କ’ଣ ଓକିଲମାନେ ଆଉ ଦେବେନି ଟୋଲ ଗେଟ ଫିସ୍? ଜାଣନ୍ତୁ ସତ୍ୟ।

False Social

12 ଡିସେମ୍ବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଓକିଲମାନଙ୍କୁ ଆଉ ଟୋଲ ଗେଟ ପାଉଣା ଦେବାକୁ ପଡ଼ିବ ନାହିଁ ବୋଲି ଦାବି କରିଛନ୍ତି।  ମନୋଜ ନିଜ ପୋଷ୍ଟରେ ଲେଖିଛନ୍ତି ଯେ,କୌଣସି ଓକିଲଙ୍କୁ ଦେବାକୁ ପଡ଼ିବନି ଟୋଲ ଦେୟ। ଦେଶର ସବୁ ରାଜ୍ୟରେ ଥିବା ଓକିଲଙ୍କୁ ଦେବାକୁ ପଡ଼ିବନି ଫି। ଓକିଲ ପରିଚୟପତ୍ର ଦେଖାଇଲେ ଛାଡ଼ ହେବ ଟୋଲ ଫି। ଏହା ସହିତ ପୋଷ୍ଟରେ National Lawyers Guildର ଏକ ଲୋଗୋ ଦିଆ ଯାଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ- FacebookArchive

ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କିରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ବରେ ଆମେ ଏହି ବିଷୟରେ ଜାଣିବା ପାଇଁ ଗୁଗୁଲରେ toll get fee exempted for Advocates ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ ଏହା ସହିତ ଜଡ଼ିତ ଏକ ଲିଙ୍କ୍ ମିଳିଲା।  11 ଡିସେମ୍ବରରେ Times of India ରେ ଡାକ୍ତର ଏବଂ ଓକିଲ ମାନଙ୍କର ଟୋଲ ଗେଟ ଦେୟ ବିଷୟରେ ଏକ ଅନୁଚ୍ଛେଦ ଲେଖା ଯାଇଛି। ଅନୁଚ୍ଛେଦକୁ ପିଢ଼ିଲା ପରେ ଆମେ ଜାଣିଲୁ ଯେ, ପୂର୍ବରୁ ଓକିଲ ସଙ୍ଘ ରାଜମାର୍ଗରେ ଥିବା ଟୋଲ ଗେଟ ଦେୟ ଓକିଲମାନଙ୍କ ପାଇଁ ମୁକ୍ତ କରିବା ପାଇଁ ଦାବି କରାଯାଇଥିଲା। 3 ଡିସେମ୍ବରରେ ଏହାର ଏକ ଦାବି ପତ୍ର ମଧ୍ୟ ଦାଖଲ କରାଯାଇଥିଲା ଏବଂ ଏହି ଦାବି ପତ୍ରକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ପାଖକୁ ପଠା ଯାଇଛି ବୋଲି ଲେଖା ହୋଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ- Times of indiaArchive

ଏହି ସମ୍ବଧରେ ଆମେ ଅଧିକ ଜାଣିବା ପାଇଁ ସର୍ଚ କରିବାରୁ 11 ଡିସେମ୍ବରରେ NHAI ( National Highways Authority) ର ଟ୍ୱିଟର ଆକାଉଣ୍ଟରେ ଲେଖା ଯାଇଥିବା ଏକ ତଥ୍ୟ ପାଇଲୁ। NHAIର ପୋଷ୍ଟରେ ସ୍ପଷ୍ଟ ଲେଖା ଯାଇଛି ଯେ, ଓକିଲମାନଙ୍କୁ ଏନଏଚ୍  ଟୋଲ ଗେଟ ଦେୟ ମୁକ୍ତ କରାଯିବ ନାହିଁ। ଅର୍ଥାତ ଓକିଲ ମାନେ ମଧ୍ୟ ଟୋଲ ଗେଟ ଦେଇ ଯିବା ସମୟରେ ପଇସା ଦେବେ ।

 ଏଠାରେ ଲିଙ୍କ୍ ଦେଖନ୍ତୁ- Twitter ।  Archive

ଏଥିରୁ ସ୍ପଷ୍ଟ ହେଉଛି ଯେ, ଓକିଲ ମାନେ ଟୋଲ ଗେଟରେ ଫି ନଦେବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଓକିଲ ମାନେ ଟୋଲ ଗେଟରେ ଫି ନଦେବା ଗୁଜବ ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 11 ଡିସେମ୍ବରରେ NHAI ଦ୍ୱାରା ଏହା ସ୍ପଷ୍ଟ କରିଦିୟା ଯାଇଛି ଯେ,ଓକିଲମାନେ ମଧ୍ୟ ଟୋଲ ଗେଟ ପାଉଣା ଦେବେ।

Avatar

Title:କ’ଣ ଓକିଲମାନେ ଆଉ ଦେବେନି ଟୋଲ ଗେଟ ଫିସ୍? ଜାଣନ୍ତୁ ସତ୍ୟ।

Fact Check By: Saritadevi Samal 

Result:False

Leave a Reply

Your email address will not be published. Required fields are marked *