କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ। 

False International

ସାଉଦି ଆରବର ପାରମ୍ପାରିକ ପୋଷାକରେ ମହିଳା ଭାବରେ ଜଣା ପଡୁଥିବା କିଛି ପୁରୁଷ ଲୋକଙ୍କ ଫୋଟୋ ଅନେକ ଅଗ୍ରଣୀ ନ୍ୟୁଜ୍ ୱେବସାଇଟ ଏବଂ ସୋସିଆ ମିଡିଆ ବ୍ୟବହାରକାରୀଙ୍କ ଦ୍ଵାରା ସେୟାର କରା ଯାଉଛି। ଦାବି କରା ଯାଇଛି ଯେ ଦୁବାଇ ବିମାନବନ୍ଦରରେ ତିନି ଜଣ ପୁରୁଷଙ୍କୁ ମହିଳା ଭେଷରେ ଗିରଫ କରା ଯାଇଥିଲା। 

୧୮ ଫେବ୍ରୁଆରିରେ ଜଣେ ଫେସବୁକ ବ୍ୟବହାରକାରୀ କନକ ନ୍ୟୁଜ୍ ର ଏକ ସ୍କ୍ରିନଶଟ୍ ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ବିମାନବନ୍ଦରରେ ମହିଳା ବେଶରେ ବୁର୍ଖା ପିନ୍ଧିଥିବା ୩ ଟି ପୁରୁଷଙ୍କୁ ଗିରଫ କରା ଯାଇଛି। 

Facebook | Archive

ସମ୍ବାଦରେ ପ୍ରକୃତରେ କ’ଣ ରିପୋର୍ଟ କରା ଯାଇଥିଲା ତାହା ଜାଣିବା ପାଇଁ, ଆମେ କନକ ନ୍ୟୁଜ୍ ଦ୍ଵାରା ପ୍ରକାଶିତ ସମାନ ନ୍ୟୁଜ୍ ଖୋଜିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମାନ ଖବର ୧୮ ଫେବୃଆରିରେ କନକ ନ୍ୟୁଜ୍ ର ଅଫିସିଆଲ ଫେସବୁକ ପେଜରେ ଏବଂ ୱେବସାଇଟରେ ପ୍ରକାଶିତ ହେଇଥିଲା। ଏହି ସମ୍ବାଦରେ ଦାବି କରା ଯାଇଛି ଯେ, “ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁବାଇ ବିମାନବନ୍ଦରରେ ପୋଲିସ ସନ୍ଦେହରେ ୩ ଜଣ ମହିଳାଙ୍କୁ ଗିରଫ କରିଥିଲା ଯେଉଁମାନେ ପାଦରୁ ମୁଣ୍ଡ ଯାଏଁ ନିଜକୁ ଆରବ ମହିଳା ପରି ଢାଙ୍କି ରଖିଥିଲେ। ଗିରଫ କରିଲା ପରେ ଜଣା ପଡିଥିଲା ଯେ ସେମାନେ ପୁରୁଷ ଥିଲେ। ଏହି ୩ ଜଣ ପୁରୁଷ ବେଆଇନ ଭାବରେ ଦୁବାଇରେ ପ୍ରବେଶ କରିବାକୁ ପ୍ରବେଶ କରିଥିଲେ।”

Archive

ସମାମ ସମ୍ବାଦ ଓଡ଼ିଶା ଭାସ୍କର ଏବଂ ନ୍ୟୁଜ୍ ୧୮ ହିନ୍ଦୀ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଛି। 

ଆମ ଅନୁସନ୍ଧାନ: 

ଏହି ସମସ୍ତ ସଂବାଦ ରିପୋର୍ଟ ଗୁଡିକ ଯତ୍ନ ସହିତ ପଢିବା ପରେ ଆମକୁ ଏହାର ସତ୍ୟତା ଉପରେ ସନ୍ଦେହ ହେଲା। ନ୍ୟୁଜ୍ ୧୮ ହିନ୍ଦୀ ଭାଇରାଲ ଫୋଟୋଗୁଡିକର ଶ୍ରେୟ ଏକ ଟୁଇଟର ଏକାଉଣ୍ଟକୁ ଦେଇଛି ଯାହା ନାମ ହେଲା- My Uncle’s Meme Stash (@myunclesmemes)

ଯେପରି ନାମ ସୂଚିତ କରେ, ଏହା ଏକ ମିମ୍ ପେଜ୍ ଅଟେ। ଏହାର ଟୁଇଟର ଏକାଉଣ୍ଟ ବାୟୋରେ ‘ମୁଁ ପ୍ରତିଦିନ ସର୍ବୋତ୍ତମ ମିମ୍ ପୋଷ୍ଟ କରେ’ ସ୍ପଷ୍ଟ ଭାବରେ ଉଲ୍ଲେଖ କର ଯାଇଛି। 

ତେଣୁ, ଏହି ସମସ୍ତ ସଂବାଦ ରିପୋର୍ଟରେ ବିଶ୍ଵସନୀୟ ସୂଚନା ଦିଆ ଯାଇ ନାହିଁ। 

ଏହି ଫୋଟୋ ଗୁଡିକର ସତ୍ୟତା ଯାଇବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅଲ-ବିଲାଦ ଟିଭି ନାମକ ଏକ ୟୁଟ୍ୟୁବ ଭିଡିଓ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ସ୍ଥାନୀୟ ଏବଂ ବିଦେଶୀ ନାଗରିକଙ୍କ ଡ୍ରଗ୍ସ ତଥା ମାନବ ଚାଲାଣକାରୀଙ୍କ ଏକ ନେଟୱାର୍କକୁ ଆଲଗେରିଆ ପୋଲିସ ଦ୍ଵାରା ନିକଟରେ ଗିରଫ କରା ଯାଇଛି। 

ପୋଲିସ ଏବଂ ଆଇନ ଅଧିକାରୀଙ୍କ ଠାରୁ ଦୂରେଇ ରହି ଡ୍ରଗ୍ସ ତଥା ଅନ୍ୟାନ୍ୟ ବେଆଇନ ପଦାର୍ଥ ଚୋରା ଚାଲାଣ କରିବା ପାଇଁ ଏହି ପୁରୁଷ ମାନେ ମହିଳାଙ୍କ ବେଶ ଧାରଣ କରିଥିଲେ। 

ଟିଏସଏ-ଆଲଜେରୀ ୱେବସାଇଟ ରିପୋର୍ଟ କରିଛି ଯେ ୩ ଫେବୃଆରିରେ ଆଲଜେରିଆରେ ଆଣ୍ଟି-ନାରକୋଟିକ୍ସ ଏବଂ ସାଇକ୍ରେଟିକ୍ ଇଫେକ୍ଟ ଦଳ ଦ୍ଵାରା ୭୮୦ ଗ୍ରାମ୍ ହିରୋଇନ୍, ୬୭୦ ଗ୍ରାମ୍ କୋକେନ୍, ୮୦ ଗ୍ରାମ୍ ଭାଙ୍ଗ ସହିତ ୧.୫ କେଜି ଅନ୍ୟାନ୍ୟ ଡ୍ରଗ୍ସ ଜବତ କରା ଯାଇଛି। ଚାଳନ କରୁଥିବା ଏହି ନେଟୱର୍କ ୧୪ ଜଣଙ୍କୁ ନେଇ ଗଠିତ ହୋଇଥିଲା। ସେମାନଙ୍କ ମଧ୍ୟରେ ୪ ଜଣ ଆଲଜେରିଆ ଏବଂ ୧୦ ଜଣ ବିଦେଶୀ ନାଗରିକ ଥିଲେ। 

ଆଲଜେରିଆ ପୋଲିସର ଅଫିସିଆଲ ଫେସବୁକ ପେଜରେ ମଧ୍ୟ ଆପଣ ଭାଇରାଲ ଫୋଟୋ ଦେଖି ପାରିବେ। 

ଶେଷକଥା

ଆଲଜେରିଆରେ ଡ୍ରଗ୍ କାରବାର ପାଇଁ ଗିରଫ ହୋଇଥବା ପୁରୁଷଙ୍କ ଫୋଟୋକୁ ମିଥ୍ୟା ଭାବରେ ଦୁବାଇର ଫୋଟୋ ବୋଲି ଦବାଇ କରା ଯାଉଛି। ମିମ୍ ଏବଂ ଟିକଟକ ଭିଡିଓ ଉପରେ ଆଧାର କରି ମିଥ୍ୟା ପ୍ରବନ୍ଧଗୁଡିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭାଇରାଲ ଫୋଟୋ ଆଲଜେରିଆର ଅଟେ ଏବଂ ଏହାରର ଦୁବାଇ ଶାୟତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ହିଜାବ ପିନ୍ଧିଥିବା ୩ ପୁରୁଷ ଲୋକଙ୍କୁ ଦୁବାଇ ପୋଲିସ ବିମାନବନ୍ଦରରେ ଗିରଫ କରିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *