
ବର୍ତ୍ତମାନ ସୋସିଆଲ ମିଡିଆରେ ଦୂର୍ଗା ପୂଜା ମଣ୍ଡପର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ସମୟରେ ଅଟେ ଯେତେବେଳେ ସେ କଟକ ସହରରେ 1882 ମସିହାରେ ପୂଜା ଆରମ୍ଭ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ସୁଭାଷଚନ୍ଦ୍ର ବୋଷଙ୍କ ପିତା କଟକ ସହରରେ ପୂଜା ସମିତିର ଆରମ୍ଭ କରିଥିଲେ କିନ୍ତୁ ଭାଇରାଲ ଫୋଟୋ କୋଲକାତା ସହରର ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମଇଦା ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ “୧୮୮୨ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷଙ୍କ କଟକ ସ୍ଥିତ ବାଲୁବଜାର ଘରର ପରିସରରେ ଆରମ୍ଭ କରାଯାଇଥିଲା ଦୁର୍ଗା ପୂଜା”

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଏନଡ଼ିଟିଭି ୱେବସାଇଟରେ ୧୯ ଅକ୍ଟୋବର ୨୦୧୮ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋ ସହିତ ଉଲ୍ଲେଖ କରା ଯାଇଛି ଯେ ଏହା କୋଲକାତାର ଦୂର୍ଗା ପୂଜାର ଫୋଟୋ ଅଟେ। ରିପୋର୍ଟରେ ଦୂର୍ଗା ପୂଜାର ଇତିହାସ ଏବଂ ବିବର୍ତ୍ତନ ବିଷୟରେ ପ୍ରକାଶିତ କରା ଯାଇଛି।

୮ ଅକ୍ଟୋବର ୨୦୨୧ ରେ ସମାନ ଫୋଟୋ ନ୍ୟୁଜ୍ ୧୮ ୱେବସାଇଟରେ ପ୍ରକାଶିତ ହୋଇଥିଲା। ଏହା ସହିତ ଏହି ୱେବସାଇଟରେ ପଶ୍ଚିମବଙ୍ଗର ପ୍ରଥମ ଦୂର୍ଗା ପୂଜା ଏବଂ ପ୍ଲାସୀ ଯୁଧ୍ୟ ମଧ୍ୟ ସମ୍ବନ୍ଧ ବିଷୟରେ ସୂଚନା ଦିଆ ଯାଇଛି। ରିପୋର୍ଟ ଅନୁଯାୟୀ ପ୍ଲାସୀ ଯୁଧ୍ୟରେ ଇଂରାଜୀ ମାନେ ବଙ୍ଗାଳର ନବାବ ଶିରାଜୁଦ୍ଦଉଳାକୁ ପରାସ୍ତ କରିଲା ପରେ ସେଠିକାର ରାଜା ନବକୃଷ୍ଣଦେବ ଇଂରେଜ ମାନଙ୍କ ସାମନାରେ ଦୂର୍ଗା ପୂଜା ଆୟୋଜିତ କରିବାର ପ୍ରସ୍ତାବ ଦେଇଥିଲେ।
ଏହା ସହିତ ବଙ୍ଗାଳରେ ଦୂର୍ଗା ପୂଜା ଆରମ୍ଭ ହୋଇଥିବା ଅନ୍ୟାନ୍ୟ କାହାଣୀ ମଧ୍ୟ ଅଛି।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ହେଉଥିବା ଦୂର୍ଗା ପୂଜାର ଫୋଟୋ କଟକର ନୁହେଁ ବରଂ କୋଲକାତାର ଅଟେ।
ଓଡ଼ିଶା ସରକାର ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ନେତାଜୀ ସୁଭାଷ ବୋଷଙ୍କ ପୈତୃକ ଗହର ଯାନକୀନାଥ ଭବନ କଟକର ଓଡ଼ିଆ ବଜାରରେ ଅବସ୍ଥିତ। ସୁଭାଷ ବୋଷ ଏହି ଘରେ ୨୩ ଜାନୁଆରୀ ୧୮୯୭ ରେ ଜଣ ଗ୍ରହଣ କରିଥିଲେ ଏବଂ ତାଙ୍କ ବାଲ୍ୟକାଳ କଟକରେ ବିତାଇଥିଲେ।
ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ଘର କଟକର ବାଲୁ ବଜାରରେ ନୁହଁ ବରଂ ଓଡ଼ିଆ ବଜାରରେ ଅବସ୍ଥିତ। ସେଥିପାଇଁ ଭାଇରାଲ ଦାବି ଅନୁଯାୟୀ ଦୂର୍ଗା ପୂଜା ପାଳନର ଫୋଟୋ ସୁଭାଷଙ୍କ ପିତାଙ୍କ ଘରେ ବାଲୁଆ ବଜାରରେ ପାଳନ ହେଇଥିବା ସମ୍ଭବ ନୁହେଁ।
କଟକରେ ପ୍ରଥମ ଥର ପାଇଁ ଦୂର୍ଗା ପୂଜା କେବେ ପାଳନ ହୋଇଥିଲା?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ କଟକ ହେରିଟେଜ୍ ୱେବସାଇଟରେ ଆମକୁ ସହରରେ ପ୍ରଥମ ଥର ପାଇଁ ଦୂର୍ଗା ପୂଜା ପାଳନ କରିଥିବା ବିଷୟରେ ସୂଚନା ମିଳିଲା। ୱେବସାଇଟ ଅନୁଯାୟୀ ପ୍ରଥମ ଥର ପାଇଁ କଟକରେ ଦୂର୍ଗା ପୂଜା ୧୫୧୨ ରୁ ୧୫୧୭ ମସିହା ମଧ୍ୟରେ ପାଳନ କରା ଯାଇଥିଲା। ଏହି ସମୟକାଳରେ ଶ୍ରୀ ଚୈତନ୍ୟ ଦେବ କଟକ ଆସିଥିଲେ ଏବଂ ବିନୋଦ ବିହାରୀ ମନ୍ଦିର ଯାହା ବର୍ତ୍ତମାନ ବାଲୁ ବଜାର ନାମରେ ପ୍ରସିଦ୍ଧ, ସେଠାରେ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ନେତାଜୀ ସୁଭାଷଚନ୍ଦ୍ର ବୋଷ କଟକର ଓଡ଼ିଆ ବଜାରରେ ସମ୍ପ୍ରଦାୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ କଟକରେ ପ୍ରଥମ ଥର ପାଇଁ ଦୂର୍ଗା ପୂଜା ନେତାଜୀ ସୁଭାଷ ବୋଷଙ୍କ ପିତା ଦ୍ଵାରା ଆରମ୍ଭ କରା ଯାଇଥିବା ଦାବି ମିଥ୍ୟା ଅଟେ। ପ୍ରଥମ ଥର ପାଇଁ ଦୂର୍ଗା ପୂଜା ୧୫୧୨ ମସିହାରେ ପାଳନ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଫୋଟୋ କଟକର ଦୂର୍ଗା ପୂଜା ନୁହେଁ ବରଂ କୋଲକାତାର ପୂଜା ସମୟର ଫୋଟୋ ଅଟେ। ଏହା ବାବଦ କଟକରେ ପ୍ରଥମ ଥର ପାଇଁ ଦୂର୍ଗା ପୂଜା ନେତାଜୀ ସୁଭାଷ ବୋଷଙ୍କ ପିତା ଦ୍ଵାରା ଆରମ୍ଭ କରା ଯାଇଥିବା ଦାବି ମିଥ୍ୟା ଅଟେ। ପ୍ରଥମ ଥର ପାଇଁ ଦୂର୍ଗା ପୂଜା ୧୫୧୨ ମସିହାରେ ପାଳନ କରା ଯାଇଥିଲା।

Title:କ’ଣ ଦୂର୍ଗା ପୂଜାର ଏହି ଭାଇରାଲ ଇମେଜ୍ କଟକ ସହରରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପିତାଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା ସମୟର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
