ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ମିଥ୍ୟା ଖବର ଭାଇରାଲ।

False Social

ସୋସିଆଲ ମିଡିଆରେ ସମାଜବାଦି ପାର୍ଟି ନେତା ଅର୍ଥାତ୍ ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଖବର ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଅଖିଲେଶ ଯାଦବଙ୍କ ବାପା ମୁଲାୟମ ସିଂହ ଯାଦବଙ୍କ ଫଟୋ ତାଙ୍କ ମୃତ୍ୟୁ ଖବର ସହ ଭାଇରାଲ ହେଉଛି। 

ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପ୍ରମାଣିତ ହୋଇଛି।

6 ଅକ୍ଟୋବରରେ Mo PURI ନାମକ ଜଣେ ଫସବୁକ ୟୁଜର ସମାନ ଦାବିରେ ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ  ୟାଦବଙ୍କ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଅଖିଲେଶ ଯାଦବଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ନିଦ୍ଧନ ହୋଇଛି। 

ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମାଜବାଦି ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ୯୨ବର୍ଷ ବୟସରେ ପରଲୋକ ଘଟିଛି । ଦେଶରେ ମହାମାରୀ କରୋନା ମହାମାରୀ ଅନେକ ଲୋକଙ୍କୁ ଦୂରେଇ ନେଉଥିବା ବେଳେ ପୁଣି ଏକ ଚର୍ଚ୍ଚିତ ଚେହେରା ଚରଦିନ ଲାଗି ଆଖ ବୁଜିଛନ୍ତି । ନିଜ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ସମାଜବାଦି ପାର୍ଟିର ବରିଷ୍ଠ ନେତା ଥିଲେ । ତେବେ ଜୀବନ ତମାମ ଅନ୍ୟଙ୍କ ଦୁଃଖ ବୁଝିବା ଲାଗି ସେ ରାଜନୀତିରେ ବେଶ ସକ୍ରିୟ ଥିଲେ । ୧୯୪୯ ବୟସରେ ସେ ପ୍ରଥମ ଥର ସରପଞ୍ଚ ହୋଇଥିଲେ । ତେବେ ଗତ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ସେ ହସପିଟାଲରେ ଚିକିତ୍ସା ହେଉଥିଲେ ।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

today odisha ପେଜରେ ମଧ୍ୟ ଭାଇରାଲ ଦାବି ପ୍ରକାଶିତ କରାଯାଇଛି। ଯେଉଁଥିରେ ସମାଜବାଦି ପାର୍ଟି ମୁଲାୟମ ସିଂହ ଯାଦବଙ୍କ ଫଟୋ ପୋଷ୍ଟ କରି ତାଙ୍କ ମୃତ୍ୟୁ ଖବର ପ୍ରକାଶିତ କରାଯାଛି। ଖବରରେ ପ୍ରକାଶିତ କରାଯାଇଛି ଯେ, ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଚିକିତ୍ସା ହେଉଥିଲା। 6 ଅକ୍ଟୋବରରେ ତାଙ୍କର ମୃତ୍ୟୁ ହୋଇଛି। ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- today odishaArchive

ତେବେ କଣ ସମାଜବାଦି ପାର୍ଟିର ବରିଷ୍ଠ ନେତା ତାଥା ଅଖିଲେସ ଯାଦବଙ୍କ ପିତା ମୁଲାୟମ ସିଂହ ଯାଦବଙ୍କର ନିଦ୍ଧନ ହୋଇଛି। ଖବରର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପକର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Navbharat Times ପେଜରେ ଖବର ପ୍ରକାଶିତ ହୋଇଥିବାର ମିଳିଲା। ଖବର ଅନୁସାରେ ଉତ୍ତର ପ୍ରଦେଶର ପୂର୍ବ ମୂଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ହୋଇ ନାହିଁ। ସମାଜପାଦି ପାର୍ଟିର ପୂର୍ବ ଏମଏଲସୀ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ହୋଇଛି। ତାଙ୍କର 4 ଅକ୍ଟୋବରରେ ନିଦ୍ଧନ ହୋଇଛି। ନ୍ୟୁଜ ପେଜରେ  ପୂର୍ବ ଏମଏଲସୀ ମୁଲାୟମ ସିଂହ ଯାଦବଙ୍କ  ଫଟୋ ମଧ୍ୟ ଦେଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Navbharat TimesArchive

5 ଅକ୍ଟୋବରରେ ସମାଜବାଦି ପାର୍ଟି  ଆକାଉଣ୍ଟରେ Twitter କରାଯାଇଛି। ଟ୍ୱିଟରେ ଫଟୋ ସହ ଲେଖାଯାଇଛି ଯେ, ଔରୟାର ବରିଷ୍ଟ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବ MLC ଶ୍ରୀ ମୁଲାୟମ ସିଂଦ ଯାଦବଙ୍କ ନିଧନ ହୋଇଛି। ପୋଷ୍ଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

Akhilesh Yadavଙ୍କ ଟ୍ୱିଟର ଆକାଉଣ୍ଟ ଆମେ ସର୍ଚ୍ଚ କରିଲୁ। 5 ଅକ୍ଟୋବରରେ ତାଙ୍କ Twitterରେ ସେ ପୋଷ୍ଟ କରିଛନ୍ତି ଯେ, ବାପାଙ୍କର ପୁରୁଣା ସାଥି ଏବଂ ନାମରୁପ ଶ୍ରୀ ମୁଲାୟମ ସିଂହ ଯାଦବଙ୍କ ନିଧନ ହୋଇଛି। ଟ୍ୱିଟରେ ଅଖିଲେଶ ଯାଦବ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

 ମୁଲାୟମ ସିଂହ ଯାଦବଙ୍କ ବହୁ Aparna Bisht Yadav ଭାଇରଲା ମିଥ୍ୟା ଖବରକୁ ନେଇ ଟ୍ୱିଟ କରିଛନ୍ତି। ସେ ତାଙ୍କ Twitterରେ ଲେଖିଛନ୍ତି ଯେ, ମୁଲାୟମ ସିଂହ ଯାଦବ ଭଗବାନଙ୍କ କୃପାରୁ ବାପା ଅର୍ଥାତ୍ ଆପଣଙ୍କର ଏବଂ ଆମର  ନେତାଜୀ ସୁସ୍ଥ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

livehindustan ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ନିଦ୍ଧନ ହୋଇଥିବା ମୁଲାୟ ସିଂହ ଯାଦବ କିଏ ସେ ବିଷୟରେ ସ୍ପଷ୍ଟ କରାଯାଇଛି। ଖବର ଅନୁସାରେ ପୂର୍ବତନ ଏମଏଲସି ମୁଲାୟମ ସିଂ ଯାଦବ, ଅରାୟା ଭେଟେରାନଙ୍କ ସମାଜବାଦୀ ନେତା ତାଙ୍କ ଜନ୍ମ ଗାଁ କାକୋରର କାଦୋରରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ 1949 ମସିହାରେ 21 ବର୍ଷ ବୟସରେ, ତାଙ୍କ ଗାଁର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ, ସେ 15 ବର୍ଷ ପାଇଁ ଜଣେ ବ୍ଲକ ମୁଖ୍ୟ ଏବଂ 20 ବର୍ଷ ପାଇଁ କ୍ରମାଗତ ଭାବରେ ବିଧାନ ପରିଷଦର ସଦସ୍ୟ ଥିଲେ। ପୂର୍ବତନ ଏସପି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ସହ ମୁଲାୟମ ସିଂ ଯାଦବ ଅତି ନିଜର ଥିଲେ। ତାଙ୍କ ମୃତ୍ୟୁରେ ଏସପି ସଭାପତି ଅଖିଲେଶ ଯାଦବ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- livehindustanArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ, ସମାଜବାଦି ପାର୍ଟି ବିରଷ୍ଠ ନେତା ମୁଲାୟମ ସିଂହ ଯାଦବ ଅର୍ଥାତ୍ ଅଖିଲେଶ ଯାଦବଙ୍କ ପିତାଙ୍କ ନିଦ୍ଧନ ଖବର ମିଥ୍ୟା ଅଟେ। 4 ଅକ୍ଟୋବରରେ ସମାଜବାଦି ପାର୍ଟିର ପୂର୍ବତନ ଏମଏଲସି ମୁଲାୟମ ସିଂ ଯାଦବଙ୍କ ନିଦ୍ଧନ ହୋଇଛି।

Avatar

Title:ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ମିଥ୍ୟା ଖବର ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *