ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରିଛନ୍ତି କି ?

False Social

ବାମପନ୍ଥୀ କୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଇଥାଏ। ହିନ୍ଦୁ ମୁସ୍ଲିମ ତଥା ଜାତିବାଦର ଏହି ଚର୍ଚ୍ଚା                      ଦିନ କୁ ଦିନ ବଢ଼ିବାରେ ଲେଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଦର୍ଶନ କରୁଥିବାର ଦେଖା ଯାଉଛନ୍ତି। ଫଟୋ ସହ ଦାବି କରାଯାଉଛି ଯେ, ଚିଲିର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀଙ୍କ ଦଖଲ। ଆମ ଅନୁସନ୍ଧାନରେ  ଭାଇରାଲ ଫଟୋରେ କରାଯାଇଥିବା ଦାବି ଭୁଲ ପ୍ରମାଣିତ ହୋଇଚି।   

`29 ଅକ୍ଟୋବରରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଫ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଚିଲିର ରିଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ ଦାଖଲ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 31 ଥର ସେୟାର କରାଯିବା ସହ ପୋଷ୍ଟକୁ 33 କମେଣ୍ଟ ଏବଂ 266 ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖଥନ୍ତୁ।  

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ ପ୍ରଦର୍ଶନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ ଆମକୁ କିଛି ଫଟୋ ମିଳିଲା। 18 ଅକ୍ଟୋବର 2019ରେ laprensagrafica ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ଦେଖିଲୁ। ଖବର ଅନୁସାରେ ଭାଇରାଲ ଫଟୋ କାଟାଲାନ୍(Catalan)ର ବାର୍ସିଲୋନା(Barcelona) ଅଞ୍ଚଳର ଅଟେ। ଖବର ଅନୁସାରେ ମାର୍ଚ୍ଚ ଫର ଫ୍ରିଡମ୍” ପାଇଁ କାଟାଲାନ୍ ର ଲୋକମାନେ ପ୍ରଦର୍ଶନ କରୁଛନ୍ତି। ଏଥିରେ ଲକ୍ଷ ଲକ୍ଷ ଲୋକ ଅଂଶ ଗ୍ରହଣ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- laprensagraficaArchive

ଆମେ ଭାଇରାଲ ପୋଷ୍ଟରେ ଲେଖା ଯାଇଥିବା ଜାଗା ଏବଂ ଆମକୁ ମିଳିଥିବା ଜାଗା ସମାନ ନା ଅଲଗା ତାହା ଦେଖିବା ପାଇଁ ଗୁଗୁଲର ସର୍ଚ୍ଚ କରିଲୁ। 

ଭାଇରାଲ ପୋଷ୍ଟରେଥିବା ସ୍ଥାନ -Chile ‘s Santiago(ଚିଲିର ସାଣ୍ଟିଆଗୋ)-

ଆମେ ପ୍ରଥମେ ଲେଖା ଯାଇଥିବା ସ୍ଥାନକୁ ଗୁଗୁଲରେ ପାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ wikipedia ଲିଙ୍କରେ ଚିଲିର ସାଣ୍ଟିଆଗୋ ସ୍ଥାନ ସମ୍ପର୍କରେ ଜାଣିବକୁ ମିଳିଲା। ସୂଚନା ଅନୁସାରେ ଚିଲି ପଶ୍ଚିମ ଦକ୍ଷିଣ ଆମେରିକାର ଏକ ଦେଶ ଅଟେ।  ରାଜଧାନୀ ଏବଂ ବୃହତ୍ତମ ସହର ହେଉଛି ସାଣ୍ଟିଆଗୋ ଏବଂ ଜାତୀୟ ଭାଷା ହେଉଛି ସ୍ପାନିସ୍। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ wikipedia ଲିଙ୍କ ଦେଖନ୍ତୁ।

ଆମକୁ ମିଳିଥିବା ଫଟୋର ସ୍ଥାନ- Catalonia, Barcelona (କାଟାଲୋନିଆ, ବାର୍ସିଲୋନା)-

ଆମେ ଗୁଗୁଲରେ କାଟାଲୋନିଆ, ବାର୍ସିଲୋନା ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହି ଜାଗା ଭିନ୍ନ ସ୍ଥାରେ ଦେଖିବାକୁ ମିଳିଲା। ଏହା ସ୍ପେନର ଅକ ଅଂଶ ଅଟେ। Wikipediaରେ  ସ୍ଥାନ ସମ୍ପର୍କରେ ସୂଚନା ପଢ଼ନ୍ତୁ। ସୂଚନା ଅନୁସାରେ କାଟାଲୋନିଆ ହେଉଛି ଏକ ସ୍ୱୟଂଶାସିତ ସମ୍ପ୍ରଦାୟ, ଯାହା ସ୍ପେନର ଉତ୍ତର-ପୂର୍ବ କୋଣରେ ଉପସ୍ଥିତ। କାଟାଲୋନିଆ ଚାରୋଟି ପ୍ରଦେଶକୁ ନେଇ ଗଠିତ: ବାର୍ସିଲୋନା, ଗିରୋନା, ଲେଲିଡା, ଏବଂ ତାରାଗୋନା ।  ବାର୍ସିଲୋନା ହେଉଛି କାଟାଲୋନିଆର ରାଜଧାନୀ ତଥା ବୃହତ୍ତମ ସହର। ସ୍ପେନର ଦ୍ୱିତୀୟ ଜନବହୁଳ ପୌରପାଳିକା ଏବଂ ୟୁରୋପୀୟ ୟୁନିଅନର ପଞ୍ଚମ ଜନସଂଖ୍ୟା ବିଶିଷ୍ଟ ଏହା ସହରାଞ୍ଚଳ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ Wikipedia ଲିଙ୍କ ଦେଖନ୍ତୁ।

Google Mapରେ ଦୁଇଟି ଜାଗାର ଦୂରତା ଏବଂ ସ୍ଥାନ ଦେଖନ୍ତୁ। ତଳେ ଫଟୋ ଦେଖନ୍ତୁ।

ଏଠାରେ Google Mapର ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ କାଟାଲୋନିଆର  ବାର୍ସିଲୋନାରେ ହୋଇଥିବା ପ୍ରଦର୍ଶନର ଖବର ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Ecoterra ପଜର ଲିଙ୍କ ମିଳିଲା। ଯେଉଁଥିରେ  ଭାଇରାଲ ଫଟୋରେ ହେଉଥିବା ପ୍ରଦର୍ଶନ ସମ୍ପର୍କରେ ଲେଖା ଯାଇଛି। ଏହି ଖବର 21 ଅକ୍ଟୋବର 2019ର ଅଟେ। ଖବର ଅନୁସାରେ 2017ରେ କାଟାଲାନ୍ ସରକାର ସ୍ୱାଧୀନତାର ପାଇଁ  ଏକ ଉପନିର୍ବାଚନ କରିଥିଲେ। ଏହି ଉପନିର୍ବାଚନକୁ ସ୍ପେନ ସରକାର ସ୍ୱୀକୃତି ଦେଇନଥିଲେ। କାଟାଲାନ୍ ର ଜନତା ଉପନିର୍ବାଚନରେ ଭୋଟ ଦେବା ପାଇଁ ଯାଇଥିବା ସମୟରେ ସ୍ପେନ ସରକାର ପୋଲିସ କର୍ମି ପଠାଇ ନିର୍ବାଚନକୁ ରୋକିବା ପାଇଁ ଚେଷ୍ଟା କରିଥିଲା। ସ୍ପେନ ପୋଲିସ ଏବଂ କାଟାଲୋନିଆ ଜନତାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅନେକ ପୋଲିସ ଏବଂ ସାଧାରଣ ଜନତା ଆହତ ହୋଇଥିଲା। ପରେ ଏକ ମାସପରେ ଉପନିର୍ବାଚନର ଫଳାଫଳ ଆସିଲା ପରେ ସ୍ୱାଧିନତା ପାଇଁ ବହୁମତରେ ଲୋକ ଭୋଟ ଦେଇଥିଲେ। କିନ୍ତୁ ସ୍ପେନ ସରକାର ଏପରି ନିର୍ଣ୍ଣୟ କୁ ଖାରଚ କରି କାଟାଲାନର ଅନେକ ନେତାଙ୍କୁ  ଜେଲ ଦଣ୍ଡ ଶୁଣାଇଥିଲା। ଏବଂ ପରେ ସେମାନଙ୍କୁ 13 ରୁ 9 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଶୁଣାଇଥିଲା।  ଏହାର ବିରୋଧ କରି କାଟାଲୋନିଆର ଜନତା ବିରୋଧ ପ୍ରଦର୍ଶନ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରୁଥିବାର ନୁହେଁ। ଭାଇରାଲ ଫଟୋ କାଟାଲୋନିଆର  ବାର୍ସିଲୋନାର ଅଟେ। 2019ରେ କାଟାଲୋନିଆର ଜନତା ସ୍ପେନଠାରୁ ସ୍ୱାଧିନତା ଏବଂ ନେତାମାନଙ୍କୁ ଦିଆଯାଇଥିବା ଦଣ୍ଡ କୁ ବିରୋଧ କରି ପ୍ରଦର୍ଶନ କରିଥିଲୋ। 

Avatar

Title:ଚିଲର ରାଜଧାନୀ ସାଣ୍ଟିଆଗୋରେ ବାମପନ୍ଥୀମାନେ କବଜା କରିଛନ୍ତି କି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *