
ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପବଜି ମୋବାଇଲ୍ ଖେଳ ଦ୍ଵାରା ପାକିସ୍ତାନର ଜଣେ ମହିଳା, ସୀମା ହାଇଦର ଭାରତର ଜଣେ ଯୁବକଙ୍କ ପ୍ରେମ କରି ବସିଛନ୍ତି। ପସେହି ପ୍ରେମରେ ପଡି ସେ ପାକିସ୍ତାନରୁ ଅବୈଧ ଭାବରେ ଭାରତ ଆସି ସେ ପିଲାଙ୍କ ସହିତ ଭେଟିଛନ୍ତି। ଏହି ଘଟଣା ନେଇ ବର୍ତ୍ତମାନ ଆମ ଦେଶରେ ଆଲୋଚନା ଚାଲିଛି। ପୋଲିସ ସୀମାଙ୍କ ବିଷୟରେ ତଦନ୍ତ କରୁଛି।
ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏପରି ଏକ ପୋଷ୍ଟ ସାମନାକୁ ଆସିଛି ଯେଉଁଥିରେ ସୀମାଙ୍କ ସମ୍ପ୍ରତ୍ତି ସମୟର ଫୋଟୋ ସହିତ ଏକ ପୁରୁଣା ଫୋଟୋ ମଧ୍ୟ ରହିଛି। ସେହି ପୁରୁଣା ଫୋଟୋରେ ଜଣେ ମହିଳା ପୋଲିସ ୟୁନିଫର୍ମ ପିନ୍ଧି ଥିବା ଜଣା ପଡିଛି।
ଦାବି କରା ଯାଉଛି ଯେ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ସୀମା ହାଇଦର ଅଟନ୍ତି ଏବଂ ସେ ପାକିସ୍ତାନରେ ପୋଲିସ ଅଫିସର ଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରରାଳ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ସୀମା ହାଇଦର ନୁହଁନ୍ତି। ସେ ହେଉଛନ୍ତି ତାମିଲନାଡୁର ପ୍ରଥମ ମହିଳା ପୋଲିସ ଏସଆଇ, ଉଷା ରାଣୀ ନରେନ୍ଦ୍ର।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏଇ ଦେଖନ୍ତୁ, ଇଏ ହେଉଛି ହେଉଛି ସୀମା ହାଇଦର। ଯିଏ କି ଲକ୍ଷ ଲକ୍ଷ ଟଙ୍କା ଦରମା ପାଉଥିବା ପାକିସ୍ତାନର ଜଣେ ଉଚ୍ଚପଦସ୍ଥ ପୋଲିସ ଅଫିସର !! ସେ ହାରାମି ଭାରତ କାହିଁକି ଆସିଛି ବୁଝିପାରୁଛନ୍ତି ତ ? ସୀମା ହାଇଦର isis ର ସଦସ୍ୟ ମଧ୍ୟ। କିନ୍ତୁ pubg ଖେଳରୁ ପ୍ରେମ କରି ଭାରତ ଆସିଛି ବୋଲି ମିଛ ଇତିହାସ ଲେଖା ଚାଲିଛି !!”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଗୋଟିଏ ୱେବ୍ସାଇଟରେ ପ୍ରକାଷୁତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ, ଭାଇରାଲ ହେଉଥିବା ଫୋଟୋ ତାମିଲନାଡ଼ୁର ପ୍ରଥମ ମହିଳା ପୋଲିସ ଏସଆଇ ଊଶାରାଣୀ ନରେନ୍ଦ୍ରଙ୍କର ଅଟେ ଯେତେବେଳେ ସେ ୧୯୭୩ ମସିହାରେ ନିଜ ପଦବୀ ଗ୍ରହଣ କରିଥିଲେ। ୨୦୨୧ ମସିହାରେ ପୋଲିସ ସଂଗ୍ରହାଳୟ ଉଦଘାତନ ଅବସରରେ ତାଙ୍କୁ ବିଶେଷ ନିମନ୍ତ୍ରଣ ଦିଆ ଯାଇଥିଲା।

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ମହିଳାଙ୍କ ଫୋଟୋ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ୨୦୨୧ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୋ, ଏହି ମହିଳାଙ୍କ ନାମ ଊଶାରାଣୀ ନରେନ୍ଦ୍ର ଅଟେ। ସେ ଦେଶର ପ୍ରଥମ ୨୧ ଜଣ ମହିଳା ଏସଆଇଙ୍କ ମଧ୍ୟରୁ ଜଣେ। ୨୦୨୧ ମସିହାରେ ତାମିଲନାଡ଼ୁ ପୋଲିସ ସଂଗ୍ରହାଳୟ ଉଦଘାତଂସମୟରେ ତାଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା ଏବଂ ସେ ମୁଖ୍ୟମନ୍ତି ଏମକେ.ଷ୍ଟାଲିନ୍ ସହିତ ଫୋଟୋ ଉଠାଇଥିଲେ। ୧୯୭୩ ମସିହାରେ ତାଙ୍କୁ ଏସଆଇ ପଦବୀରେ ନିଯୁକ୍ତି ଦିଆ ଯାଇଥିଲା। ଏହା ପୂର୍ବରୁ ସେ ଇନ୍ଦିରା ଗାନ୍ଧୀଙ୍କର ତାମିଲନାଡ଼ୁ ପରିଦର୍ଶନ ସମୟରେ ତାଙ୍କର ମୁଖ୍ୟ ସୁରକ୍ଷା ଅଧିକାରୀ ଥିଲେ।

ଏହା ପରେ ଆମେ ତାମିଲନାଡ଼ୁ ପୋଲିସ ସଂଗ୍ରହାଳୟ ସହିତ ଯୋଗାଯୋଗ କରିଲୁ। ଆମେ ତାଙ୍କୁ ଭାଇରାଲ ହେଉଥିବା ଲିଙ୍କ ଏବଂ ଫୋଟୋ ପଠାଇଲା ପରେ ସେମାନେ ଆମକୁ ସୂଚନା ଦେଲେ ଯେ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ହେଉଛନ୍ତି ଊଶାରାଣୀ ନରେନ୍ଦ୍ର ଯାହାକୁ ୧୯୭୩ ମସିହାରେ ପ୍ରଥମ ମହିଳା ପୋଲିସ ଏସଆଇ ପଦବୀରେ ନିଯୁକ୍ତି କରା ଯାଇଥିଲା। ଅନ୍ୟ କୌଣସି ମହିଳାଙ୍କ ସହିତ ତାଙ୍କ ଚିହ୍ନଟ କରିବା ଏକ ଭୁଲ ଦାବି ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ସୀମା ହାଇଦର ନୁହଁନ୍ତି। ସେ ହେଉଛନ୍ତି ତାମିଲନାଡୁର ପ୍ରଥମ ମହିଳା ପୋଲିସ ଏସଆଇ, ଉଷା ରାଣୀ ନରେନ୍ଦ୍ର।
Title:କ’ଣ ଫୋଟୋରେ ପୋଲିସ ୟୁନିଫର୍ମ ପିନ୍ଧିଥିବା ମହିଳା ହେଉଛନ୍ତି ସୀମା ହାଇଦର? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False


