
ଦୁଇଟି ଛବି ଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦାବି କରାଯାଇଛି ଯେ ଗୋଟିଏ ପ୍ରତିଛବିରେ ଅହମ୍ମଦାବାଦରେ ଏକ ସ୍ୱଚ୍ଛ ସାବରମତି ନଦୀ କୂଳ ଦେଖାଯାଇଥିବା ବେଳେ ଅନ୍ୟଟିରେ ମହାରାଷ୍ଟ୍ରର ମିଥୀ ନଦୀ ଆବର୍ଜନା ଦେଖାଯାଇଛି।ଏହି ପୋଷ୍ଟକୁ ଫେସବୁକରେ ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି, ଫଟୋ 1 – ସାବରମାଟି ନଦୀ ଫ୍ରଣ୍ଟ, ଅହମ୍ମଦାବାଦ, ଗୁଜୁରାଟ (ଗୁଜୁରାଟ ରାଜ୍ୟ ଖର୍ଚ୍ଚ କରିଥିବା ପାଣ୍ଠି: 00 1400 କୋଟି) । ସେହିପରି ଫଟୋ 2 – ମିଥୀ ନଦୀ, ମୁମ୍ବାଇ, ମହାରାଷ୍ଟ୍ର (ବିଏମସି ଏବଂ ଏମଏମଆରଡିଏ ଦ୍ୱାରା ଖର୍ଚ୍ଚ ହୋଇଥିବା ପାଣ୍ଠି) : ₹ 1200 କୋଟି) ”
27 ଜୁନରେ Shivyogi AB Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ପ୍ରଥମ ଫୋଟୋ – ଗୁଜରାଟ ସାବରମତୀ ନଦୀ ସଫା ଓ ସୌନ୍ଦରିକରଣ ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ୧୪୦୦ କୋଟି ଖର୍ଚ୍ଚ କରାଯାଇଛି ।।ଦ୍ଵିତୀୟ ଫୋଟୋ – ମହାରାଷ୍ଟ୍ର ର ମିଠୀ ନଦୀ ସଫା ଓ ସୌନ୍ଦରୀ କରଣ ପାଈଁ ଅଭି ପର୍ଯ୍ୟନ୍ତ ୧୨୦୦ କୋଟି ଖର୍ଚ୍ଚ କରାଗଲାଣି ।। ଆମ ନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାକ କରାଯାଇଥିବା ବେଳେ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଅଳିଆରେ ଭର୍ତ୍ତୀଥିବା ଫଟୋ ମିଥି ନଦୀ, ମୁମ୍ବାଇ ମହାରାଷ୍ଟ୍ରର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁ୍ସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। 30 ଜାନୁଆରି 2020ରେ Lonelyplanet ପେଜରେ ପ୍ରକାଶିତ ହାଇଥିବା ଖବର ଅନୁସାରେ ଅଳିଆରେ ଭର୍ତ୍ତି ହୋଇଥିବା ନଦୀର ଫଟୋ ଭାରତର ନୁହେଁ ବରଂ ଫିଲିପିନ୍ସର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Lonelyplanet । Archive
ଏହା ପରେ ଆମକୁ ମିଳିଥିବା ସୂଚନାକୁ ବ୍ୟବହାର କରି ଭାଇରାଲ ଫଟୋ ସମ୍ପର୍କରେ ଅଧିକ ସର୍ଚ୍ଚ କରିଲୁ। iStock ପେଜରେ ଭାଇରାଲ ଫଟୋ ପାଇଲୁ। ଖବର ଅନୁସାରେ ଫଟୋଟି ଜାନୁଆରୀ 6, 2008 ରେ ନିଆଯାଇଥିଲା। ଏହି ଫଟୋ ଫିଲିପାଇନ୍ସର ଅଟେ । ଆବର୍ଜନାର ଏହି ନଦୀ ମାନିଲାରେ ଏକ ଖାଲକୁ ବନ୍ଦ କରିଛି। ଫିଲିପାଇନ୍ସରେ ଦାରିଦ୍ର୍ୟ ଏବଂ ଅଳିଆ ଆବର୍ଜନା ଏକ ପ୍ରମୁଖ ସମସ୍ୟା ବୋଲି କ୍ୟାପସନରେ ଲେଖାଅଛି। ତାଙ୍କର ଲିଙ୍କଡଇନ ପ୍ରୋଫାଇଲ ଅନୁଯାୟୀ ଏହି ଫଟୋ ଫିଲିପାଇନ୍ସର ଜଣେ ଫ୍ରିଲାନ୍ସ ଫଟୋଗ୍ରାଫର Tony Oquias ଦ୍ୱାରା ନିଆଯାଇଥିଲା। | ଫିଲିପାଇନ୍ସ ହେଉଛି ବିଶ୍ୱର ସବୁଠୁ ବଡ ପ୍ଲାଷ୍ଟିକ ପ୍ରଦୂଷକ। ବର୍ତ୍ତମାନ ଫିଲିପାଇନ୍ସ ପ୍ଲାଷ୍ଟିକ୍ ସ୍କ୍ରାପରେ ନିର୍ମିତ ରାସ୍ତା ନିର୍ମାଣ କରି ଏହି ସମସ୍ୟାର ସମାଧାନ ଖୋଜୁଛି। ଏହି ଫଟୋ plasticbank, BBC ରେ ମଧ୍ୟ ଦେଖନ୍ତୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- iStock । Archive। plasticbank। BBC
The Economic Times ପେଜରେ ଆମକୁ ପ୍ରଥମ ଫଟୋ ମିଳିଲା। ଯାହାକି 18 ନଭେମ୍ବର 2013ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ସାବରମାତି ନଦୀ ପାଇଁ 2013ରେ ବିକାଶ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ଏହି ଫଟୋ ଗୁଜୁରାଟର ଅହମ୍ମଦାବାଦର ସାବରମତି ନଦୀର ଅଟେ। ଗୁଜୁରାଟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସାବରମାତି ନଦୀବନ୍ଧ ପ୍ରକଳ୍ପ ଅଧୀନରେ ନଦୀ ପାଖରେ ସୁନ୍ଦର ଉଦ୍ୟାନ ନିର୍ମାଣ ପ୍ରସ୍ତୁତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The Economic Times ।
ଏଠାରେ ସାବରମତି ନଦୀର 2001ରୁ 2012 ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ଦେଖନ୍ତୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ସାବରମତି ନଦୀକୁ ଆବର୍ଜନା ମୁକ୍ତ କରାଇ ଏକ ପରିଷ୍କାର ପରିବେଶ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆପଣ ଏଠାରେ ମିଥୀ ନଦୀର ମଧ୍ୟ ଭିଡିଓ ଦେଖନ୍ତୁ। ଯାହାକି 9 ଜୁନରେ ANI ପେଜରେ ନଦୀର ଭିଡିଓ ପ୍ରକାଶିତ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଆବର୍ଜନା ଭର୍ତ୍ତି ଫଟୋ ମହାରାଷ୍ଟ୍ରର ମିଥୀ ନଦୀର ନୁହେଁ। ଭାଇରାଲ ଫଟୋ ଫିଲିପିନ୍ସର ଅଟେ।

Title:ଫିଲିପିନ୍ସର ଫଟୋକୁ ମହାରାଷ୍ଟ୍ର ମିଥି ନଦୀ ଅପରିଷ୍କାର ହୋଇଥିବାଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
