କ’ଣ ପୋଷ୍ଟରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କର ସମ୍ପର୍କୀୟ? କ’ଣ ସେ ଇଟାଲୀର ସଂସଦରେ ଲଙ୍ଗଳା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political Social

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଜଣେ ବ୍ୟକ୍ତି ବସ୍ତରହୀନ ଅବସ୍ତାରେ ଗୋଟିଏ ସାକ୍ଷାତରେ ଛିଡ଼ଦା ହେଇଛନ୍ତି। ଏହି ଫୋଟୋନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଦାବି ହେଇଥିବା ସାମନାକୁ ଆସିଛି। 

ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନକରି ଏହା କୁ ମିଥ୍ୟାବୋଲି ପାଇଲା। 

କ’ଣ ଏହି ପୋଷ୍ଟର ଦାବି ?

୧୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ବ୍ୟାକଟି ରାହୁଲ ଗାନ୍ଧୀଙ୍କ ସମ୍ପର୍କୀୟ ଏବଂ ଇଟାଲୀର ଗୋଟିଏ ସଂସଦରେ ଲଙ୍ଗଲା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଦାବି ସହିତ ସେ ହାଇଛନ୍ତି ଯେ, “

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ଥିବା ବ୍ୟକ୍ତି ମେକ୍ସିକୋ ଦେଶର ଡେମୋକ୍ରେଟିକ୍ ରେଭୋଲୁସନ ପାର୍ଟିର ନେତା ଏନତୋନିୟୋ କୋନେୟୋ ଅଟନ୍ତି। ପୋଷ୍ଟ କରା ଯାଇଥିବା ଫୋଟୋ ୨୦୧୩ ମସିହାର ମେକ୍ସିକୋର ସଂସଦର ଫୋଟୋ ଅଟେ। 

୧୨ ଡିସେମ୍ବର ୨୦୧୩ ମସିହାରେ ଡେଲିମେଲ୍ ପତ୍ରିକାରେ ପ୍ରକାଶିତ ହେଇ ଥିବା ଏହି ଖବର ବିଷୟରେ କୁହା ଯାଇଅଛି ଯେ ଡେମୋକ୍ରେତିକ୍ ରିଭୋଲୁସନ୍ ପାର୍ଟି ନେତା ଏନତୋନିୟୋ ଗାରସିଆ କୋନେୟୋ ଦେଶର ତେଲ ଶିଳ୍ପକୁ ପ୍ରାଇଭେଟ କମ୍ପାନୀକୁ ଦେବା ନେଇ ସଂସଦରେ ବିଲ ପାସ କରା ହେଇଥିବା ଘଟଣାରୁ ନିଜକୁ ବସ୍ତରହୀନ କରି ଏହି ବିଲ୍ ବିରୋଧ କରିଥିଲେ। 

daily mail.png

Daily Mail | Archive

ଏଲ.କୋମୁନିଷ୍ଟା ନାମକ ସ୍ପେନ ଭାଷା ୱେବସାଇଟରେ କୁହା ଯାଇଅଛି ଯେ ତେଲ ଶିଳ୍ପକୁ ପ୍ରାଇଭେଟ୍ କମ୍ପାନୀକୁ ଦିଆ ଯିବା ଆଇନକୁ ନେଇ ଏନତୋନିୟୋ ବିରୋଧ କରିଥିଲେ। ତାଙ୍କ ଭାଷଣରେ ସିଏ କହିଥିଲେ ଯେ “ସରକାର ଏହା ପୂର୍ବରୁ ପ୍ରାଇଭେଟ୍ ତେଲେଫୋନ କମ୍ପାନୀକୁ ଅନୁମତି ଦେଇ ଥିଲେ। ଦେଶକୁ ଏହା ଦ୍ଵାରା କଣ ଲାଭ ହେଇଥିଲା? ଏହହା ବିପରୀତ ଘରୋଇକରଣ ଆମ ଦେଶକୁ ଲୁଟି ନେଇ ଥିଲା।“ ଏହା କହିବା ସମୟରେ ସେ ନିଜର ଗୋଟିଏ ପରେ ଗ୍ତିଏ ବସ୍ତ୍ର କାଢିବାକୁ ଲାଗି ଥିଲେ। 

https://lh3.googleusercontent.com/I8UhbFD-nDA08liFciZghNqqsEAmlVO-Wps-Dilrok7TB2KgkREG3emtD3IZW_5RxSVYkKduyGSW639Ke-tunK3L_ohKHJzYsyjuH3mzE3Ed4IZcIb25vjLXsBpcqNYDIbUlcDYT3wkNCrKMYAEl Comunista

ସଂସଦରେ ଏଣ୍ଟନିୟଙ୍କ ପୁରା ଭାଷଣ ଏହି ଲିଙ୍କରେ ଦେଖନ୍ତୁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲାଯେ ପୋଷ୍ଟ କରା ଯାଇଥିବା ଫୋଟୋ ମେକ୍ସିକୋ ଦେଶର ସଂସଦର ଅଟେ। ଫୋଟୋରେ ଥିବା ବ୍ୟକ୍ତି ମେକ୍ସିକୋ ଡେମୋକ୍ରେତିକ୍ ରିଭୋଲୁସନ ପାର୍ଟି ନେତା ଏନତୋନିୟୋ କୋନେୟୋ ଅଟନ୍ତି। 

Avatar

Title:କ’ଣ ପୋଷ୍ଟରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କର ସମ୍ପର୍କୀୟ? କ’ଣ ସେ ଇଟାଲୀର ସଂସଦରେ ଲଙ୍ଗଳା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *