ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।

False Social

କୋରୋନା ପାଇଁ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ଶ୍ରମିକମାନଙ୍କୁ ରାଜ୍ୟକୁ ଆଣିବା ପାଇଁ ବିଭିନ୍ନ ସକ୍ଷମ ପ୍ରସ୍ତୁତି କରିଛନ୍ତି। ଏଥି ମଧ୍ୟରେ କିଛି ଶ୍ରମିକ ବାହାର ରାଜ୍ୟରେ ଆନ୍ଦୋଳନରେ ବସି ଜାଇଛନ୍ତି। କିଛି ଶ୍ରମିକ ରାଜ୍ୟକୁ ଆସି ଗଲେଣି ତ କିଛି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ଗୁଜୁରାଟର ଶିଳ୍ପ ନଗରୀ ସୁରତରୁ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରି ଜେଲେଣି। 9 ମେ ରେ    Knews ପେଜରେ ଏକ ଫୋଟୋ ସହ ଏହି ଖବର ପ୍ରକାଶିତ ହୋଇଥିଲା। ଫୋଟୋରେ ପୋଲିସ ଉପସ୍ଥିତିରେ ଅନେକ ଲୋକ ଆନ୍ଦୋଳନ କରୁଥିବାର ଦେଖା ଯାଉଛନ୍ତି। ପ୍ରକାଶିତ ଖବରରେ ଲେଖା ଯାଇଛି ଯେ, ଗୁଜୁରାଟରେ ଶିଳ୍ପ ନଗରୀ ସୁରତରେ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି। ନିଜ ନିଜ ରାଜ୍ୟକୁ ଯିବା ପାଇଁ ସୁରତ ଜିଲ୍ଲା ପ୍ରଶାସନ ଟ୍ରେନ ବ୍ୟବସ୍ଥା କରୁ ବୋଲି ସେମାନେ ଦାବି କରି ଏହି ହିଂସାକାଣ୍ଡ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- KnewsArchive

ତେବେ ଭାଇରାଲ ଖବରରେ ଥିବା ଫୋଟୋ ସୁରତରେ ଓଡ଼ିଆ ପ୍ରବାଶି ଆନ୍ଦୋଳନ କରୁଥିବାର ଅଟେ। ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ସର୍ଚ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛ୍ ଲିଙ୍କ ମିଳିଲା। 15 ମେ ରେ DD Newsରେ ପ୍ରକାଶିତ ହୋଇଥିବା ଏକ ଖବରରେ ଭାଇରାଲ ପୋଷ୍ଟରେଥିବା ଫୋଟୋ ପାଇଲୁ। ଯେଉଁଥିରେ ଲେଖା ଯାଇଛି, ମାହାରାଷ୍ଟ୍ର ପୋଲିସ ଅର୍ଥାତ୍ ସେଠାରେ ଥିବା ଶ୍ରମିକ ମାନଙ୍କୁ  ବିରୋଧ ପ୍ରଦର୍ଶନ କରିବା ଅପରାଧରେ ମୁମ୍ବାଇ ପୋଲିସ ଜଣେ ଅପରାଧିକୁ ଗିରଫ କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ଗୋଟେ ମାସ ପୁରୁଣା ଅଟେ। 14 ଏପ୍ରିଲରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ଏବଂ ମେ  3 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲା ବନ୍ଦ ଘୋଷଣା  କରିବାର କିଛି ଘଣ୍ଟା ପରେ 14 ଏପ୍ରିଲ ଅପରାହ୍ନରେ ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଥିବା ଏକ ବସ୍ ଡିପୋରେ ଏକ ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ଘରକୁ ଜିବା ପାଇଁ ଏକତ୍ରିତ ହୋଇଥିଲେ। ଶ୍ରମିକମାନେ ଲକଡାଉନ୍ ବୃଦ୍ଧି ଯୋଗୁଁ  ସରକାରଙ୍କ ଠାରେ ନିଜ ରାଜ୍ୟକୁ ଫେରିବା ପାଇଁ  ପରିବହନ ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ।  କ୍ରୋଧିତ ଏବଂ ନିରାଶ ହୋଇଥିବା ଜନତା ପ୍ରଦର୍ଶନର କିଛି ଘଣ୍ଟା ପରେ ପୋଲିସ ହସ୍ତକ୍ଷେପ କରି ଲାଠୀ ଚାର୍ଜ କରିଥିଲା। ତଳେ ଲିଙ୍କ ଦେଖନ୍ତୁ। ଏହି ଫୋଟୋ ଆମକୁ Freepress ନ୍ୟୁଜ ପେଜରେ ମଧ୍ୟ ପାଇଲୁ। 

ଏଠାରେ ଲିଙ୍କ ଦେଖନ୍ତୁ- DD NewsArchive

ଏହା ପରେ ଆମକୁ TV9 Bharatvarshର ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫୋଟୋର ଭିଡ଼ିଓ ମିଳିଲା। ୟୁଟ୍ୟୁବ ଚ୍ୟାନେଲରେ ଭିଡ଼ିଓଟି 14 ଏପ୍ରିଲରେ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ମୁମ୍ବାଇର ବାନ୍ଦ୍ରା ଠାରେ ପ୍ରବାଶି ଶ୍ରମିକମାନେ ପ୍ରଦର୍ଶନ କରିଥିଲେ। ଲକଡାଉନର ଅବଧି ବଢ଼ିବା କାରଣରୁ ମୁମ୍ବାଇରେ ବାହାର ରାଜ୍ୟରଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଜିବା ପାଇଁ ଦାବି କରିଥିଲେ ଏବଂ ସରକାରକୁ ଏହାର ବ୍ୟବସ୍ଥା କରିବା ପାଇଁ କହିଥିଲେ। ତଳେ ଭିଡ଼ିଓ ଦେଖ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ଅଟେ। 14 ଏପ୍ରିଲରେ ମୁମ୍ବାଇ ସ୍ଥିତ ବାନ୍ଦ୍ରା ରେଳ ଷ୍ଟେଶନ ପାଖରେ ପ୍ରଦର୍ଶନ କରିଥିବା ଶ୍ରମିକଙ୍କ ଫୋଟୋ ଅଟେ।

Avatar

Title:ଗୁଜୁରାଟର ସୁରତରେ ପ୍ରବାଶି ଓଡ଼ିଆ ପ୍ରଦର୍ଶନ କରି ପୋଲିସ ଉପରେ ପଥର ପାକାଉଥିବା ଦାବିରେ ଭାଇରାଲ ହେଉଥିବା ଫୋଟୋ ପ୍ରକୃତରେ ମୁମ୍ବାଇର ପ୍ରଦର୍ଶନର ଅଟେ ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *