କ’ଣ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ?

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା ଉପରେ ଏକ ବ୍ରିଜ ବନିଥିବାର ଦେଖାଯାଉଛି। ଏହା ସହ ବ୍ରିଜ ଉପରେ କିଛି ଗଛ ଲାଗି ଜଙ୍ଗଲପରିଥିବାର ଦେଖାଯାଉଛି। ବ୍ରିଜଟି ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ସହ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଫଟୋକୁ ନେଇ ଦାବି କରାଯାଉଛି ଯେ, ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ଆନିମଲ କରିଡୋରର ପ୍ରଥମ ନିର୍ମାଣ ହୋଇଛି। 

ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

16 ଅକ୍ଟୋବରରେ Rabindranath Mishra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ନୂଆ ଭାରତ ନୂତନ ଛବି, ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ହେଲା ଆନିମଲ କରିଡ଼ୋରର ପ୍ରଥମ ନିର୍ମାଣ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏବଂ ପୋଷ୍ଟରେ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ  ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। Bengali daily ପେଜରେ ପ୍ରକାଶତ ଏକ ଖବରରେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖା ଯାଇଛି କିଛି କିଛି ଆଶ୍ଚର୍ଯ୍ୟଜନକ ପଶୁ ବ୍ରିଜ୍ ଏବଂ କ୍ରସିଂ ଯେଉଁଥିରେ ପ୍ରତିବର୍ଷ 1000ରୁ ଅଧିକ ପଶୁ ବ୍ରିଜ ପାର କରନ୍ତି। ଭାଇରାଲ ଫଟୋ ଉପରେ ସିଙ୍ଗାପୁର ଲେଖା ଯାଇଛି। ଖବର ଅନୁସାରେ ଭାଇରାଲ ଫଟୋ ଭାରତର ନୁହେଁ ସିଙ୍ଗାପୁରର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-Bengali dailyArchive

travel.detik ପେଜରେ ମଧ୍ୟ ଆମେ ଭାଇରାଲ ଫଟୋ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, ସିଙ୍ଗାପୁରରେ ପଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ରିଜ ଅଛି। ଫଟୋର ତଳେ ଲେଖା ଯାଇଛି ( Eco Link Bridge , National Parks Singapore) ଇକୋ ଲିଙ୍କ୍ ବ୍ରିଜ୍ ,ନ୍ୟାସନାଲ ପାର୍କ ସିଙ୍ଗାପୁର। ଫଟୋରେଥିବା ବ୍ରିଜ ଭାରତରେ ନୁହେଁ ବରଂ ସିଙ୍ଗାପୁରରେ ଅଛି। ଏହା ଛଡା ଏହି ବ୍ରିଜ କେବେ କେମିତି ପ୍ରସ୍ତୁତ ହୋଇଛି ତାହା straitstimes , Graphics.straits times ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-travel.detikArchive

ଏହା ପରେ ଆମେ eco link bridge Singapore ଏବେ କିପରି ଦେଖା ଯାଉଛି , ତାହା ଜାଣିବା ପାଇଁ ୟୁଟ୍ୟୁବର୍ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ କିଛି ଲିଙ୍କ ମିଳିଲା। NParksSG ଲିଙ୍କ ପାଇଲୁ , ଯାହାକି 2016ରେ ପ୍ରକାଶିତ କରାଯାଇଥିଲା। ଭିଡିଓରେ ଇକୋ ଲିଙ୍କ ବ୍ରିଜ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଦିଆ ଯାଇଛି। ଇକୋ ଲିଙ୍କ ବ୍ରିଜ ପାର୍କିରେ ସବୁଦିନ ଅଧିକ ସଂଖ୍ୟକ ପଶୁ ବ୍ରିଜ ପାର କରନ୍ତି। ଏହାର ତଥ୍ୟ wikipediaରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ। 

4 ଅକ୍ଟୋବରରେ Times of indiaରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ଭାରତର ସର୍ବପ୍ରଥମ ପଶୁ ସେତୁ ନିର୍ମାଣ ପାଇଁ  ବର୍ତ୍ତମାନ କେବଳ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର (NHAI) ନିଷ୍ପତି ନେଇଛି। ଏହି ବ୍ରିଜ ନିର୍ମାଣାଧୀନ ଅଛି। ଏହି ବ୍ରଜ ପ୍ରସ୍ତୁତ ହେବାରେ ସମୟ ଲାଗିପାରେ। ଭାଇରାଲ ହେଉଥିବା ଫଟୋ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସର ନୁହେଁ। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Times of indiaArchive

ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ହେଉଥିବା ବ୍ରିଜର ଫଟୋ ଭାରତର ନୁହେଁ ସିଙ୍ଗାପୁରର ଅଟେ। 

ଶେଷକଥା-

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ, ଭାଇରାଲ ଫଟୋ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ନୁହେଁ। ଭାଇରାଲ ଫଟୋ ସିଙ୍ଗାପୁର ଇକୋ ଲିଙ୍କ ବ୍ରିଜ ଅଟେ। 

Avatar

Title:କ’ଣ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସରେ ନିର୍ମାଣ ହେଲା ପ୍ରଥମ ଆନିମଲ କରିଡ଼ୋର ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *