouse(ଅଗ୍ନି ସାମରିକ ଗୋଦାମରେ ନିଆଁ ଲାଗିଥିବାରୁ କାଜାଖସ୍ତାନରେ ବ୍ୟାପକ ବିସ୍ଫୋରଣ ଘଟିଛି) । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ ମିଳିଥିବା ସୂଚନାକୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ।  TRT Haber ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଖବର ଅନୁସାରେ କାଜାଖସ୍ତାନର ଦକ୍ଷିଣରେ ଥିବା ଜାମ୍ବିଲ ପ୍ରଦେଶର ବାଇଜାକୋଭ ଜିଲ୍ଲାରେ ଅବସ୍ଥିତ ସାମରିକ ୟୁନିଟର ଗୁଳିଗୋଳା ଡିପୋରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ 32 ଜଣ ଆହତ ହୋଇଥିବାବେଳେ ଆଖପାଖର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର କାବୁଲ ବିସ୍ଫୋରଣ ସହ କୌଣସି ସମ୍ପର୍କ ନାହିଁ।

ଭାଇରାଲ ଭିଡିଓର ଖବର astana times ପେଜରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ବିସ୍ଫୋରଣ ହୋଇଥିବା ଏହି ଦୃଶ୍ୟ ଜାମ୍ବିଲ ଅଞ୍ଚଳରେ କାଜାଖର ସାମରିକ ବେସକୁ ଟକ୍କର ହୋଇଛି।  ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ଅନୁଯାୟୀ,26 ଅଗଷ୍ଟ ସନ୍ଧ୍ୟାରେ ଜାମ୍ବିଲ ଅଞ୍ଚଳରେ ଅବସ୍ଥିତ ଏକ ସାମରିକ ୟୁନିଟରେ ହୋଇଥିବା ବିସ୍ଫୋରଣରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 90 ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଅପରାହ୍ନ 6.45 ସମୟରେ ବାଇଜାକ୍ ଜିଲ୍ଲାର ସାମରିକ ବେସରେ ନିଆଁ ଲାଗିବା ପରେ ଘଟିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- astana times । Archive

Manila Bulletin Onlin ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶିତ କରାଯାଇଛି। ପୋଷ୍ଟରେ ଲେଖାଯାଇଛି- କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ପରେ 12 ଜଣ ମୃତ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓକ କାବୁଲ ବିସ୍ଫୋରଣ ସହ କୌଣସି ସମ୍ପର୍କ ନାହିଁ।   ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ହେଉଥିବା ଭିଡିଓ କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଅଟେ।

Avatar

Title:କାଜାଖସ୍ତାନର ଅସ୍ତ୍ରଶସ୍ତ୍ର ଡିପୋରେ ବିସ୍ଫୋରଣ ଦୃଶ୍ୟକୁ କାବୁଲ ଏୟାରପୋର୍ଟ ବିସ୍ଫୋରଣ ଦାବିରେ ଭାଇରାଲ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *