
ସୋସିଆଲ ମିଡିଆରେ ଏକ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋ ସହ ଦାବି କରାଯାଇଛି ଯେ, ଭାଇରାଲ ଫଟୋ 84 ବର୍ଷର ବୃଦ୍ଧ ରୁଗ୍ନ ସାମାନଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ଫଟୋ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
6 ଜୁଲାଇରେ Rasmi Ranjan Jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା କୋଉ ହିନ୍ଦୀ ସିନେମା ର ଫଟୋ ନୁହେଁ, ୮୪ ବର୍ଷର ବୃଦ୍ଧ ରୁଗ୍ଣ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀ ଙ୍କ ଫଟୋ। ସରକାରଙ୍କ ପାଇଁ ଏଭଳି ଲୋକ ମାନେ କୋଉଠି ଆତଙ୍କବାଦୀ। ସରକାର ମାନେ ଏମାନଙ୍କୁ ଆତଙ୍କବାଦୀ କହିବା ଆଶ୍ଚର୍ଯ୍ୟ ଲାଗୁନାହିଁ। ଯାହାକୁ ଦମନ କରିବାର ଅଛି କି ଚୁପ କରିବାର ଅଛି ତାଙ୍କୁ ଆତଙ୍କବାଦୀ କହିଦେଲେ ଆଉ ଆଲୋଚନା ହିଁ ହେବ ନାହିଁ। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ଏ ଦେଶର ବିଚାର ବ୍ୟବସ୍ଥା କୁ । ଏ ଦେଶର କୌଣସି କୋର୍ଟ ଏତିକି କହିବାର ସାହସ କରିପାରିଲେ ନାହିଁ, ଯେ ଠିକ ଅଛି, ବିଚାର ସରିବା ପର୍ଯ୍ୟନ୍ତ ତାଙ୍କୁ ବେଲ ରେ ଛଡାଯାଉ। ସେ ସୁସ୍ଥ ହୁଅନ୍ତୁ। ୮୪ ବର୍ଷର ବୃଦ୍ଧ ରୁଗ୍ଣ ଜଣେ ମଣିଷକୁ ଡାକ୍ତରଖାନା ର ବେଡ଼ ରେ ପଶୁ ଭଳି ବନ୍ଧା ହେଇ ପଡିଥିବା ଦେଖି ବି ଏ ଦେଶର କୋର୍ଟ ଓ ସୁପ୍ରିମକୋର୍ଟ ମାନେ ଚୁପ ରହିଲେ। ସେମିତି ଅବସ୍ଥାରେ ସେ ମୃତ୍ୟୁବରଣ କଲେ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 127ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେଥିବା ବୃଦ୍ଧ ବ୍ୟକ୍ତି ସମାଜସେବି କର୍ମୀ ଷ୍ଟାନ ସ୍ୱାମୀ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 13 ମଇ 2021ରେ indiatvnews ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏହି ପ୍ରତିଛବି ବାବୁରାମ ବଲୱାନ ସିଂ (92), ଜଣେ ଦୋଷୀ ହତ୍ୟାକାରୀ ଅଟନ୍ତି। ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ମେ 2021 ରେ ଉତ୍ତରପ୍ରଦେଶର ଏଟା(Etah) ଜିଲ୍ଲାର ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରେ ବାବୁରାମ ବଲୱାନ ସିଂଙ୍କ ଶ୍ୟାଲେଡ୍ ଚିକିତ୍ସା ହୋଇଥିଲା। ସିଂଙ୍କ ଉପରେ ଏକ ହତ୍ୟା ମାମଲାରେ ମକଦମା ଚାଲିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଛଡ଼ା ଏହି ଖବର ଆପଣ indiatoday ପେଜରେ ମଧ୍ୟ ଦେଖିପାରିବେ।

ଏଠାରେ ଲିଙ୍କ ଦେଖନ୍ତୁ- indiatvnews । Archive
14 ମଇ 2021ରେ Times of indiaରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଜଣେ 84 ବର୍ଷିୟ ଅପରାଧିଙ୍କ ନିଶ୍ୱାସ ପ୍ରଶ୍ୱାସ ନେବା ଅସୁବିଦ୍ଧା ଦେଖା ଦେବାପରେ ତାଙ୍କୁ ଉତ୍ତରପ୍ରଦେଶ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଲା ଯେ, ବାବୁରାମ ବଲୱାନ ସିଂ ଗୁରୁବାର ଦିନ ଏଟା ସରକାରୀ ଡାକ୍ତରଖାନାର ଅଣ-କୋଭିଡ -19 ୱାର୍ଡରେ ଏକ ଡାକ୍ତରଖାନା ଶଯ୍ୟାରେ ବନ୍ଧା ହୋଇ ପଡ଼ିଛନ୍ତି। ଏହି ଘଟଣାର ଅବଗତ ହୋଇ ମହାନିର୍ଦ୍ଦେଶକ (ଜେଲ) ଆନନ୍ଦ କୁମାର ଜେଲ ୱାର୍ଡରଙ୍କୁ ନିଲମ୍ବନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
13 ମଇ 2021ରେ DG Prisons u.p ଭାଇରାଲ ଫଟୋରେ ଟ୍ୱିଟ କରି ଲେଖିଛନ୍ତି ଯେ, ଡିଜି ଜେଲ ଶ୍ରୀ ଆନନ୍ଦ କୁମାରଙ୍କ ଉପରୋକ୍ତ ଟ୍ୱିଟକୁ ଗ୍ରହଣ କରି ତୁରନ୍ତ ପ୍ରଭାବ ସହିତ ଜେଲ ୱାର୍ଡର ଅଶୋକ ଯାଦବଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପର୍ଯ୍ୟବେକ୍ଷକଙ୍କ ବ୍ୟାଖ୍ୟା ମଧ୍ୟ ମାଗିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହାର ଅନ୍ୟ ଏକ ଖବର punjabkesari ପେଜରେ ମଧ୍ୟ ଦେଖିପାରିବେ।
ଷ୍ଟାନ୍ ସ୍ୱାମୀ କିଏ?
