
ସୋସିଆଲ ମିଡିଆରେ ତିନି ଜଣ କୁନି ଝିଅର ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାର ଏହି ତିନି ଜଣ ଝିଅଙ୍କର ଅନ୍ତର୍ଜାତିୟ ସ୍ତରରେ ବଡ଼ ସଫଳତା। ଭାଇରାଲ ଭିଡିଓରେ ଓଡ଼ିଆ ଗୀତ ବାଜୁଥିବାର ଶୁଣା ଜାଉଛି। ଅର୍ଥାତ୍ ତିନି ଜଣ ଝିଅ ଓଡ଼ିଆ ଗୀତରେ ନାଚୁଥିବା ଭଳି ମନେ ହଉଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
30 ଜୁନରେ Dharanidhar Tripathy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖାଯାଇଛି ଯେ, ଆମ ଓଡ଼ିଶାର ଝିଅମାନଙ୍କର ଅନ୍ତର୍ଜାତୀୟ ସ୍ତରରେ ବଡ଼ ସଫଳତା , ଭଲ ଲାଗିଲେ ସେୟାର କରନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 540ଥର ସେୟାର ଏବଂ 597ଥର ଲାଇକ ଏବଂ କମେଣ୍ଟ ମିଳିଥିବା ବେଳେ ଭିଜିଓକୁ 1000ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ଓଡ଼ିଆ ଝିଅମାନେ ଓଡ଼ିଆ ଗୀତରେ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ କରି ଫଟୋରେ ଭାଙ୍ଗିଲୁ ଏବଂ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଥିଲା। SONY ଫେସବୁକ ପେଜରେ ଭାଇରାଲ ଭିଡିଓର କିଛି ଝଲକ ପାଇଲୁ। ଯାହାକି 2017 ସୁପର ଡ୍ୟାନ୍ସର-2ର ଅଟେ। ଭିଡିଓରେ ଓଡ଼ିଆ ଗୀତ ନୁହେଁ ବରଂ ହିନ୍ଦୀ ବୋଲିଉଡ ଗୀତରେ ଝିଅମାନେ ନାଚୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଭାଇରାଲ ଭିଡିଓ ମୁଳ ଭିଡିଓ ନେଟରେ ସର୍ଚ୍ଚ କରିଲୁ। Sony live ଚ୍ୟାନେଲର 17 ମିନିଟରେ ଭାଇରାଲ ଭିଡିଓର ମୂଳ ଭିଡିଓ ଦେଖନ୍ତୁ। ଯେଉଁଥିରେ ଭିଡିଓରେଥିବା ଝିଅ ଓଡ଼ିଶାର ନୁହେଁ ବରଂ କୋଲକାତାର ବୋଲି ସ୍ପଷ୍ଟ କରାଯାଇଛି। ଏହା ଛଡ଼ା ସେମାନେ ନାଚୁଥିବା ଗୀତ ଓଡ଼ିଆ ନୁହଁ ବରଂ ହିନ୍ଦୀ ବୋଲିଉଡ୍ ଗୀତ ଅଟେ। ଅଧିକ ସୂଚନା ପାଇଁ ତଳେ ଆରକାଇଭ ଲିଭ୍ ଲିଙ୍କ ଦେଖନ୍ତୁ।
IGIT 18ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଇଣ୍ଡିଆର ଗଟ୍ ଟ୍ୟାଲେଣ୍ଟ୍ ସିଜନ୍ 8 ରେ S Angels ନିଜ ପ୍ରତିଭା ପ୍ରଦର୍ଶନକରିଥିଲେ। ସେମାନେ କୋଲକାତାରୁ ଅଟନ୍ତି ଏବଂ ତାଙ୍କ ବୟଷ 10-11 ବର୍ଷ। ଡୋଲା ରେ ଗୀତରେ ସେମାନଙ୍କର ନମନୀୟ ଏବଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ସେମାନଙ୍କୁ ଭାରତର ଗଟ୍ ଟ୍ୟାଲେଣ୍ଟ୍ ରିଅଲିଟି ସୋ’ର ପରବର୍ତ୍ତୀ ସ୍ତରରେ ପହଞ୍ଚାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା S Angels ନାମରେ ତାଙ୍କର ଏକ ଡ୍ୟାନ୍ସ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି।

ଏଠାରେ ଲିଙ୍କ ଦେଖନ୍ତୁ- IGIT 18 । Archive
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ଡ୍ୟାନ୍ସ କରୁଥିବା ତିନି ଜଣ ଝିଅ ଓଡ଼ିଶାରୁ ନୁହେଁ ବରଂ କୋଲକାତାର ଅଟନ୍ତି ଏବଂ ସେମାନେ ଓଡ଼ିଆ ଗୀତରେ ନୁହେଁ ହିନ୍ଦୀ ବୋଲିଉଡ୍ ଗୀତରେ ନାଚୁଛନ୍ତି।
Title:ଏହି ଓଡ଼ିଆ ଝିଅମାନେ ଓଡ଼ିଆ ଗୀତରେ ନାଚୀ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଆଣିଛନ୍ତି ?
Fact Check By: Saritadevi SamalResult: False


