
ସୋସିଆାଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖାଯାଉଛନ୍ତି। ଏହା ସହ କିଛି ଲୋକ ଚେୟାରରେ ବସିଥିବା ଦେଖା ଯାଉଛନ୍ତି ଏବଂ ତାଙ୍କୁ କିଛି ଲୋକ କାନ୍ଧରୁ ଧରିଥିବାରୁ ଧରିଥିବାର ମଧ୍ୟ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୋଗି ଆଦିତ୍ୟନାଥ ଲୋକଙ୍କ କାନ୍ଧରେ ସୁରକ୍ଷୀ କର୍ମୀଙ୍କ ହାତରଖି ଡରାଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
23 ଜୁଲାଇରେ Susanta Maharana ନାମକ ଜଣେ ଫେସବୁକ ୟୁଜର ଭାଇରଲା ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୋଗି ଆଦିତ୍ୟନାଥ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ନିଜ ସୁରକ୍ଷା କର୍ମୀଙ୍କୁ ରଖିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଶାସକ ଦଳର ନେତା ଆଉ ଜନତାଙ୍କର ମଧୁର ସାକ୍ଷାତକାର, ଜନତାଙ୍କ କାନ୍ଧରେ ହାତ ରହିଛି ସୁରକ୍ଷା କର୍ମୀ ମାନଙ୍କର ! ଭୟ ରହିଛି କାଳେ ପ୍ରଶ୍ନ ପଚାରି ଦେବେ ନ ଦେଇ ହେବ ଉତ୍ତର, ଧନ୍ୟ ଧନ୍ୟରେ ଶାସନ ତୁମର ଫିଟିଲାଣି , ତୁମ ଗୋହି ଗୁମର !!
ଆମ ଅନୁସନ୍ଧାନ ପୂର୍ବରୁ ଫଟୋକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜନତାଙ୍କ ସହ ଦାଦାଗିରି କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରଲିୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା।
12 ଏପ୍ରିଲ 2017ରେ Oneindia Hindi ପେଜରେ ଭାଇରାଲ ଫଟୋ ସମ୍ପର୍କରେ ପେଷୋଟ କରାଯାଇଥିଲା। ଖବର ଅନୁସାରେ ଯୋଗି ଆଦିତ୍ୟନାଥଙ୍କ ଜନତା ଦରବାରର ଫଟୋ ଅଟେ। ଫଟୋରେ ଯୋଗୀ ସରକାର ଲୋକଙ୍କ ସହ ଦାଦଗୀରୀ କରିଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମିଥ୍ୟା ଅଟେ। ସିଏମ୍ ଯୋଗୀ ତାଙ୍କ ବାସଭବନରେ ଜନସାଧାରଣଙ୍କ ସମସ୍ୟା ଶୁଣନ୍ତି ଏବଂ ଏହି ସମୟରେ ଅନେକ ଥର ଅଭିଯୋଗକାରୀଙ୍କ ଭିଡ଼ରେ ବିଶୃଙ୍ଖଳା ମଧ୍ୟ ଦେଖାଯାଏ। ଏହି କାରଣରୁ, CM ର ସୁରକ୍ଷା ପାଇଁ ବିଶେଷ ଯତ୍ନ ନିଆଯାଏ। ଜନତା ଦରବାରରେ ବହୁ ସଂଖ୍ୟକ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ସହିତ ଚେୟାରରେ ବସିନ୍ତି। ଯୋଗୀ ଆଦିତ୍ୟନାଥ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ଶୁଣନ୍ତି। ଯେପର୍ଯ୍ୟନ୍ତ ସିଏମ୍ ସେଠାରେ ଉପସ୍ଥିତ ଅଛନ୍ତି, ପ୍ରତ୍ୟେକ ଅଭିଯୋଗକାରୀଙ୍କ ପଛରେ ଜଣେ ସିକ୍ୟୁରିଟି ଗାର୍ଡ ଉପସ୍ଥିତ ରହି ସେମାନଙ୍କୁ ଧରି ରଖନ୍ତି, ଯାହାଦ୍ୱାରା ଯୋଗୀଙ୍କୁ କେହି କ୍ଷତି ପହଂଚାଇ ପାରିବେ ନାହିଁ। ମହିଳା ସୁରକ୍ଷା କର୍ମୀମାନେ ମହିଳା କୋର୍ଟରେ ହାଜର ହୋଇଛନ୍ତି। ଏବଂ ସେମାନଙ୍କ ପଛରେ ମଧ୍ୟ ଜଣେ ଜଣେ ସୁରକ୍ଷା କର୍ମି ଠିଆ ହୋଇଥାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ Ajtak ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 2017ରେ ପ୍ରକାଶିତ ହୋଇଥିବାର ଦେଖାଯାଉଛି। ଖବର ଅନୁସାରେ ବହୁ ସଂଖ୍ୟକ ଅଭିଯୋଗକାରୀ ଯୋଗୀଙ୍କ ଜନତା ଦରବାରକୁ ଆସନ୍ତି। ସେମାନଙ୍କ ପାଇଁ ଚେୟାର ବ୍ୟବସ୍ଥା କରାଯାଇଛି। ସମସ୍ତେ ସେଠାରେ ନିଜର ଅଭିଯୋଗ ସହିତ ଚେୟାରରେ ବସିଥା’ନ୍ତି। ଏବଂ ଯୋଗୀ ନିଜେ ଅଭିଯୋଗକାରିଙ୍କ ପାଖକୁ ଆସି ସେମାନଙ୍କ ସମସ୍ୟା ଶୁଣନ୍ତି। ଯେପର୍ଯ୍ୟନ୍ତ ସିଏମ୍ ସେଠାରେ ଉପସ୍ଥିତ ଅଛନ୍ତି, ପ୍ରତ୍ୟେକ ଅଭିଯୋଗକାରୀଙ୍କ ପଛରେ ଜଣେ ସୁରକ୍ଷାକର୍ମୀ ଉପସ୍ଥିତ ଥାନ୍ତି।।
ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କୁ Y ବର୍ଗର ସୁରକ୍ଷା ମିଳିଥିଲା। ପରେ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀଙ୍କ ସୁରକ୍ଷା ପାଇଁ ଦେଶର ପ୍ରତ୍ୟେକ ସ୍ଥାନରେ 200 ସିଏସ୍ଏଫ୍ କମାଣ୍ଡୋଙ୍କର ଏକ ଶକ୍ତିଶାଳୀ କଣ୍ଟିଜେଣ୍ଟ୍ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Ajtak । Archive
31 ମାର୍ଚ୍ଚ 2017ରେ UP Government Official Channel ୟୁଟ୍ୟୁବ ଚ୍ୟାନେଲରେ ଯୋଗୀ ଆଦିତ୍ୟନାଥ କିପରି ଜନତା ଦରବାରରେ ଲୋକଙ୍କ ସମସ୍ୟା ଶୁଣନ୍ତି ତାହା ଦେଖାଯାଇଛି। ଭିଡିଓରେ ସିଏମ ଆଦିତ୍ୟନାଥ ନମ୍ର ଏବଂ ଶୃଙ୍ଖଳାର ସହ ସମସ୍ୟା ସମାଧାନ କରୁଥିବାର ଦେଖାଯାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ India Tv ୟୁଟ୍ୟୁବ ଚ୍ୟାନେଲରେ ଏକ ଖବର ମିଳିଲା। ଯାହାକି 12 ଜୁଲାଇ 2021ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଯୋଗି ଆଦିତ୍ୟନାଥଙ୍କ ଜନତା ଦରବାର ପୁଣି ଖୋଲିଲା। ଯାହାକି କୋରୋନା ମହାମାରି ପାଇଁ ବନ୍ଦ କରାଯାଇଥିଲା। 21 ଜୁଲାଇ ଠାରୁ ଅଭିଯୋଗକାରିମାନେ ଜନତା ଦରବାରରେ ତାଙ୍କ ସମସ୍ୟା ନେଇ ଯାଇପାରିବେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଯୋଗି ସରକାର ଲୋକଙ୍କ ପ୍ରତି ଦାଦାଗିରି ଦେଖାଉଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରଲ ଫଟୋରେ ଯୋଗୀ ଆଦିତ୍ୟନାଥ ସରକାର ଲୋକଙ୍କ ସହ ଦାଦାଗିରି କରୁଥିବା ଦାବିରେ ଭାଇରାଲ ହେଉଥିବା ମିଥ୍ୟା ଅଟେ। ଯୋଗୀଙ୍କ ଜନତା ଦରବାରରେ ସୁରକ୍ଷାକୁ ଧ୍ୟାନରେ ରକ୍ଷୀ ଏପରି ବ୍ୟବସ୍ଥା କରାଯାଇଛି।

Title:ଭାଇରାଲ ଫଟୋରେ ଯୋଗୀ ସରକାର ଜନତାଙ୍କ ସହ ଦାଦାଗିରି କରୁଛି ?
Fact Check By: Saritadevi SamalResult: False
