
ଏହି ବାଇକଟି ଗୋଟିଏ ଏ.ସି ବାଇକ। ଏହା ଚାରି ପଟୁ ବନ୍ଦ ଅଛି। ଏହି ବାଇକଟି କାର ଭଳି ତୀବ୍ର ଖରା ଓ ବର୍ଷା ମାଡ଼ରୁ ରକ୍ଷା କରିବ। ଏହି ବାଇକର ନିର୍ମାଣରେ ଏମିତି କୌଶଳ ବ୍ୟବହାର କରା ଯାଇଅଛି ଯେ ଏହାର ଦୁର୍ଘଟଣା ହେଲେ ମଧ୍ୟ କେବେ ପଡିବ ନାହିଁ। ବାଇକଟି ୧୨ ଫିଟ ଲମ୍ବା, ୪ ଫିଟ ଚଉଡା ଏବଂ ଉଚତା୫ ଫିଟ ଅଛି। ଏହାର ସର୍ବାଧିକ ସ୍ପୀଡ ୧୫୫ କି.ମି ପ୍ରତି ଘଣ୍ଟା ଅଟେ। ଏହା ଗୋଟିଏ ୨ ସିଟର ଗାଡି। ଏହାକୁ ବାଇକ ଓ କାର ର ଲୁକ ଦିଆ ଯାଇଅଛି।

୮ ଡିସେମ୍ବର ୨୦୧୮ ରେ ଓଡ଼ିଆ ଫାଷ୍ଟ ସାଇଟରେ ଏହି ବାଇକ ବିଷୟରେ ପୋଷ୍ଟ କରା ଯାଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଦେଖା ଯାଉଥିବା ବାଇକଟି ଭାରତରେ ଲଞ୍ଚ ହେଇସାରିଛି ଏବଂ ଏହାର ଲଞ୍ଚ ହେଉ ହେଉ ଲୋକଙ୍କ ମନ ପାଇଗଲା। ଏହି ବାଇକଟି କୁ ଗୋଟିଏ ବିଦେଶୀ କମ୍ପାନୀ ଲଞ୍ଚ କରିଅଛି। ଏହି ବାଇକର ଖାସ କଥା ଏହାକି ଏହା ଖରା ଓ ବର୍ଷାରୁ ବଞ୍ଚାଇବ। ଏହାକୁ କାର ଓ ବାଇକ ଦୁଇଟିର ଲୁକ ଦିଆ ଯାଇଅଛି। ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ବାଇକର ଦାମ ୮୦୦୦୦ ଟଙ୍କା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଆମେରିକା ସହ ଅନ୍ୟ ଦେଶରେ ମଧ୍ୟ ଏହି ବାଇକଟି କୁ ଲଞ୍ଚ କରା ଯାଇଅଛି।
ଏହି ପୋଷ୍ଟଟି ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି। ଏହାକୁ ୭୪୬ ଲାଇକ୍ସ ଏବଂ ୧୧୦ ଶେୟାର ମିଳିସାରିଛି।

୪ ଅଗସ୍ତ ୨୦୧୭ ରେ ଗୁଜରାଟୀ ଭାଷାର ଭିଟିଭି ଗୁଜରାଟୀ ନ୍ୟୁଜ ଏଣ୍ଡ ବିୟଣ୍ଡ ନାମ ଚ୍ୟାନେଲରେ ଏହା ଦାବି କରା ଯାଇଅଛି ଯେ ଏହି ବାଇକଟି କୁ ମୋଡିଜି ୧୫ ଅଗସ୍ତରେ “ମେକ ଇନ ଇଣ୍ଡିଆ” ଅନ୍ତରଗତରେ ଲଞ୍ଚ କରିବେ। ଏହି ଚ୍ୟାନେଲରେ ଏହା ମଧ୍ୟ କୁହା ଯାଇଅଛି ଯେ ଏବେ ଭାରତର ରାସ୍ତାରେ ଏସି ବାଇକ ଚାଲିବ ଏବଂ ଚାଳକଙ୍କୁ ଖରା ବାଧିବ ନାହିଁ। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହା କୌଣସି କାର ନୁହେଁ, ଏହା ଗୋଟିଏ ଏସି ବାଇକ।
ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟ ବିଷୟରେ ଅନୁସନ୍ଧାନ କରିଲୁ। ଜାଣନ୍ତୁ ଆମେ ଅନୁସନ୍ଧାନରୁ କଣ ପାଇଲୁ।
ଆମ ଅନୁସନ୍ଧାନ:
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟରେ ଦିଆ ଜିଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚରୁ ଆମେ ଅନେକ ଲିଙ୍କ ପାଇଲୁ ଯେଉଁ ଥିରେ ଏହି ପୋଷ୍ଟ ବିଷୟରେ ସତ୍ୟ ଲେଖା ଯାଇଅଛି। ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ବାଇକଟି ପେରଭେସ କମ୍ପାନୀ ଦ୍ଵାରା ନିର୍ମିତ। ୧୬ ମାର୍ଚ ୨୦୧୨ ରେ ପେରାଭେସର ଗୋଟିଏ ବ୍ଲଗରେ ସ୍ପଷ୍ଟ ରୂପରେ ଲେଖା ଯାଇଅଛି ଯେ ଏହା ସ୍ଵୀଜେର୍ଲାଣ୍ଡର ଗୋଟିଏ କଆମ୍ପାନୀ।

୫ ମାର୍ଚ ୨୦୦୭ ରେ କାର ବଡି ଡିଜାଇନ ସାଇଟରେ ଏହା ଲେଖା ହେଇଛି ଯେ ଏହି ବାଇକ ସ୍ଵୀଜେର୍ଲାଣ୍ଡର ପେରାଭେସ କମ୍ପାନୀ ଦ୍ଵାରା ନିର୍ମିତ ଓ ଏହାର ଦାମ $୫୨,୫୦୦ ଯେଉଁଟା କି ପାଖା ପାଖି ୩୭ ଲକ୍ଷ ଟଙ୍କା। ଏହା ଗୋଟିଏ ଦୁଇ ଚକୀୟା ସ୍ପୋର୍ଟ୍ସ ବାଇକ ଓ ଚାରି ଆଡୁ କଭର ହେଇଅଛି। ଏଥିରେ ଦୁଇଟି ଲୋକଙ୍କ ବସିବା ପାଇଁ ସ୍ଥାନ ଅଛି। ଏହି ବାଇକର ନାମରେ ଗୁଗଲରେ ସର୍ଚ କରିଲା ପରେ ଆମେ ଏହା ପାଇଲୁ ଯେ ଏହି ବାଇକ ଯାହାକୁ ମୋନୋତ୍ରେସର ନାମରେ ଜଣା ଯାଏ ପେରଭାସ କମ୍ପାନୀର ଓ ଏହି କମ୍ପାନୀ ଆରଣୋଲ୍ଡ ବେଗନର ନାମ ବ୍ୟକ୍ତି ଦ୍ଵାରା ସ୍ଥାପିତ ହୋଇଥିଲା ଏବଂ ୨୦୧୩ ରେ ଏହା ବ୍ୟାଙ୍କରପ୍ତ ହୋଇଯାଇଥିଲା। ଏହି ଖବର ଆମେ ମୋନୋଟ୍ରେସର.ଇୟୁ ସାଇଟରୁ ପାଇଲୁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା କୁ ପାଇଲୁ ଯେ ପୋଷ୍ଟରେ ଚର୍ଚା କରା ଯାଇଥିବା ବାଇକଟି ସ୍ଵୀଜେର୍ଲାଣ୍ଡ ଦେଶରେ ବନା ଯାଇଅଛି। ଏହା କୁ ବନାଇ ଥିବା କମ୍ପାନୀ “ପେରାଭେଶ” ୨୦୧୩ ମସିହାରେ ବ୍ଯାଙ୍କରପ୍ଟ ହେଇସାରିଛି। ତେଣୁ ଭାରାତରେ ଏହି ବାଇକର ଲଞ୍ଚ ହେବ ଖବର ଗୋଟିଏ ମିଥ୍ୟା। ଅନୁସନ୍ଧାନ ମାଧ୍ୟମରୁ ଆମେ ଏହା ମଦଧୀ ଜାଣିବା କୁ ପାଇଲୁଜେ ଏହି ବାଇକର ଦାମ ୮୦୦୦୦ ଟଙ୍କା ନୁହେଁ। ଏହାର ପ୍ରକୃତ ଦାମ ହେଉଚି $୫୨,୫୦୦ ଯେଉଁଟା କି ପାଖା ପାଖି ୩୭ ଲକ୍ଷ ଟଙ୍କା ଅଟେ।

Title:କ’ଣ ଏହି ବାଇକ ଭାରତରେ ଲଞ୍ଚ ହେଇ ସାରିଛି? କ’ଣ ଏହାର ଦାମ ଏତେ କମ ଯେ ଏହାକୁ କିଏ ମଧ୍ୟ କିଣି ପାରିବେ?
Fact Check By: Siddharth SahuResult: False