କ’ଣ ଏହା ଏକ ହିନ୍ଦୁ ମହିଳାଙ୍କ ଫୋଟୋ, ଯାହାର ମୁସଲମାନ ପ୍ରେମିକ ତାଙ୍କୁ ଏସିଡ୍ ବ୍ୟବହାର କରି ଆକ୍ରମଣ କରିଥିଲେ? ଜାଣନ୍ତୁ ସତ୍ୟ।

Communal False

ସୋସିଆଲ ମିଡିଆରେ ଲଭ୍-ଜିହାଦ ନାମରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳେ। ଏହି ପୋଷ୍ଟ ଏବଂ ଭିଡିଓରେ କେଉଁ ପରି ମୁସଲମାନ ମାନେ ହିନ୍ଦୁ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାଙ୍କ ହତ୍ୟା କିମ୍ବା ଯନ୍ତ୍ରଣା କରିଥାନ୍ତି ତାହା ଦାବି କରା ଯାଇଥାଏ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ମହିଳା ଜଣେ ହିନ୍ଦୁ ଯାହାର ମୁସଲମାନ ପ୍ରେମିକ ତାଙ୍କ ଉପରେ ଏସିଡ୍ ଢାଳିଥିଲା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଲଣ୍ଡନର ଏକ ପୁରୁଣା ଘଟଣାକୁ ଭାରତରେ ଲଭ୍-ଜିହାଦ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ୟାର ଅବଦୁଲ ଜଣେ ପେଣ୍ଟର । ଅନ୍ୟମାନଙ୍କ ଠାରୁ ଅବଦୁଲ ଟିକିଏ ଅଲଗା ଥିଲା । ସିଏ ଜଣେ ଭଲ ପେଣ୍ଟର ଥିବାରୁ ଅତି ସୁନ୍ଦର ପେଣ୍ଟ କରିଦେଲା।

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖିବାକୁ ପାଇବେ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୭ ମସିହାରେ ଇଣ୍ଡିପେଣ୍ଡେଣ୍ଟ ପତ୍ରିକା ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ନାମ ରେଶମ ଖାନ ଅଟେ। ରେଶମ ଖାନଙ୍କ ୨୧ ତମ ଜନ୍ମଦିନ ରେ ତାଙ୍କ ଏବଂ ତାଙ୍କ ଭାଇଙ୍କ ଉପରେ ଜଣେ ବ୍ୟକ୍ତି ଏସିଡ୍ ରେ ଆକ୍ରମଣ କରିଥିଲା ଯେଉଁଥିରେ ଦୁଇ ଜଣ ଗୁରୁତ ଭାବରେ ଆଘାତ ହୋଇଥିଲେ। ଏହି ଘଟଣା ଲଣ୍ଡନରେ ଘଟିଥିଲା। ଘଟଣା ପରେ ପୋଲିସ ଅଭିଯୁକ୍ତ ଜନ୍ ଟମଲିନଙ୍କୁ ଗିରଫ କରିଥିଲା। 

ଏହି ଘଟଣାର ଏକ ସିସିଟିଭି ଭିଡିଓ ମଧ୍ୟ ଇଣ୍ଡିପେଣ୍ଡେଣ୍ଟ ୱେବସାଇଟରେ ପ୍ରସାରିତ ହୋଇଥିଲା। ସମାନ ଭିଡିଓ ଆପଣ ମାନେ ନିମ୍ନରେ ଦିଆ ଯାଇଥିବା ୟୁଟ୍ୟୁବ ଲିଙ୍କରେ ମଧ୍ୟ ଦେଖି ପାରିବେ। 

୨୦ ଏପ୍ରିଲ୍ ୨୦୧୮ ର ଏଭିନିଙ୍ଗ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ଏସିଡ୍ ଆକ୍ରମଣ ପୀଡିତ ଜମିଲ ମୁଖତାର କୋର୍ଟର ନିର୍ନାୟକୁ ନିନ୍ଦା କରି କହିଥିଲେ ଯେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଦେବା ଉଚ୍ଚିତ ଥିଲା। ଅଭିଯୁକ୍ତ ଜନ୍ ଟମଲିନଙ୍କୁ କୋର୍ଟ ୧୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲା। 

ରାସ୍ତା କଡରେ ରେଶମ ଖାନ ଏବଂ ତାଙ୍କ ଭାଇ କାରରେ ବସିଥିବା ବେଳେ ମୁଖତାର ଏବଂ ଟମଲିନଙ୍କ ମଧ୍ୟରେ କିଛି କାଟରୁ ଯୁକ୍ତି ସୃଷ୍ଟି ହେଇଥିଲା। ଯେତେବେଳେ ଡ୍ରାଇଭର କାରକୁ ଫେରି ଆସିଲେ ସେତେବେଳେ ଟମଲିନ ଗାଡିର ଖୋଲା ଝରକାରୁ ରେଶମ ଖାନ ଏବଂ କୁଖାତାରଙ୍କ ଉପରେ ଏସିଡ୍ ଫୋପାଡି ଆକ୍ରମଣ କରିଥିଲେ। ଘଟଣା ପରେ ରେଶମ ଏବଂ ମୁଖତାରଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ସେମାନଙ୍କର ମୁଣ୍ଡ, ବେକ, କାନ ରେ ଆଘାତ ହୋଇଥିଲା। ଏହି ଆକ୍ରମଣରେ ରେଶମ ଖାନ ନିଜ ଆଖି ଦ୍ରୁଷ୍ଟି ହରାଇ ଥିଲେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଭାରତର ନୁହେଁ ବରଂ ଲଣ୍ଡନର ଏକ ପୁରୁଣା ଘଟନା ଅଟେ। ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ନାମ ରେଶମ ଖାନ ଅଟେ। ସେ ଜେନ ଅଣ-ହିନ୍ଦୁ। ଲଣ୍ଡନରେ ଘଟିଥିବା ଏକ ଘଟଣାକୁ ସାମ୍ପ୍ରଦାୟିକ ମାମଲା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହା ଏକ ହିନ୍ଦୁ ମହିଳାଙ୍କ ଫୋଟୋ, ଯାହାର ମୁସଲମାନ ପ୍ରେମିକ ତାଙ୍କୁ ଏସିଡ୍ ବ୍ୟବହାର କରି ଆକ୍ରମଣ କରିଥିଲେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *