ଫଟୋରେ ଜୟଲଳିତାଙ୍କ ସହ ଦେଖା ଯାଉଥିବା ମିହଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୁହଁନ୍ତି।

False Social

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। କଳା -ଧଳା ରଙ୍ଗର ଏହି ଫଟୋରେ ଅନ୍ୟ ଜଣେ ମହିଳା ମଧ୍ୟ ଅଛି। ଫଟୋରେ ଦାବି କରାଯାଉଛି ଯେ, ଭାଇରାଲ ଫଟୋରେ ଜୟଲଲିତା ଏବଂ ନିର୍ମଳା ସୀତାରମଣଙ୍କ ଏକ ଫଟୋ। ଆମ ଅନୁସନ୍ଧାନରେ ଭାଇାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

16 ଅଗଷ୍ଟରେ Kailash Gupta ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷଅଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଜୟଲଳିତା ଓ ନିର୍ମଲା ସୀତାରମଣ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋରେ ଜୟଲଳିତା ଓ ନିର୍ମଲା ସୀତାରମଣ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। For The Love Of Sari ଫେସବୁକ ପେଜରେ ଭାଇରାଲ ଫଟୋ ପାଇଲୁ। ଭାଇରାଲ ଫଟୋ 2015ରେ ପୋଷ୍ଟ କରାୟାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ପ୍ରସିଦ୍ଧ ତାମିଲ ଲେଖକ ସିଭାସଙ୍କରୀ ସହିତ ତାମିଲନାଡୁ CM ଜୟଲଳିତା । ପୋଷ୍ଟକୁ ଅଧିକ ଲୋକ ସେୟାର ମଧ୍ୟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଏହା ପରେ ଆମକୁ ମିଳିଥିବା ସୂଚନା ଅନୁସାରେ ଆମେ ଅଧିକ ସର୍ଚ୍ଚ କରିଲୁ। vikatan ତାମିଲ ନ୍ୟୁଜ ପେଜରେ ମଧ୍ୟ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ତାମିଲ ଲେଖକ ସିଭାସଙ୍କରୀଙ୍କ ନାମ ଉଲ୍ଲେଖ କରାଯାଇଛି। ଖବରରେ ନିର୍ମଲା ସୀତାରମଣଙ୍କ ନାମ ଉଲ୍ଲେଖ କରାଯାଇ ନହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- vikatan। Archive

AFP ଫ୍ୟାକ୍ଟଚେକ ଭାଇାଲ ଫଟୋର ଅନୁସନ୍ଧାନ କରିଥିଲେ। ଯେଉଁଥିରେ ଫଟୋ ଉଠାଇଥିବା ବ୍ୟକ୍ତି 2020ରେ ଭାଇରାଲ ଫଟୋକୁ ନେଇ ସ୍ପଷ୍ଟି କରଣ ଦେଇଥିଲେ। ଏହାର ଏକ ଆର୍କାଇଭ ଲିଙ୍କ ପୋଷ୍ଟ କରାଯାଇଛି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଫଟୋରେ ନିର୍ମଲା ସୀତାରମଣ ନୁହେଁ ତାମିଲନାଡୁ CM ଜୟଲଳିତାଙ୍କ ସହିତ ପ୍ରସିଦ୍ଧ ତାମିଲ ଲେଖକ ସିଭାସଙ୍କରୀ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Archive

ଏହା ପରେ ଆମେ ନିର୍ମଳା ସିତାରଣ ଏବଂ ତାମିଲ ଲେଖକ ସିଭାସଙ୍କରୀଙ୍କ ଯୌବନ ଏବଂ ବର୍ତ୍ତମାନ ସମୟର ଫଟୋକୁ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଫଟୋରେଥିବା ମହିଳା ନିର୍ମଳା ସିତାରଣ ନୁହଁ ବରଂ ତାମିଲ ଲେଖକ ସିଭାସଙ୍କରୀ ଅଟନ୍ତି। ନିର୍ମଳା ସିତାରଣଙ୍କ ଫଟୋ asianetnews ପେଜରେ ଦେଖିପାରିବେ ଏବଂ ତାମିଲ ଲେଖକ ସିଭାସଙ୍କରୀଙ୍କ ଫଟୋ veethi ପେଜରେ ଦେଖନ୍ତୁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ଭାଇରାଲ ଫଟୋରେ ନିର୍ମଲା ସୀତାରମଣ ନୁହେଁ ତାମିଲନାଡୁ CM ଜୟଲଳିତାଙ୍କ ସହିତ ପ୍ରସିଦ୍ଧ ତାମିଲ ଲେଖକ ସିଭାସଙ୍କରୀ ଅଛନ୍ତି।

Avatar

Title:ଫଟୋରେ ଜୟଲଳିତାଙ୍କ ସହ ଦେଖା ଯାଉଥିବା ମିହଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୁହଁନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *