
16 ଅଗଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରା ଯାଇଥିଲା। ଏହି ଅବସରରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ପ୍ରତୀକ ଭାବରେ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି।
ଏହି ପ୍ରସଙ୍ଗରେ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି। ଫୋଟୋରେ ଜଣେ ବ୍ୟକ୍ତି ମରୁତ ଅବସ୍ଥାରେ ଥିବା ବେଳେ ତାଙ୍କ ନିକଟରେ ଥିବା ଲୋକେ ଶୋକ ପ୍ରକାଶ କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଫୋଟୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ ଶରୀରକୁ ଅଟଲ୍ ବିହାରୀ ବାଜପାୟୀଙ୍କ ନାମରେ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଫୋଟୋ ସେଯାର କରି କୁହା ଯାଉଛି ଯେ “ ୧୪ ଅଗଷ୍ଟ ୨୦୧୮ ରାତିରେ ତାଙ୍କର ମୃତ୍ୟୁକୁ ୧୬ ଅଗଷ୍ଟକୁ କାହିଁକି ରଖାଗଲା ?
କାରଣ ଥିଲା ଗୋଟିଏ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ମୋଦିଙ୍କ ମିଥ୍ୟା ଭାଷଣକୁ ବନ୍ଦ ନକରିବା”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏକ ଗେଟି ଇମେଜେସ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ, ଫୋଟୋଟି ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ଅଟେ।
ଫୋଟୋ ସହିତ କ୍ୟାପସନରେ ଉଲ୍ଲେଖ କରା ଯାଇଛି ଯେ, “ଏହା ଭାରତୀୟ ରାଜନେତା ତଥା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ (1904-1966) ଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ ଅଟେ। ୧୯୬୬ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ଶରୀରକୁ ତିରଙ୍ଗାରେ ଘୋଡାଇ ରକ୍ଷା ହେଇଥିଲା।”

ଆମକୁ ସମାନ ଫୋଟୋ ଲାଇଫ୍ ମେଗାଜିନ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ୨୧ ଜାନୁଆରୀ ୧୯୬୬ ମସିହାରେ ପ୍ରକାଶିତ ହେଇଥିବା ଏହି ମେଗାଜିନ୍ ରେ ଉଲ୍ଲେଖ କରା ଯାଇଛି ଯେ ୨୧ ଜାନୁଆରୀ ୧୯୬୬ ରେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।

କେବେ ମୃତ୍ୟୁ ହେଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର?
ପୋଷ୍ଟରେ ଦାବି କରା ଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ମୃତ୍ୟୁ ୧୪ ଅଗଷ୍ଟରେ ଘଟିଥିଲା କିନ୍ତୁ ୧୫ ଅଗଷ୍ଟ ଅବସର କାରଣରୁ ତାଙ୍କ ଶବଦାହ ୧୬ ଅଗଷ୍ଟରେ କରା ଯାଇଥିଲା।
କିନ୍ତୁ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଅଟଳ ବିହାରୀ ବାଜପାୟୀଙ୍କର ମୃତ୍ୟୁ ୧୬ ଅଗଷ୍ଟ ୨୦୧୮ ମସିହାରେ ହୋଇଥିଲା।
ବ୍ରିଟାନିକା ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ ତାଙ୍କ ଜନ୍ମ ୨୫ ଡିସେମ୍ବର ୧୯୨୪ ରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ହୋଇଥିଲା ଏବଂ ୧୬ ଅଗଷ୍ଟ ୨୦୧୮ ରେ ଦିଲ୍ଲୀରେ ତାଙ୍କ ମୃତ୍ୟୁ ହୋଇଥିଲା। ସେ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ପଦବୁରେ ନିଯୁକ୍ତ ହୋଇଥିଲେ।
୧୬ ଅଗଷ୍ଟ ୨୦୧୮ ରେ ଏନଡ଼ିଟିଭି ୱେବସାଇଟ ରିପୋର୍ଟ ଅନୁଯାୟୀ ୧୧ ଜୁନ୍ ୨୦୧୮ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଯକୃତର ରୋଗ କାରଣରୁ AIIMS ଚିକିତ୍ସାଳୟରେ ଦାଖଲ ହୋଇଥିଲେ। ୧୬ ଅଗଷ୍ଟ ସନ୍ଧ୍ୟା ୫.୦୫ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।
ଏଏନଆଇ ଦ୍ଵାରା ଏକ ଟୁଇଟରେ ଆମକୁ AIIMS ଚିକିତ୍ସାଳୟର ଏକ ନୋଟିସ ଜାରି କର ଯାଇଥିବା ମିଳିଲା। 16 ଅଗଷ୍ଟ ୨୦୧୮ ରେ ଜାରି କରା ଯାଇଥିବା ନୋଟିସରେ ଉଲ୍ଲେଖ କରା ଯାଇଛି ଯେ ୧୧ ଜୁନ୍ ୨୦୧୮ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ଚିକିତ୍ସାଳୟରେ ଦାଖଲ କରା ଯାଇଥିଲା। ୯ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିଲା କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ଆମର ଅନେକ ଚେଷ୍ଟା ପରେ ମଧ୍ୟ ଆମେ ଆଜି ତାଙ୍କୁ ହରାଇଛୁ।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ମୃତ୍ୟୁ ୧୪ ଅଗଷ୍ଟ ନୁହେଁ ବରଂ ୧୬ ଅଗଷ୍ଟରେ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ନୁହେଁ। ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ ଶରୀରକୁ ଅଟଲ୍ ବିହାରୀ ବାଜପାୟୀଙ୍କ ନାମରେ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। ଏହା ବାବଦ ଅଟଳ ବିହାରୀ ବାଜପାୟୀଙ୍କର ମୃତ୍ୟୁ ୧୪ ଅଗଷ୍ଟ ନୁହେଁ ବରଂ ୧୬ ଅଗଷ୍ଟରେ ହୋଇଥିଲା।

Title:ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମୃତ ଶରୀରକୁ ଅଟଲ୍ ବିହାରୀ ବାଜପାୟୀଙ୍କ ନାମରେ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
