
ଦେଶ ସାରା CAA ବିରୋଧ ପ୍ରଦର୍ଶନରେ କେବେ ପୋଲିସ ଲୋକଙ୍କ ଉପରେ ଲାଠି ଚାର୍ଚ କରିବାରେ ଲାଗିଛିତ କେବେ ଲୋକମାନେ ପୋଲିସକୁ ପଥର ମାରି ମୁଣ୍ଡ ଫଟାଇବାର ଖବର ସାମ୍ନାକୁ ଆସୁଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରାଯାଇଉଛି ଯେ, ପ୍ରଦର୍ଶନକାରିମାନେ ପୋଲିସକୁ ପଥର ମାରି ଆହତ କରିଛନ୍ତି। ସେୟାର କରାଯାଉଥିବା ଫୋଟୋ ମଧ୍ୟରେ ଏକ ଫୋଟୋ ଅଧିକରୁ ଅଧିକ ସେୟାର ହେଉଥିବାର ଦେଖା ଯାଉଛି। 20 ଡିସେମ୍ବରରେ Bjp Namo Odisha ନାମକ ଜଣେ ଫେସ ବୁକ ୟୁଜର ନିଜ ପୋଷ୍ଟରେ ସିଏଏ ବିରୋଧ ପ୍ରଦର୍ଶନର କିଛି ଫୋଟୋ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ପୋଷ୍ଟରେ ମଧ୍ୟ ନିମ୍ନୋକ୍ତ ଫୋଟୋ ସିଏର ବୋଲି ଦାବି କରାଯାଇଛି। କିଛି ପୋଲିସ କର୍ମିଙ୍କର ମୁଣ୍ଡ ଫାଟି ଯାଇଛି ଏବଂ ସେମାନେ ଆଘାତ ହୋଇ ବସିଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡ଼ା ସୁନିଲ କୁମାର ବାରିକ ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ଆକାଉଣ୍ଟରେ ପୋଲିସ ଆଘାତ ହେବାର କିଛି ଫୋଟୋ ପୋଷ୍ଟ କରିଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟରେ ସେୟାର କରାଯାଇଥିବା ଫୋଟୋ କ’ଣ CAA ପ୍ରଦର୍ଶନର ଅଟେ? ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ବରେ ଆମେ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଫୋଟୋ ସହିତ ଜଡ଼ିତ କିଛି ଲିଙ୍କ୍ ମିଳିଲା। 3 ଏପ୍ରିଲ 2018ରେ Hemant pandey ନାମକ ଜଣେ ଟ୍ୱିଟର ୟୁଜର ନିଜ ପୋଷ୍ଟରେ ଭାଇରାଲ ଫୋଟୋକୁ ସେୟାର କରିଥିଲେ। କିନ୍ତୁ ଏ ଫୋଟୋର ପ୍ରକୃତରେ କେବେର ତାହା ଆମେ ଅନୁସନ୍ଧାନ କରି ପାରିଲୁ ନାହିଁ। ତେବେ ଭାଇରାଲ ଫୋଟୋ 2018ରେ ମଧ୍ୟ ସେୟାର କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫୋଟୋ 2019 CAA ପ୍ରୋଟେଷ୍ଟର ନୁହଁ।

ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଏହା ଛଡ଼ା ଆମେ ଏହି ଫୋଟୋକୁ ଦିଲ୍ଲି ପୋଲିସର ଫେସବୁକ ଆକାଉଣ୍ଟ Support delhi police ରୁ ପାଇଲୁ। ଦୁଲ୍ଲି ପୋଲିସ ଏହି ପୋଷ୍ଟକୁ 5 ଏପ୍ରିଲ 2018ରେ ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଛି ଯେ, Y koi nhi dikhta,support delhi police. ପୋଷ୍ଟରୁ ଜଣା ପଡୁଛି ଯେ ଏହି ଫୋଟୋ ଦିଲ୍ଲି ପୋଲିସର ହୋଇଥାଇପାରେ।

ଏଠାରେ ପେଜର ଲିଙ୍କ୍ ଦେଖନ୍ତୁ- Facebook । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ପୋଲିସ ରକ୍ତାକ୍ତ ଫୋଟୋ CAA ବିରୋଧ ପ୍ରଦର୍ଶନର ନୁହଁ। ଏହା 2018 ର ଅଟେ। ଭୁଲୁ ଫୋଟୋକୁ CAA ବିରୋଧ ପ୍ରଦର୍ଶନର କହି ଭାଇରାଲ କରାଯାଉଛି।

Title:ପୋଲିସ ଆଘାତ ହେବା ଏହି ଭାଇରାଲ ଫୋଟୋ କ’ଣ CAA ବିରୋଧ ପ୍ରଦର୍ଶନର ଅଟେ?
Fact Check By: Saritadevi SamalResult: False