କ’ଣ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ। 

False Political

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ଲୋକଙ୍କ ସହିତ ସାକ୍ଷାତ କରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଜେନେଭା ଭିତ୍ତିକ ସଂଗଠନର ଆନ୍ତର୍ଜାତୀୟ ବ୍ୟବସାୟ ସମ୍ପ୍ରଦାୟ ସହିତ ମୋଦୀଙ୍କ ଫୋଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କ’ଣ କୁହା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯ୍ବହାରକାରୀ ମାନେ ଦାବି କରି କହୁଛନ୍ତି ଯେ, “୨୦୦ ବର୍ଷ ଆମକୁ ଗୋଲାମ ବନେଇ ରଖିଥିବା ବ୍ରିଟେନ୍ ରେ କାଲି ୫୩ ଦେହର ସଚିବଙ୍କ ଭିତରୁ ମୋଦୀଜିଙ୍କୁ ମହାସଚିବ ଭାବରେ ନିଯୁକ୍ତି କରା ଯାଇଛି।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଦାଭୋସ ରେ ଅନ୍ତର୍ଜାତୀୟ ବ୍ୟବସାୟ ପରିଷଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ସିଇଓଙ୍କୁ ଭେଟିଥିଲେ। ଭାରତ କିପରି ପୁଞ୍ଜି ବିନିଯୋଗ ପାଇଁ ଏକ ଆଦର୍ଶ ଗନ୍ତବ୍ୟସ୍ଥଳ ଅଟେ ତାହା ବିଷୟରେ କହିଥିଲେ।

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୪ ଜାନୁଆରୀ ୨୦୧୮ ମସିହାରେ ଦି ଏକୋନୋମିକ ଟାଇମ୍ସ ୱେବସାଇଟରେ ଡାଭୋସ୍ ରେ ବିଭିନ୍ନ କେୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତ ନେଇ ସୂଚନା ମିଳିଲା। ରିପୋର୍ଟ ଅନୁଯାୟୀ ବିଭିନ୍ନ ଦେଶର ସିଇଓ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ ଜିଏସଟି ଏବଂ ଅନ୍ୟାନ୍ୟ ସରକାରୀ ପଦକ୍ଷେପ କାରଣରୁ ଭାରତରେ ବ୍ୟବସାୟୀ କରିବାରେ ସୁବିଧା ଆସିଛି। 

ଏହି ରିପୋର୍ଟରେ ଆପଣ ମାନେ ବିଭିନ୍ନ କମ୍ପାନୀର ସିଇଓଙ୍କର ସାକ୍ଷ୍ୟ ପଢୀ ପାରିବେ। ହିନ୍ଦୁସ୍ତାନ ଲିଭର, ହିଟାଚି, ପେପ୍ସି, ମାଇକ୍ରୋସଫ୍ଟ ଇତିୟାଦୀ କମ୍ପାନୀ ସିଇଓ ମାନେ ସାକ୍ଷ୍ୟରେ କହିଛନ୍ତି କେଉଁ ପରି ମୋଦୀ ସରକାର ଅଧୀନରେ ଭାରତରେ ବ୍ୟବସାୟ କରିବା ସୁବିଧାଜନକ ହୋଇଛି। 

Archive

ଏହା ପରେ ଆମକୁ ବୈଦେଶିକ ବ୍ୟାପାର ମନ୍ତରାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ଏକ ଟୁଇଟ ମିଳିଲା ଯାହା ସେ ୨୩ ଜାନୁଆରୀ ୨୦୧୮ ମସିହାରେ ପୋଷ୍ଟ କରିଥିଲେ। ଏହି ଟୁଇଟରେ ସେ କହିଛନ୍ତି ଯେ ଭାରତରେ ବ୍ୟବସାୟ ପରିବେଶର ଉନ୍ନତି ଡାଭୋସରେ ହାରତକୁ ପ୍ରଶଂସା କରା ଯାଇଛି। ଆନ୍ତର୍ଜାତୀୟ ବ୍ୟବସାୟ ପରିଷଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ଵସ୍ତରୀୟ ସିଇଓଙ୍କ ସହ ସାକ୍ଷାତ କରିଥିଲେ। 

Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ସ୍ଵିଜରଲେଣ୍ଡ ଦେଶର ଡାଭୋସ ସହରରେ ଆୟୋଜିତ ହେଇଥିବା ଆନ୍ତର୍ଜାତୀୟ ବ୍ୟବସାୟ ପରିଷଦ କାର୍ଯ୍ୟକ୍ରମରେ ବିଭିନ୍ନ ସିଇଓଙ୍କ ସହିତ ମୋଦୀଙ୍କ ସାକ୍ଷାତକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *