ବିବାହ କରିନଥିବା ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବ ସହ ଫେରାର ହୋଇଥିବା ମିଥ୍ୟା ଖବର ଭାଇରାଲ ହେଉଛି।

False Social

ବିଜେପି ଜାତୀୟ ମୁଖପାତ୍ର ସମ୍ୱିତ ପାତ୍ର ସର୍ବଦା ସୋସିଆଲ ମିଡିଆ ଏବଂ ସମସ୍ତ ଡିବେଟରେ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ଲଭ୍ ଜିହାଦ୍’ ଉପରେ ହୋଇଥିବା ଆଲୋଚନା ପରେ, ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଝିଅ ଏକ ମୁସ୍ଲିମ ସହ ପଳାଇବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବିପି ନ୍ୟୁଜ୍ ରିପୋର୍ଟର ଏକ ସ୍କ୍ରିନ୍ ସୋର୍ଟ ଏହି ଦାବିରେ ଭାଇରାଲ ହେବାରେ ଲାଗିଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଲା। 

30 ନଭେମ୍ବରରେ Siddharth Pattnayak ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ରାମ ରାମ ଲେଖା ଯାଇ ଦାବି କରାଯାଇଛି ଯେ, ସମ୍ୱିତ ପାତ୍ର ଝିଅ ମୁସ୍ଲିମ ଯୁବକ ସହ ପଳାଇଛି। ଖବରକୁ ଲବ ଜିହାଦ ରୂପ ଦିଆଯାଇଛି। ପୋଷ୍ଟର ତିନି ଘଣ୍ଟା ମଧ୍ୟରେ ପୋଷ୍ଟକୁ ଅଧିକ ଭାଇରାଲ କରାଯାଇଛି। ଏହି ପୋଷ୍ଟ ହିନ୍ଦିରେ ମଧ୍ୟ ଭାଇରାଲ ହୋଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ଏହି ପୋଷ୍ଟ ଅନ୍ୟାନ୍ୟ ଭାଷାରେ ମଧ୍ୟ ଅଧିକରୁ ଅଧିକ ଭାଇରାଲ କରାଯାଇଛି। ଏଠାରେ Facebook ଲିଙ୍କ ଦେଖନ୍ତୁ।

ତେବେ କଣ ବିଜେପି ଜାତୀୟ ମୂଖପାତ୍ର ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବକ ସହ ପଳାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଗୁଗୁଲରେ ଏପରି କୌଣସି ଖବର ଅଛି ନା ନାହିଁ ତାହା ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏପରି କୌଣସି ଖବର ମିଳିଲା ନାହିଁ। ପରେ ଆମେ ଭାଇରାଲ ହେଉଥିବା ପୋଷ୍ଟ କୁ ଭଲଭାବେ ଦେଖିଲୁ। ଭାଇରାଲ ପୋଷ୍ଟରେ ଉପରେ କିଛି ଷ୍ଟାର ଏବଂ ଏବିପି ନ୍ୟୁଜର ଲୋଗ ଲାଗିଛି । ଯାହାକି ଚ୍ୟାନେଲର ମଝିରେଥିବା ଭାଳି ଜାଣା ପଡୁଛି। ଏହା ପରେ ଆମେ ଏବିପି ନ୍ୟୁଜର ଲୋଗ ଏବଂ ଚ୍ୟାନେଲ କିଛି କ୍ଲିପ ଦେଖିଲୁ, ଯେଉଁଥିରେ ଚ୍ୟାନେଲର ଲୋଗୋ ଉପରେଥିବାର ଦେଖାଯାଉଛି। ତଲେ ପୋଷ୍ଟ ଦେଖନ୍ତୁ।

ଏହା ପରେ ଆମକୁ ଏକ ପେଜର ଲିଙ୍କ ମିଳିଲା। ଯେଉଁଥିରେ ଆପଣ ବ୍ରେକିଙ୍ଗ ନ୍ୟୁଜ ନାମରେ କୌଣସି ଖବର ଭାଇରାଲ କରିପାରିବେ। break your own news ନାମକ  ଆମେ ଏପରି ଏକ ଏଡିଟିଙ୍ଗ ପେଜ ପାଇଲୁ। ଯେଉଁଥିରେ ଭାଇରାଲ ପୋଷ୍ଟ ଏଡିଟ କରାଯାଇଛି। Headline ଲେଖାଯାଇଥିବା ବୋକ୍ସରେ ଲେଖିବା ପାଇଁ ଚାହୁଁଥିବା ଖବରର ହେଡଲାଇନ ଲେଖାଯିବା,   Tickerରେ ଖବରର ଅପଡେଟ ସମ୍ପର୍କରେ ଲେଖାଯିବ ଏବଂ  your imageରେ ଖବର ସହ ଦେବାକୁ ଚାହୁଁଥିବା ଫଟୋ ଅପଲାଡ କରାଯିବ। ଏହି ପରି ପ୍ରକ୍ରିୟାରେ ଭାଇରାଲ ପୋଷ୍ଟ ପରି ଏକ ମିଥ୍ୟା ଖବର ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- break your own newsArchive

ଏହା ଅପରେ ଗୁଗୁଲର ଅନ୍ୟାନ୍ୟ ସୂଚନାରୁ ଆମେ ଜାଣିବାକୁ ପାଇଲୁ ଯେ, ସମ୍ୱିତ ପାତ୍ର ବିବାହ କରି ନାହାନ୍ତି। ତେଣୁ ଏହାର ସ୍ପଷ୍ଟି କରଣ ପାଇଁ ଆମେ ଗୁଗୁଲରେ ଅଧିକ ସର୍ଚ୍ଚ କରିଲୁ। ବିଜେପି ମୁଖପାତ୍ର ସମ୍ବିତ ପାତ୍ର 2019 ମସିହାରେ ବିଜେପି ଟିକେଟରେ ଓଡ଼ିଶା ପୁରୀ ଜିଲ୍ଲାରୁ  ଲୋକସଭା ନିର୍ବାଚନରେ ​​ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ ସମୟରେ ସେ ଦାଖଲ କରିଥିବା ନାମାଙ୍କନ ପତ୍ରରେ(nomination paper) ସେ   ‘Spouse’( ବ୍ୟକ୍ତିଙ୍କ ସ୍ୱାମୀ ବା ସ୍ତ୍ରୀ) ସମ୍ମୁଖରେ ‘NIL'( ନାହିଁ) ଲେଖିଛନ୍ତି। ଅର୍ଥାତ୍ ତାଙ୍କର କୌଣସି ପତ୍ନୀ ନଥିବା ସୂଚନା ଦେଇଛନ୍ତି। ତାଙ୍କର ନାମାଙ୍କନ ପତ୍ର ଏଠାରେ ଦେଖିବାକୁ ମିଳେ।  13 ଏବଂ 26 ତମ ପୃଷ୍ଠାରେ ପତ୍ନୀ ସମ୍ବନ୍ଧୀୟ ସୂଚନା ଦେଖି ପାରିବେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-nomination paperArchive

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ବିବାହ କରିନାହାନ୍ତି। ତେବେ ତାଙ୍କ ଝିଅ ମୁସ୍ଲିମ ପୁଅ ସହ ପଳାଇଥିବାର  ଖବର ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Avatar

Title:ବିବାହ କରିନଥିବା ସମ୍ୱିତ ପାତ୍ରଙ୍କ ଝିଅ ମୁସ୍ଲିମ ଯୁବ ସହ ଫେରାର ହୋଇଥିବା ମିଥ୍ୟା ଖବର ଭାଇରାଲ ହେଉଛି।

Fact Check By:  Saritadevi Samal 

Result: False

Leave a Reply

Your email address will not be published. Required fields are marked *