
ସୋସିଆଲ ମିଡିଆରେ ଜଣେ ସାଧୁ ତପସ୍ୟା କରୁଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ସାଧୁ -୪୦ ସେଲସିୟସ୍ ତାପମାତ୍ରାରେ ହିମାଳୟରେ ତପସ୍ୟା କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ହିମାଳୟର ନୁହେଁ ବରଂ ହରିୟାଣାର ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ହିମ ତୁଷାରମଣ୍ଡିତ ନଗାଧୀରାଜ ହିମାଳୟକୋ (-)୪୦ ଡ଼ିଗ୍ରୀ ସେଲସିୟସ ତାପମାତ୍ରାରେ କଠୋର ତପସ୍ୟାରତ ଜଣେ ସନାତନ ହିନ୍ଦୁଧର୍ମାବଲମ୍ବୀ ସନ୍ୟାସୀ ବର୍ଷ ବର୍ଷ ଧରି ସାଧନାରେ ମଗ୍ନ। ଧନ୍ୟ ଭାରତୀୟ ପରମ୍ପରା ଓ ଏହାର ମହାନ୍ ସଂସ୍କୃତି।”

ଆମ ନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୪ ଜୁନ୍ ୨୦୧୯ ମସିହାରେ ଫେସବୁକରେ ଏକ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓରେ ଆମକୁ ଜଣେ ସାଧୁ ତପସ୍ୟା ଅବସ୍ଥାରେ ବସିଥିବା ସମୟରେ ଦୁଇଟି ଲୋକେ ତାଙ୍କ ଶରୀର ଉପରେରେ ପାଉଁଶ ପକାଉଥିବା ଦେଖିବାକୁ ମିଳିଲା। ଏହି ଭିଡିଓରେ ଥିବା ଅନେକ ଦୃଶ୍ୟ ଭାଇରାଲ ଫୋଟୋ ସହିତ ମେଲ ଖାଉଛି। ଆପଣ ମାନେ ନିମ୍ନରେ ସେହି ଭିଡିଓ ଦେଖି ପାରିବେ।
ଭିଡିଓ ସହିତ କ୍ୟାପସନ୍ ରେ “ବାବା ଭଲ୍ଲେ ଗିରି ଜି ମହାରାଜ କି ଜୟ ହୋ” ଉଲ୍ଲେଖ କରା ଯାଇଛି।
ଭିଡିଓ ଆରମ୍ଭରୁ ଆପଣ ମାନେ ଘଟଣାର ପୁରା ଦୃଶ୍ୟ ଦେଖି ପାରିବେ। ୫.୩୫ ମିନିଟ ସମୟରେ ଆପଣ ମାନେ ଭାଇରାଲ ଫୋଟୋ ପରି ଦୃଶ୍ୟ ମଧ୍ୟ ଦେଖି ପାରିବେ।
ସମାନ ଫୋଟୋର ଅନ୍ୟ କିଛି ଫୋଟୋ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ।
ଉପରୋକ୍ତ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟରେ ଆପଣ ମାନେ ଦେଖି ପାରିବେ ଯେ ସାଧୁଙ୍କ ନିକଟରେ ଥିବା ଫୁଲ, ଲୋଟା, ତାଙ୍କ ବସିବାର ଢଙ ଭାଇରାଲ ଫୋଟୋ ପରି ସମାନ ଅଟେ। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଏହି ଫୋଟୋ ହିମାଳୟରେ ଜଣେ ସାଧୁଙ୍କ ତପସ୍ୟା କରୁଥିବା ଫୋଟୋ ନୁହେଁ।
ତେବେ ଏହି ଫୋଟୋ କେଉଁ ସ୍ଥାନର?
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୭ ଯୂନ୍ ରେ ଫେସବୁକରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଜଣେ ସାଧୁ ତପସ୍ୟା କରିବା ପାଇଁ ଆସିଲା ପରେ ଦୁଇଟି ଲୋକେ ତାଙ୍କ ଉପରେ ପାଉଁଶ ପକାଉଛନ୍ତି ଏବଂ ଏହା ପରେ ସେ ତପସ୍ୟାରେ ମଗ୍ନ ହେଇ ଯାଉଛନ୍ତି।
ଏହି ଭିଡିଓରେ ଆମକୁ ଘଟଣା ସ୍ଥଳରେ ଏକ ମନ୍ଦିର ମଧ୍ୟ ଥିବା ଦେଖିବାକୁ ମିଳିଛି। ଭିଡିଓର କମେଣ୍ଟରେ ଲୋକେ କହିଛନ୍ତି ଯେ ଏହି ସାଧୁଙ୍କ ନାମ ‘ଭଲ୍ଲେଗିରି ମହାରାଜ ଅଟେ’।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ସାଧୁ ହରିୟାଣା ରାଜ୍ୟର ଋନ୍ଧାନା ଗ୍ରାମରେ ଅବସ୍ଥିତ ଶୀତଳା ମାତା ମନ୍ଦିରର ସାଧୁ ଅଟନ୍ତି।
ଗୁଗୁଲ ମ୍ୟାପରେ ଆମେ ଶୀତଳା ମାତା ମନ୍ଦିର ସର୍ଚ୍ଚ କରିବା ପରେ ଆମକୁ ସାଧୁ ତପସ୍ୟା କରୁଥିବା ଫୋଟୋ ମଧ୍ୟ ମିଳିଲା। ଆପଣ ମାନେ ଦେଖି ପାରିବେ ଯେ ଉପରୋକ୍ତ ଫେସବୁକ ଭିଡିଓରେ ଏବଂ ଗୁଗୁଲ ମ୍ୟାପରେ ଥିବା ଦୁଇଟି ମନ୍ଦିର ସମାନ ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ସାଧୁ ହିମାଳୟରେ ନୁହେଁ ବରଂ ହରିୟାଣାର ଋନ୍ଧାନା ଗ୍ରାମରେ ତପସ୍ୟା କରୁଛନ୍ତି। ଫୋଟୋକୁ ଏଡିଟ୍ କରି ଏହାକୁ ହିମାଳୟରେ ବରଫରେ ତପସ୍ୟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ଫୋଟୋରେ ଜଣେ ସାଧୁ ହିମାଳୟରେ ତପସ୍ୟା କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