ଏହା ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। ୱିକିପିଡିଆ ଅନୁସାରେ Stan Swamy ଜଣେ ଭାରତୀୟ ରୋମାନ୍ କ୍ୟାଥୋଲିକ୍ ପୁରୋହିତ, ଜେସୁଟ୍ ଅର୍ଡରର ସଦସ୍ୟ ଏବଂ ଅନେକ ଦଶନ୍ଧି ଧରି ଜଣେ ଆଦିବାସୀ ଅଧିକାର କର୍ମୀ ଥିଲେ। ଭାରତରେ ଆତଙ୍କବାଦ ଅଭିଯୋଗରେ ସ୍ୱାମୀ ହେଉଛନ୍ତି ବୟସ୍କ ବ୍ୟକ୍ତି। 8 ଅକ୍ଟୋବର 2020 ରେ ସ୍ୱାମୀଙ୍କୁ 2018 ଭୀମା କୋରେଗାଓଁ ହିଂସା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) ସହ ଜଡିତ ଥିବା ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ଗିରଫ କରାଯାଇଥିଲା ଏବଂ ଚାର୍ଜସିଟ୍ କରାଯାଇଥିଲା। ସ୍ୱାମୀଙ୍କ ଗିରଫକୁ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଉଭୟ ବିରୋଧ କରିଥିଲେ।
ତେବେ NDTVରେ ପ୍ରକାଶିତ ଖବର ଅନୁସାରେ 28 ମଇରେ ଷ୍ଟାନ ସ୍ୱାମୀଙ୍କୁ କୋଭିଡ -19 ହୋଇଥିଲା। ଏବଂ ପାର୍କିନ୍ସନ୍ ରୋଗ ସମେତ ଅନେକ ରୋଗରେ ପୀଡିତ ଥିବା ଦାବି କରାଯାଇଥିଲା। ମେ 28 ରେ, ସ୍ୱାମିଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇକୋର୍ଟର ଏକ ଛୁଟି ବେଞ୍ଚକୁ କହିଥିଲେ ଯେ ତାଲୋଜା ଜେଲରେ ତାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଅସୁସ୍ଥ ହେବାରେ ଲାଗିଛି। ତେବେ ଗତ ମାସରେ, ସ୍ୱାମୀଙ୍କ ଜାମିନ ଆବେଦନକୁ ବିରୋଧ କରି ଏନ୍ଆଇଏ ଏକ ଆଫିଡେଭିଟ୍ ଦାଖଲ କରିଥିଲା। ଏବଂ 6 ଜୁଲାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଫଟୋରେଥିବା ହସ୍ପିଟାଲ ବେଡରେ ବନ୍ଧା ହୋଇଥିବା ବୃଦ୍ଧ ବ୍ୟକ୍ତି ଷ୍ଟାନ ସ୍ୱାମୀଙ୍କର ନୁହେଁ ବରଂ ଉତ୍ତରପ୍ରଦେଶର ଜଣେ ଅପରାଧି ବାବୁରାମ ବଲୱାନ ସିଂଙ୍କର ଅଟେ।

Title:ହସ୍ପିଟାଲ ବେଡରେ ବନ୍ଧା ହୋଇ ବସିଥିବା ବୃଦ୍ଧ ବ୍ୟକ୍ତି ସମାଜସେବି ଷ୍ଟାନ ସ୍ୱାମୀ ଅଟନ୍ତି ?
Fact Check By: Saritadevi SamalResult: False
