
ମାହାରାଷ୍ଟରର ପୁନେ ହସ୍ପିଟାଲରେ କୋରୋନା ସଂକ୍ରମଣରେ କିଛି ନର୍ସ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜୋରଦାର ଭାଇରାଲ ହେଉଛି। 22 ଏପ୍ରିଲରେ Jajpur Market Khabar ନାମକ ଏକ ପେଜରେ ଏକ ନର୍ସର ଫୋଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ, ଫୋଟୋରେ ଥିବା କୋମଲ ମିଶ୍ରା ନାମକ ଝିଅଟି ମହାରାଷ୍ଟ୍ର ସ୍ଥିତ ପୁନେର ଏକ ହୋସ୍ପିଟାଲରେ ନର୍ସ ଥେଲେ। କୋରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କୋରୋନା ରୋଗରେ ଆକ୍ରାନ୍ତ ହୋଇ 22 ଏପ୍ରିଲ ସକାଳ 5.30 ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 69 ଥର ସେୟର କରାଯାଇଛି । ଏହା ଛଡ଼ା ପୋଷ୍ଟକୁ 104 କମୋଣ୍ଟ ଏବଂ 622 ଲାଇକ ମଧ୍ୟ ମିଳିଛା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ଭାଇରାଲ ଫୋଟୋରେ ଥିବା ଝିଅଟିର କଣ ସତରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଖବର ବିଷୟରେ ଜାଣିବା ପାଇଁ ମହାରାଷ୍ଟ୍ର ପୁଣେର ନାଇଡୁ ହସ୍ପିଟାଲରେ କୋମଲ ମିଶ୍ର ନାମକ ନର୍ସଙ୍କର କୋରୋନାରେ ମୃତ୍ୟୁ ହୋଇଛି ନା ନାହିଁ ତାହା ପ୍ରଥମେ ଯାଞ୍ଚ କରିଥିଲୁ। ପୁଣେ ମ୍ୟୁନିସିପାଲଟି କର୍ପୋରେସନ ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୀବ ବାଭେ ନାଇଡ଼ୁ ହସ୍ପିଟାଲର ଦାୟିତ୍ୱରେ ଅଛିନ୍ତି। ସେ କହିଛନ୍ତି ଯେ,ନାଇଡୁ ହସ୍ପିଟାଲରେ କୋମଲ ମିଶ୍ର ନାମକ କୌଣସି ନର୍ସର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ। Fact crescendoର Marathi ଟିମ ଏହି ଖବରର ଜାଞ୍ଚ କରିଥାବର ପାଇଲୁ। ଯେଉଁଥିରେ ମରାଠି ଭାଷାରେ ଭାଇରାଲ ହେଉଥିବା ଖବରକୁ ନେଇ ଜାଞ୍ଚ କରାଯାଇଛି। ଫ୍ୟାକ୍ଟ କ୍ରେସକେଣ୍ଡୋ ୟାଭାଟମାଲ ଜିଲ୍ଲାର କଲାମ ତାଲୁକା ଅନ୍ତର୍ଗତ ଯୋଡମୋହା ଗାଁର ସରପଞ୍ଚ ଡନିୟେଶ୍ୱର ଦାରେଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଛନ୍ତି, “ସୋମବାର ଠାରୁ ଆମେ କୋମଲ ମିଶ୍ରଙ୍କ ଦେହାନ୍ତ ବିଷୟରେ ଏକ ବାର୍ତ୍ତା ପାଇଥିଲୁ। ଏହା ପରେ ଆମେ ଗାଁର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲୁ। ଭୋଟର ତାଲିକା ଯାଞ୍ଚ କରାଯାଇଥିଲା। ତଥାପି ଯୋଡମୋ ଗ୍ରାମରେ କୋମଲ ମିଶ୍ର ନାମକ କୌଣସି ଝିଅ ରହୁଥିବା ଖବର ମିଳି ନଥିଲା। ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫୋଟରେ ଥିବା ଝିଅ ମହାରାଷ୍ଟ୍ର ୟାଭାଟମାଲ ଅଞ୍ଚଳର ନହେଁ।
ପରେ ଆମେ ପାଇଲୁ ଯେ, ଭାଇରାଲ ଫଟୋ ଶଶିକଲା ଠାକରେ ନାମକ ଜଣେ ଝିଅର ଅଟେ। ସେ ଭଣ୍ଡାରା ଜିଲ୍ଲାର ଧର୍ମପୁରୀର ବାସିନ୍ଦା ଏବଂ ଗୁଜବ ପ୍ରଚାର କରିବା ପାଇଁ ତାଙ୍କ ଫଟୋକୁ ଅପବ୍ୟବହାର କରାଯାଇଛି। ସେ ଏହାକୁ ସାକୋଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
ଫ୍ୟାକ୍ଟ କ୍ରେସେଣ୍ଡୋଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ମୁଁ ଗତ 3 ମାସ ଧରି ସେଣ୍ଡୁରୱାଫାର ଏକ ନର୍ସିଂହୋମରେ କାର୍ଯ୍ୟ କରୁଛି। ଏପ୍ରିଲ୍ 20 ରେ, ମୋର ଜଣେ ବନ୍ଧୁ ମୋତେ ଏକ ପୋଷ୍ଟର ଫଟୋ ପଠାଇଲେ ଯାହା ହ୍ୱାଟସ୍ ଆପରେ ଭାଇରାଲ୍ ହୋଇଥିଲା। ମୋର ଫଟୋ ବ୍ୟବହାର କରି କୋମଲ ମିଶ୍ରା ନାମକ ନର୍ସଙ୍କ ମୃତ୍ୟୁ ଖବର ପ୍ରଚାରରେ ଭାଇରାଲ କରାଯାଉଛି। ଏହି ଫଟୋ ଫେସବୁକରେ ମୋର ଡିପି ଥିଲ। ମୁଁ ସାକୋଲି ପୋଲିସ ଷ୍ଟେସନରେ ଏକ ଆନୁଷ୍ଠାନିକ ଅଭିଯୋଗ କରିଛି।
ଶଶିକଲା ତାଙ୍କ ଅଭିଯୋଗର ଏକ ଫଟୋ ଫ୍ୟାକ୍ଟ କ୍ରେସେଣ୍ଡୋକୁ ପଠାଇଥିଲେ। ଏଥିସହ ସେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର ନକରିବାକୁ ଅନୁରୋଧ କରି ଏକ ଭିଡିଓ ଫ୍ୟାକ୍ଟ କ୍ରେସେଣ୍ଡୋ ପଠାଇଛନ୍ତି। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରଲା ଫୋଟୋରେଥିବା ନର୍ସର ନାମ କୋମଲ ମିଶ୍ରା ନୁହେଁ ବରଂ ଶଶିକଲା ଠାକରେ ଅଟେ। ଶଶିକଲାକୁ କୋରୋନା ସଂକ୍ରମଣ ହୋଇ ନାହିଁ। ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ଫଟୋକୁ କୋମଲ ମିଶ୍ରା ନାମକ ନର୍ସଙ୍କ ମୃତ୍ୟୁ ଖବରରେ ବ୍ୟବହାର କରି ଭାଇରାଲ କରାଯାଉଛି।

Title:ଭାଇରାଲ ଫୋଟୋରେଥିବା ନର୍ସର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ।
Fact Check By: Saritadevi SamalResult: False