
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଗୋଟୋ ସେୟାର କରି ଦାବି କରା ଯାଉଛି ଯେ ସେ ହେଉଛନ୍ତି ପ୍ରସିଦ୍ଧ ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲର ନିର୍ମାଣ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ମୁମତାଜ ନୁହଁନ୍ତି। ଏହି ଫୋଟୋଟି ହେଉଛି ଭୋପାଲର ନୱାବ ବେଗମ୍ ଶାହଜାହାଁ ବେଗମଙ୍କର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଇଏ ସେଇ ବ୍ରହ୍ମାଣ୍ଡ ସୁନ୍ଦରୀ ମମତାଜ ଯାହା ପାଇଁ ଏତେ ସୁନ୍ଦର ଶିବ ମନ୍ଦିର ଭାଙ୍ଗି ଶାହାଜାହାନ ତା ଉପରେ ତାଜମହଲ ନିର୍ମାଣ କରିଥିଲା“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋଟି ଭୋପାଲର ବେଗମ୍ ସୁଲ୍ତାନ ଶାହ ଜାହାଁଙ୍କର ଅଟେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଭାରତୀୟ ସଂସ୍କୃତି ସରକାରୀ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଶାହ ଜାହାଁ ବେଗମଙ୍କର ଜନ୍ମ ୨୯ ଜୁଲାଇ ୧୮୩୮ ମସିହାରେ ହେଇଥିଲା। ବ୍ରିଟିଶ ସରକାର ଶାହ ଜାହାଁ ବେଗମଙ୍କ ଉତ୍ତରାଧିକାରୀକୁ ସ୍ୱୀକୃତି ଦେଇଥିଲେ ଏବଂ ୧୧ ଏପ୍ରିଲ ୧୮୪୫ ରେ ତାଙ୍କୁ ରାଜ୍ୟ ମୁଖ୍ୟ ଭାବରେ ଘୋଷଣା କରିଥିଲେ। ୧୬ ନଭେମ୍ବର ୧୮୬୮ ରେ ଶାହ ଜାହାଁ ବେଗମ୍ ଭୋପାଳର ଶାସକ ଭାବରେ ଘୋଷିତ ହୋଇଥିଲେ।

ମଧ୍ୟପ୍ରଦେଶ ସରକାରୀ ୱେବସାଇଟ ଅନୁଯାୟୀ, ଶାହ ଜାହାଁ ବେଗମ୍ ଦୁଇ ପଦ ପାଇଁ ଶାସକ ଥିଲେ। ତାଙ୍କ ଜନ୍ମ ଭୋପାଲ ନିକଟରେ ଇସଲାମନଗର ଅଞ୍ଚଳରେ ହୋଇଥିଲା। ମାତ୍ର ୬ ବର୍ଷ ବୟସରେ ତାଙ୍କୁ ଭୋପାଲର ଶାସକର ମାନ୍ୟତା ଦିଆ ଯାଇଥିଲା। ୧୮୫୫ ରେ ତାଙ୍କ ବିବାହ ୱାକି ମହମ୍ମଦଖାନଙ୍କ ସହିତ ହୋଇଥିଲା। ତାଙ୍କ ମାତାଙ୍କ ମୃତ୍ୟୁ ପରେ ସେ ୧୮୬୮ ମସିହାରେ ଦ୍ଵିତୀୟ ଥର ପାଇଁ ଶାସକ ହୋଇଥିଲେ। ତାଙ୍କ ଶାସନ ୧୯୦୧ ମସିହା ପର୍ଯ୍ୟନ୍ତ ଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ମହିଳା ମୁମତାଜ ନୁହଁନ୍ତି ଯାହା ପାଇଁ ଶାହଜାହାଁ ତାଜ ମହଲର ନିର୍ମାଣ କରିଥିଲେ। ଫୋଟୋରେ ଥିବା ମହିଳା ଭୋପାଲର ନୱାବ ବେଗମ୍ ଶାହଜାହାଁ ବେଗମ୍ ଅଟନ୍ତି।

Title:କ’ଣ ଫୋଟୋରେ ଥିବା ମହିଳା ହେଉଛନ୍ତି ମୁମତାଜ ଯାହାଙ୍କ ପାଇଁ ଶାହଜାହାଁ ତାଜମହଲ ନିର୍ମାଣ କରିଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
