
ଦେଶରେ କୌଣସି ବିପଦ ଆସିଲେ ଅକ୍ଷୟ କୁମାର ସଦାବେଳେ ଚର୍ଚ୍ଚାରେ ଥାନ୍ତି। ପୁଲବାମା ହାମଲା , ଚେନ୍ନାଇ ବନ୍ୟା କିମ୍ବା କୋରୋନା ସଂକ୍ରମଣ ସୟରେ ହଉ। ଏବେ ଆସାମ ବତ୍ୟା ପରଠାରୁ ସୋସିଆଲ ମିଡିଆରେ ଅକ୍ଷୟ କୁମାର ପୁଣି ଚର୍ଚ୍ଚାରେ ଅଛନ୍ତି। ଦାବି କରାଯାଉଛି, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ଆସାମକୁ ସାହାଯ୍ୟ ଦେଲେ। Partha sarathi lenka ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅକ୍ଷୟ କୁମାରଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ଏବଂ ଦାବି କରିଛନ୍ତି ଯେ, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ସାହାଯ୍ୟ ଦେଲେ।
ପୋଷ୍ଟର ଶିର୍ଷକରେ ଲେଥା ଯାଇଛି, ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ । ଦାନବୀର ଅକ୍ଷୟ କୁମାର ସର୍ବଦା ଅସମୟରେ ସାହାର୍ଯ୍ୟର ହାତ ବଢ଼ାନ୍ତି। ଆସାମ ବନ୍ୟା ପାଇଁ 2 କୋଟି ଦେଲେ। ପୁଲବାମା, ଚେନ୍ନାଇ ବନ୍ୟା, କୋରୋନା ଏବଂ ଏବେ ଆସାମ ବନ୍ୟା ପାଇଁ 2 କୋଟିଟଙ୍କା ଦେଇଛନ୍ତି। ଏହି ପୋଷ୍ଟ Banashree Sahoo ନାମକ ବ୍ୟକ୍ତି ମଧ୍ୟ ଏହା ସେୟାର କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକଥର ସେୟାର କରାଯଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ମୁଁ ଓଡ଼ିଆ ପୋଜରେ ମଧ୍ୟ ଏହି ଦାବି ସହ ପୋଷ୍ଟ କରିଛନ୍ତି। ପୋଷ୍ଟକୁ 100ରୁ ଅଧିକଥର ସେୟାର ଏବଂ ଦୁଇ ହଜାରରୁ ଅଧିକଥର ଲାଇକ କରାଯାଇଛି। ପୋଷ୍ଟର କମେଣ୍ଟରେ ଅକ୍ଷୟ କମାରଙ୍କ ଏହି ସାହାର୍ଯ୍ୟକୁ ନେଇ ତାଙ୍କୁ ଧନ୍ୟବାଦ ଜାଣାଇଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତବେ କଣ ଅକ୍ଷୟ କୁମାର 2020 ଆସାମ ବନ୍ୟାରେ 2 କୋଟି ଟଙ୍କା ସାହାଯ୍ୟ ରାଶି ଦେଇଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ଗୁଗୁଲରେ ଆମେ ଅକ୍ଷୟ କୁମାର ଏହି ବର୍ଷ ଆସାମରେ ହୋଇଥିବା ବନ୍ୟାରେ 2 କୋଟି ଟଙ୍କା ସାହାଯ୍ୟ ଦେଇଛନ୍ତି ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏପରି କୌଣସି ଖବର ମିଳିଲା ନାହିଁ ଯେ, ଅକ୍ଷୟ କୁମାର ଆସାମ ବନ୍ୟା ପାଇଁ 2 କୋଟି ଟଙ୍କା ଏହି ବର୍ଷ ସାହାଯ୍ୟ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

17 ଜୁଲାଇରେ Hindustantimes ପ୍ରକାଶିତ ହୋଇଥିବା ଖବର ଅନୁସାରେ , ଅକ୍ଷୟ କୁମାର 2019ରେ କାଜିରଙ୍ଗା ନେସ୍ନାଲ ପାର୍କ ଏବଂ ଆସାମ ବାତ୍ୟା ପାଇଁ 2 କୋଟି ଟଙ୍କା ନେପାଳ ପ୍ରଧାନମନ୍ତ୍ରୀ ସହାୟତା ଫଣ୍ଡରେ ଦାନ କରିଥିଲେ। ଅକ୍ଷୟ କୁମାରଙ୍କ ଏହି କାମ ପାଇଁ ତାଙ୍କୁ ଖବ ପ୍ରଶଂସା କରାଯାଇଥିଲା। 2019ରେ ଅକ୍ଷୟ କୁମାର ପ୍ରଥମ ଫିଲ୍ମଷ୍ଟାର ଯେକି ଅଧିକ ସଂଖ୍ୟାରେ ସାହାଯ୍ୟର ହାତ ବଢ଼ାଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Hindustantimes । Archive
ଏହା ଛଡ଼ା ଆମେ ଦିଖିବାକୁ ପାଇଲୁ ଯେ, ଅକ୍ଷୟ କୁମାର ଯେତେ ବେଳେ ଯେଉଁଠି ଦାନ କରିଛନ୍ତି, ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥାନ୍ତି। 2019ରେ ମଧ୍ୟ ସେ ଯେତେବେଳେ 2 କୋଟି ଟଙ୍କା ସାହାଯ୍ୟ କରିଥିଲେ ତାହା ସେ ଟ୍ୱିଟ କରି ଜଣାଇଥିଲେ। ଯେଉଁଥିରେ ସେ ଲେଖିଛନ୍ତି ଯେ, ସେ ଆସାମ ରିଲିଫ ଫଣ୍ଡକୁ ଆସାମ ବାତ୍ୟା ପାଇଁ କୋଟି ଟଙ୍କା ଦାନ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଆମେ ପରେ ଅକ୍ଷୟ କୁମାର Twitter ଆକାଉଣ୍ଟରେ ଯାଇ ସର୍ଚ୍ଚ କରିଲୁ। ଯେଉଁଥିରେ ସେ କେଉଁଠାରେ ମଧ୍ୟ ଟ୍ୱିଟ କରି ନାହାନ୍ତି ଯେ, ସେ ଆସାମ ବାତ୍ୟାରେ 2 କୋଟି ଟଙ୍କା ଏବେ ଦାନ କରିଛନ୍ତି। 16 ଜୁଲାଇ ପରଠାରୁ ଆକ୍ଷୟ କୁମାର କୌଣସି ଟ୍ୱିଟ କରି ନାହାନ୍ତି। ସେ ଏହି ମାସରେ ହୋଇଥିବା ଆସାମ ବାନ୍ୟା ପାଇଁ ଅକ୍ୟ କୁମାର କୌଣସି ଦାନ ଦେଇଥିବା ଖବର ମିଥ୍ୟା ଅଟେ। ଏପରି କୌଣସି ଖବର ସାମ୍ନାକୁ ଆସି ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଏହି ମାସରେ ଆସାମରେ ହୋଇଥିବା ବନ୍ୟା ପାଇଁ ଅକ୍ଷୟ କୁମାର 2 କୋଟି ଟଙ୍କା ଦାନ ଦେଇଥିବା ଦାବି ମିଥ୍ୟା ଅଟେ। ଏପରି କୌଣସି ଖବର ସାମ୍ନାକୁ ଆସି ନାହିଁ।

Title:ଜୁଲାଇ ମାସରେ ଆସାମରେ ହୋଇଥିବା ବନ୍ୟା ପାଇଁ ଅକ୍ଷୟ କୁମାର 2 କୋଟି ଟଙ୍କା ଦାନ କରିଥିବା ଖବର ମିଥ୍ୟା ଅଟେ।
Fact Check By: Saritadevi SamalResult: False