
ନେହେରୁଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମ କରୁଥିବା ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଶେଷରେ ମୋଦୀ ନେହେରୁଙ୍କ ପାଦ ଧରିଲେ।
ଭାଇରାଲ ପୋଷ୍ଟ ସହିତ ୟୁଜର୍ସ ଲେଖିଛନ୍ତି ଯେ,- ଦ୍ୱାପର ଯୁଗରେ ଭଗବାନ ଗଧ ପାଦ ଧରିଥିଲେତ…..

ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୂଗଲରେ ପକାଇ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚରେ ଆମକୁ 08 ଅଗଷ୍ଟ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଟୁଇଟକୁ ମିଳିଲା। ଏହି ଟ୍ୱିଟରେ ଭାଇରାଲ ଫୋଟେୋ ସହିତ ମିଶୁଥିବା ଏକ ଫୋଟୋ ମିଳିଲା।
ଏହି ଫୋଚୋରେ ମୋଦି ନେହେରୁକୁ ନୁହଁ ବରଂ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଦେଖାଯାଉଛନ୍ତି।
ଯେତେବେଳେ ଆମେ ଏହି ଦୁଇଟି ପ୍ରତିଛବି ତୁଳନା କରିଲୁ ଗାନ୍ଧୀ ଏବଂ ନେହେରୁଙ୍କ ଫୋଟୋ ବ୍ୟତୀତ ଦୁଇଟି ଫୋଟୋରେ ଦେଖା ଜାଉଥିବା ସମସ୍ତ ଦୃଶ୍ୟ ସମାନ ଅଛି। ଏହା ସହ ଆମେ ସ୍ପଷ୍ଟ ଭାବରେ କହିପାରିବା ଯେ ଗାନ୍ଧୀଙ୍କୁ ପ୍ରଣାମ କରୁଥିବା ମୋଦୀଙ୍କ ଚିତ୍ର ଡିଜିଟାଲ୍ ଏଡିଟ୍ ହୋଇଛି ।

ଯେତେବେଳେ ନେହେରୁ ପ୍ରତିମୂର୍ତ୍ତି ସହିତ ପ୍ରତିଛବିର ଅଂଶ କ୍ରପ୍ ହୋଇ ଗୁଗୁଲରେ ଓଲଟା ସର୍ଚ୍ଚ ହେଲା, ଆମେ ନେହେରୁଙ୍କ ପ୍ରତିମୂର୍ତ୍ତିର ସମାନ ଚିତ୍ରକୁ ଷ୍ଟକ୍ ଇମେଜ୍ ୱେବସାଇଟ୍ ଗେଟୀ ରେ ପାଇଲୁ। ପ୍ରତିଛବି ତଳେ ଥିବା ବର୍ଣ୍ଣନାରେ ଉଲ୍ଲେଖ କରାଯାଇଛି ଯେ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ଏହି ପ୍ରତିମୂର୍ତ୍ତି ମହାରାଷ୍ଟ୍ରର ସୋଲାପୁରର ବାର୍ସିରେ ଅବସ୍ଥିତ।

ସିଦ୍ଧାନ୍ତ-
ଅନୁସନ୍ଧାନରେ ଆମେ ପାଇଲୁ ଯେ, ମୋଦୀ ନେହେରୁଙ୍କୁ ପ୍ରଣାମ କରୁଥିବା ଫୋଟୋ ଏଡିଟେଡ୍ ଅଟେ। ମୋଦୀ ନେହରୁକୁ ନୁହେଁ ବରଂ ଗାନ୍ଧୀଙ୍କୁ ପ୍ରଣାମ କରୁଛନ୍ତି।

Title:ମୋଦୀ ନେହେରୁଙ୍କୁ ପ୍ରଣାମ କରୁଥିବା ଫୋଟୋ ଏଡିଟେଡ୍ ଅଟେ। ମୋଦୀ ନେହରୁକୁ ନୁହେଁ ବରଂ ଗାନ୍ଧୀଙ୍କୁ ପ୍ରଣାମ କରୁଛନ୍ତି।
Written By: Sarita SamalResult: False
