
ସସୋସିଆଲ ମିଡିଆରେ ସାଉଦି ଆରବର ମକ୍କା ମସଜିଦର ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ଦାବି କରାଯାଉଛି ଯେ, ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ମକ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ଭାଙ୍ଗି ମସ୍ଜିଦ କରାଯାଇଛି। ଆମ ଅନୁସନ୍ଧାନରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Amiya Nath ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସାଉଦି ଆରବ ର ମକ୍କା ରେ ଥିବା ଶିବଲିଙ୍ଗ । ମକ୍କେଶ୍ବର ମହାଦେବ ମନ୍ଦିର କୁ ଭାଙ୍ଗି ତାଉପରେ ମସ୍ଜିଦ କରାଯାଇଛି । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ସାଉଦି ଆରବର ମକ୍କା ମସଜିଦରେ ଶିବଲିଙ୍ଗ ଅଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Mohammad Raziur Rahman ୟୁଟ୍ୱୁବ ଚ୍ୟାନେଲରେ ଭାଇରାଲ ଫଟୋର ଏକ ଭିଡିଓ ମିଳିଲା। ଭିଡିଓରେ Rukan Yamani(This corner of the Ka’bah ) ଅର୍ଥାତ୍ ରୁକାନ୍ ଯମାନି (କାବାଙ୍କର ଏହି କୋଣ) ଲେଖାଯାଇଛି। ଭିଡିଓ 2016ରେ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ରୁକାନ୍ ଯମାନି କଣ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। islamiclandmarks ପେଜରେ ଭାଇରାଲ ଫଟୋ ସମ୍ପର୍କରେ ସୂଚନା ମିଳିଲା। ଖବର ଅନୁସାରେ କବା’ର ଏହି କୋଣକୁ ରୁକାନ୍ ଯମାନୀ କୁହାଯାଏ କାରଣ ଏହା ୟେମେନ ଦେଶ ଆଡକୁ ମୁହାଁଇଥିବା କାବା ପାର୍ଶ୍ୱରେ ଅବସ୍ଥିତ। ଏହା ହାଜର ଅଲ-ଅସୱାଦର ବିପରୀତ କାନ୍ଥରେ ଅଛି।

ଏଠାରେ ଲିଙ୍କ ଦେଖନ୍ତୁ- islamiclandmarks । Archive
ଭାଇରାଲ ଫଟୋର ଏକ ଭିଡିଓ HUM SAB ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଯେଉଁଥିରେ ୟେମେନ କୋଣ ଏବଂ କାବା ର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ ଏବଂ ୟେମେନର ସମ୍ମୁଖୀନ ହେତୁ ଏହାର ନାମ ଏହିପରି ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷ କଥା-
ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ମକ୍କାର ପବିତ୍ର ରୁକ୍-ଇ-ୟାମାନୀଙ୍କ ଫଟୋକୁ ଇଣ୍ଟରନେଟରେ ଶିବଲିଙ୍ଗ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।